ଶେଷରେ ଏହା ଦେଖିବାକୁ ବାକି ଥିଲା; ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଫାଟ ! ହାତ ଯୋଡ଼ିଲେ ପ୍ରକୃତି ମିଶ୍ର

ବାବୁସାନ୍ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ କଳହ । ରାସ୍ତା ଉପରେ ବାବୁସାନଙ୍କ ସହ ପତ୍ନୀ ଝଗଡ଼ା କରୁଥିବା ଭିଡ଼ିଓ ଭାଇରାଲ୍‌ ହେଉଛି । ଏହି ଭିଡ଼ିଓରେ ଅଭିନେତା ସ୍ୱାମୀ ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀ ରାସ୍ତାରେ ମାଡ ମାରୁଛନ୍ତି ପତ୍ନୀ ।

ଉଭୟଙ୍କ ଦମଦାର ଅଭିନୟକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । କିନ୍ତୁ ଆଜିର କଳି ଅନେକ ପ୍ରଶ୍ନବାଚୀ ଛିଡା କରିଛି ।

ଉଭୟଙ୍କ ଦମଦାର ଅଭିନୟକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । କିନ୍ତୁ ଆଜିର କଳି ଅନେକ ପ୍ରଶ୍ନବାଚୀ ଛିଡା କରିଛି ।

  • Share this:
News 18 Odia Digital

ଭୁବନେଶ୍ୱର; ବାବୁସାନ୍ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ କଳହ । ରାସ୍ତା ଉପରେ ବାବୁସାନଙ୍କ ସହ ପତ୍ନୀ ଝଗଡ଼ା କରୁଥିବା ଭିଡ଼ିଓ ଭାଇରାଲ୍‌ ହେଉଛି । ଏହି ଭିଡ଼ିଓରେ ଅଭିନେତା ସ୍ୱାମୀ ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀ ରାସ୍ତାରେ ମାଡ ମାରୁଛନ୍ତି ପତ୍ନୀ । ଜଣେ ଅଭିନେତ୍ରୀଙ୍କ ସହ ବାବୁସାନ୍ ଥିବାବେଳେ ଧରିଥିଲେ ପତ୍ନୀ । ଭିଡ଼ିଓରେ ମାଡ଼ ମାରିବା ସହ କହୁଛନ୍ତି ମୋ ପରିବାର ଧ୍ଵଂସ କରିଦେଲାଣି । ତେବେ ସେହି ସମୟରେ ବାବୁସାନ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଥିବା ଜଣାପଡ଼ିଛି ।

ଭିଡିଓରେ ବାବୁସାନଙ୍କ ସହ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ମଧ୍ୟ ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଛନ୍ତି । ଅଧିକ ଝଗଡ଼ା ପରେ ଗାଡିରୁ ଓହ୍ଲାଇ ପ୍ରକୃତି ମିଶ୍ର ଦୌଡ଼ି ପଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ପ୍ରକୃତି ମିଶ୍ରଙ୍କୁ ଧକ୍କା ଦେଉଥିବା ମଧ୍ୟ ନଜର ଆସୁଛି ।

ଘଟଣାରୁ ଅନୁମାନ କରାଯାଉଛି ଯେ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସନ୍ଦେହ ପ୍ରବେଶ କରିସାରିଲାଣି । ଏମିତି କଣ ହୋଇଛି , ଯେଉଁଥିପାଇଁ ରାଜରାସ୍ତା ଉପରେ ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ତାଙ୍କ ପତ୍ନୀ ମାଡ଼ ମାରିବା ପର୍ଯ୍ୟନ୍ତ ଗଲେ । ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ସହିତ ବାବୁସାନଙ୍କ ସମ୍ପର୍କକୁ ନେଇ କିଛି ସନ୍ଦେହ ରହିଛି କି?? ଏମିତି କିଛି ପ୍ରଶ୍ନ ସେଠାରେ ଦେଖୁଥିବା ବ୍ୟକ୍ତିଙ୍କ ମନରେ ଆସିଥିବ । ତେବେ ଘଟଣା ସମ୍ପର୍କରେ କୌଣସି ପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Published by:Soubhagya Mishra
First published: