News 18 Odia Digital
ଭୁବନେଶ୍ୱର; ନିଜର ସରଳ ସୁନ୍ଦର ଗୀତ ରଚନା ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଶ୍ରୋତାଙ୍କ ଭଲ ପାଇବା ସାଉଁଟି ଥିବା ଓଡ଼ିଶାର ଲୋକପ୍ରିୟ ଗୀତିକାର ସୂର୍ଯ୍ୟ ମହାପାତ୍ର ନିଜକୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି । ଏହି ଅବସରରେ ଅପିଲ ମଧ୍ୟ କରିଛନ୍ତି ସମସ୍ତେ ପାଦ ଆଗକୁ ବଢ଼ାନ୍ତୁ , ସବୁ ଘରେ ତିରଙ୍ଗା ଉଡାନ୍ତୁ ।

ବର୍ତ୍ତମାନ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ , ହରଘର ତିରଙ୍ଗା କାର୍ଯ୍ୟକ୍ରମ ଚାଲୁଅଛି । ସେହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଗର୍ବର କଥା ବୋଲି ସେ କହିଛନ୍ତି । ଶ୍ରୀଯୁକ୍ତ ମହାପାତ୍ର ବର୍ତ୍ତମାନ ଭାରତୀୟ ଡାକ ବିଭାଗର Airport ପୋଷ୍ଟ ଅଫିସରେ ଡାକପାଳ ଭାବେ ମଧ୍ୟ କାର୍ଯ୍ୟରତ । ଜଣେ ଭଲ ଗୀତିକାର ଭାବେ ଯେତିକି ପ୍ରଶଂସା ପାଇଛନ୍ତି ଜଣେ ଶୃଙ୍ଖଳିତ କର୍ମଚାରୀ ହିସବାରେ ବି ସେ ସମସ୍ତଙ୍କର ପ୍ରିୟ ଭାଜନ ହେଇ ପାରିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଦେଶ ସେବା କରିବା ସମସ୍ତଙ୍କ ଭାଗ୍ୟରେ ନ ଥାଏ , ଜଣେ ଡାକ ବିଭାଗର କର୍ମଚାରୀ ହିସାବରେ ଏ ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର କଥା । ସେଥିପାଇଁ ମୋ ବିଭାଗକୁ ବି ମୁଁ ଧନ୍ୟବାଦ ଦେଉଛି । ଡାକଘର ସାରା ଦେଶରେ କେବଳ ମାତ୍ର ଗୋଟିଏ ସଂସ୍ଥା ଯିଏ ଗାଁକୁ ସହରରେ ଯୋଡି ଥାଏ । ଆଉ ପ୍ରତି ଘର ସହ ଆମେ ପରିଚିତ । ବୋଧେ ସେଇଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ଆମକୁ ଏ ଗୁରୁ ଦାଇତ୍ୱ ମିଳିଛି । ଏଥିସହ ସମସ୍ତଙ୍କୁ ଅପିଲ ମଧ୍ୟ କରିଛନ୍ତି ନିକଟସ୍ଥ ଡାକଘରକୁ ଯାଆନ୍ତୁ , ମାତ୍ର ୨୫ ଟଙ୍କାରେ ଗୋଟେ ତିରଙ୍ଗା କିଣି ନିଜ ଘରେ ସମ୍ମାନ ଓ ଗର୍ବର ସହ ଉତ୍ତୋଳନ କରନ୍ତୁ ।

ଏହା ସହିତ ନିଜ ସୋସିଆଲ ମିଡ଼ିଆ ରେ ଏଇ କବିତା ବି ପୋଷ୍ଟ କରିଛନ୍ତି । ଯାହାକି ବହୁତ ହୃଦୟସ୍ପର୍ଶୀ ହୋଇଛି
"ସିଏ ପବନରେ ଉଡେ ସିନା ଆକାଶକୁ ଛୁଏଁ
ସିଏ ସପନକୁ ଧରିବାର ସାହସ ବି ଦିଏ
ମୁକ୍ତ ବିହଙ୍ଗ ଟିଏ ତାର ତିନୋଟି ରଙ୍ଗ
ଜୀବନରେ ଭରିଦିଏ ସ୍ୱାଧୀନ ତରଙ୍ଗ
ଦେଶଦ୍ରୋହୀ ପାଇଁ ଭାରି ସେ ମହଙ୍ଗା
ଦେଶଭକ୍ତ ପାଇଁ ସିଏ ପବିତ୍ର ଗଙ୍ଗା
ମୋ ତ୍ରିରଙ୍ଗା ମୋ ତ୍ରିରଙ୍ଗା "
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।