୫ ବର୍ଷ ପରେ ବଡ଼ ପରଦାକୁ କମବ୍ୟାକ୍ କରୁଛନ୍ତି ଓଲିଉଡର ଭାଇଜାନ; ଉତ୍ସାହିତ ଫ୍ୟାନ୍ସ

Anubhav Mohanty New Film: ଅନେକ ଦିନ ପରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିବେ ଅନୁଭବ ମହାନ୍ତି। ୫ ବର୍ଷ ପରେ ପୁଣି ପରଦାରେ ଦେଖିବାକୁ ମିଳିବ ଓଲିଉଡ଼ ଭାଇଜାନଙ୍କ ରୋମାଣ୍ଟିକ ଅନ୍ଦାଜ।

୫ ବର୍ଷ ପରେ ବଡ଼ ପରଦାକୁ କମବ୍ୟାକ୍ କରୁଛନ୍ତି ଓଲିଉଡର ଭାଇଜାନ

୫ ବର୍ଷ ପରେ ବଡ଼ ପରଦାକୁ କମବ୍ୟାକ୍ କରୁଛନ୍ତି ଓଲିଉଡର ଭାଇଜାନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Anubhav Mohanty New Film: ନିକଟରେ ବର ବେଶରେ ନଜର ଆସି ସମସ୍ତଙ୍କୁ ଚକିତ କରି ଦେଇଥିଲେ ଓଲିଉଡର (Ollywood) ହ୍ୟାଣ୍ଡସମ ଆକ୍ଟର ତଥା ଲୋକସଭା ସାଂସଦ ଅନୁଭବ ମହାନ୍ତି (Anubhav Mohanty)। ଯାହା ପରେ ସମସ୍ତଙ୍କୁ ଲାଗିଲା କି ଅନୁଭବ ଦ୍ବିତୀୟ ବିବାହ (Marriage) କରୁଛନ୍ତି।

ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ। ଆଉ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥିଲା ଯେ କଣ ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିଛନ୍ତି କି? ଫଟୋ ଓ ଭିଡିଓରେ ଥିବା ଯୁବତୀ ଜଣକ କିଏ?

ତେବେ ପରେ ଏହା ଏହି ଫିଲ୍ମର ଏକ ବିବାହ ଦୃଶ୍ୟ ବୋଲି ଜଣା ପଡ଼ିବା ପରେ ଅନୁଭବଙ୍କ ଫ୍ୟାନ୍ସଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଥିଲା ଓ ଜଣା ପଡ଼ିଥିଲା ଯେ ଏହି ଫଟୋ ହେଉଛି ତାଙ୍କର ଆଗାମୀ ରୋମାଣ୍ଟିକ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର।
ଜେ.ବି. ଫିଲ୍ମସ୍ ଓ ଆମର ଷ୍ଟୁଡିଓ ବ୍ୟାନରରେ, ନବୀନ ଭଣ୍ଡାରି ଓ ଜେ. ବର୍ଖା ପ୍ରଯୋଜିତ ଏହି ଭିନ୍ନ ଧରଣର ରୋମାଣ୍ଟିକ ଫିଲ୍ମ, ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ଅଭିନେତ୍ରୀ ସ୍ୱପ୍ନା ପ୍ରିୟଦର୍ଶିନୀ।

ଏହାର ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚଦେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି ତାପସ ସରଘରିଆ। ସେ ନିଜେ ଏହାର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି।

ଫିଲ୍ମରେ ଗୀତର ସ୍ବର ସଂଯୋଜନା ବୈଦ୍ୟନାଥ ଦାଶ ଓ ସୋମେସ୍ ଶତପଥି । ଏହି ଫିଲ୍ମର ସୁଟିଂ ଲଣ୍ଡନରେ ଓ ବାରିପଦାରେ ହୋଇଥିବା ବେଳେ, ଫିଲ୍ମର ଫାଷ୍ଟ ପୋଷ୍ଟର ସେୟାର କରିଥିଲେ ଅନୁଭବ।

ପୋଷ୍ଟରରେ ନଜର ଆସିଥିଲା ଓଲିଉଡର ହ୍ୟାଣ୍ଡସମ ଆକ୍ଟର ତଥା ସାଂସଦ ଅନୁଭବଙ୍କ ଏକ ଲିପକିସ୍ ସିନ୍ ଆଉ ରିଲ୍ ଲାଇଫର ଏହି କିସ୍ ପାଇଁ ‘ଲଭ ଇନ୍ ଲଣ୍ଡନ’ ବେଶ୍ ଚର୍ଚ୍ଚାରେ ଅଛି।

ଫିଲ୍ମର ଟିଜର ଆମର ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେଇ ସାରିଛି। ଫିଲ୍ମର କ୍ରିଏଟିଭ ଟିମ ପକ୍ଷରୁ କୁହାଯାଇଛି ଯେ, ଏହି ଫିଲ୍ମର ଖାସ କଥା ହେଲା ଓଲିଉଡର ଭାଇଜାନ୍ ୨୦୧୯ ପରେ ପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ କମବ୍ୟାକ୍ କରୁଛନ୍ତି। ‘ଲଭ ଇନ୍ ଲଣ୍ଡନ’ ଓଡ଼ିଶାରେ ଚଳିତ ବର୍ଷର ସବୁଠାରୁ ବଡ଼ ହିଟ୍ ନିଶ୍ଚୟ ହେବ। ଦର୍ଶକମାନେ ମଧ୍ୟ ଏହାର ରିଲିଜକୁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି।

ଯଦି ଫିଲ୍ମ ବ୍ୟତୀତ ଅନୁଭବଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ତେବେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କ ପାରିବାରିକ କଳହକୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ଅନୁବଭ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା ପ୍ରାୟ ଦୁଇରୁ ଅଢ଼େଇ ବର୍ଷ ଧରି ଚାଲିଛି। ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରୁନି।

ଗୋଟିଏ ପରେ ଗୋଟିଏ ପିଟିସନ୍ କୋର୍ଟରେ ଦାୟର ହେଉଛି ଏବଂ ଏହି ମାମଲା ମଧ୍ୟ ସେତିକି ବଢ଼ିବାରେ ଲଗିଛି। କେତେବେଳେ ଉଭୟ ପକ୍ଷ କୋର୍ଟରେ ହାଜର ହେଉଛନ୍ତି ତ ଅନ୍ୟ କେତେବେଳେ ଜଣେ ଥିଲେ ଅନ୍ୟ ଜଣେ ହାଜର ହେଉନାହିଁ। ଆଉ କେତେବେଳେ ଉଭୟ ପକ୍ଷରୁ କେହି ହାଜର ହେଉନାହାଁନ୍ତି। ଏସବୁ ମଧ୍ୟରେ କେବଳ ତାରିଖ ଗଡ଼ି ଗଡ଼ି ଚାଲିଛି।

ସେହିପରି ନିକଟରେ ଅନୁଭବ ମହାନ୍ତିଙ୍କ ଟିମ ଦ୍ବାରା ୟୁଟ୍ୟୁବରେ ଏମିତି ଏକ ଭିଡିଓ ସେୟାର କରାଯାଇଥିଲା, ଯାହାକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଯାଇଥିଲା।

ଏହି ଭିଡିଓରେ ବର୍ଷା ଓ ପୋଲିସଙ୍କ ଦ୍ବାରା ଅତ୍ୟାଚାର ସହୁଥିବାର ନଜର ଆସିଥିଲେ ଅନୁଭବ। ଭିଡିଓରେ ସେ ନିଜ ଘରର ଗେଟ୍ ପାଖରେ ଠିଆ ହୋଇ କାହା ସହ ଫୋନରେ କଥା ହେଉଥିବାର ଦେଖାଯାଉଥିଲେ। ଆଉ ବର୍ଷା ସବୁବେଳେ ଗେଟ୍ ତାଲା ପକେଇ ଦେଉଛନ୍ତି ବୋଲି ସେ ଫୋନରେ କହିଥିଲେ।

ଏହାସହ ସେ ପୋଲିସକୁ ମଧ୍ୟ ଅନେକ କଥା କହୁଥିବାର ନଜର ଆସିଥିଲେ ଅନୁଭବ। ଖାଲି ଏତିକି ନୁହେଁ ତାଙ୍କ ଟିମ ୟୁଟ୍ୟୁବରେ ସେୟାର କରିଥିବା ଏହି ଭିଡିଓର କ୍ୟାପସନରେ ଲେଖିଥିଲା, ‘‘ପ୍ରକୃତ ନ୍ୟାୟ କେଉଁଠାରେ ଅଛି? ଲଜ୍ଜା। “୨୦୨୦”ର ଭାଇରାଲ୍ ଅଡିଓ ରେକର୍ଡିଂ ପରେ ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସୁଛି।’’
Published by:Lipina Das
First published: