News18 Odia Digital
ଭୁବନେଶ୍ବର: ନିକଟରେ ଗୋଟିଏ ଭିଡିଓ ପାଇଁ ସୋସିଆଲ ମିଡ଼ିଆରେ ଛାଇ ଯାଇଥିଲେ ଓଲିଉଡର ପପୁଲାର ଆକ୍ଟର ତଥା ସାଂସଦ ଅନୁଭବ ମହାନ୍ତି। କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା ତାଙ୍କ ବିବାହ ଫଟୋ। ଯାହାକୁ ନେଇ ସବୁ ମହଲରେ ହଇଚଇ ଦେଖିବାକୁ ମିଳିଥିଲା। ସମସ୍ତ କହୁଥିଲେ ପ୍ରଥମ ପତ୍ନୀ ବର୍ଷାଙ୍କୁ ଛାଡ଼ି ଦ୍ବିତୀୟ ବିବାହ କରିଛନ୍ତି ଅନୁଭବ। ହେଲେ ଏହା ପଛର କାହାଣୀ କିଛି ଅଲଗା ଥିଲା।
ପ୍ରକୃତ କଥା ହେଲା ସେ ବିବାହ କରିନାହାଁନ୍ତି ବରଂ ନିଜର ଆଗାମୀ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯାହାର ସୁଟିଂର ଭିଡିଓ ଆଉ ଫଟୋ ସେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର କରିବାରେ ଲାଗିଛନ୍ତି। ଇତିମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ।
ଯେଉଁଥିରେ ସେ ଝଗଡ଼ା କରୁଥିବାର ନଜର ଆସୁଛନ୍ତି। ଏହି ଭିଡିଓକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘‘Fight in London or Love In London.’’
ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରୁଥିବାର ନଜର ଆସୁଛନ୍ତି ଅଭିନେତା ଅନୁଭବ। ମଜାମସ୍ତିରେ ଚାଲିଛି ଏହି ଫିଲ୍ମର ସୁଟିଂ। ଆପଣଙ୍କ ବି ଦେଖନ୍ତୁ ଭିଡିଓ...
ଫିଲ୍ମ ବ୍ୟତୀତ ଯଦି ତାଙ୍କ ପାରିବାରିକ ବିବାଦ ବିଷୟରେ କଥା ହେବା ତାହାଲେ ସୋମବାର କଟକର ପାରିବାରିକ କୋର୍ଟରେ ହାଜର ହୋଇଥିଲେ ତାଙ୍କ ପତ୍ନୀ ବର୍ଷା। ଆଜି ଗ୍ରହଣ ହୋଇଛି ବର୍ଷାଙ୍କ ସାକ୍ଷ୍ୟ। ତାଙ୍କୁ ହାଜର ହେବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ପରିବାର ଅଦାଲତ। ଗତ ଦୁଇ ବର୍ଷ ଧରି କୋର୍ଟରେ ଚାଲିଛି ଉଭୟଙ୍କ ପାରିବାରିକ କଳହ ମାମଲା। ଏବେ ବି ବିଚାରାଧୀନରେ ରହିଛି ମାମଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।