News18 Odia Digital
Prakruti Mishra: ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର(Prakruti Mishra)ଙ୍କୁ ଝଟକା। ପ୍ରକୃତି ମିଶ୍ରଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ(HighCourt) । ହାଇକୋର୍ଟଙ୍କ କହିବା କଥା ଡିସିପି ଯାହା ନିଷ୍ପତ୍ତି ନେବେ ତାହା ହିଁ ମାନିବାକୁ ପଡ଼ିବ। ବାବୁସାନ(Babushan)ଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ଏତଲା କରିଥିଲେ ପ୍ରକୃତି ମିଶ୍ର ।
ଗତ କିଛି ମାସ ବାବୁସାନ ତାଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ ଏକ ନୂଆ ମୋଡ଼ ନେଇଥିଲା । ପ୍ରକୃତିଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସର ତଦନ୍ତରେ ଶିଥିଳତା ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରକୃତି। ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ଏହି ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ଦାୟର ହୋଇଥିବା ନିଜ ପିଟିସନରେ ପ୍ରାର୍ଥନା କରିଥିଲେ ପ୍ରକୃତି।
ବିଗ ବସରେ ନଜର ଆସିବେ ଅଭିନେତ୍ରୀ ପ୍ରକୃତି ମିଶ୍ର!ଏହି ପାରିବାରିକ ବିବାଦ ମାମଲାରେ ଖାରବେଳ ନଗର ଥାନା ଆଇସିସି ଓ ଗୃହ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା । କିନ୍ତୁ ପ୍ରକୃତିଙ୍କୁ ଆଜି ନିରାଶା ହେବାକୁ ପଡ଼ିଛି ।
ସୂଚନାଯୋଗ୍ୟ, ଚଳଚ୍ଚିତ୍ର ପ୍ରମୋସନ ପାଇଁ ମୁମ୍ୱାଇ ଯାଉଥିବା ବେଳେ ଗାଡି ଭିତରେ ବାବୁସାନ ଓ ପ୍ରକୃତିଙ୍କୁ ଦେଖି ପାଟିତୁଣ୍ଡ କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ପରେ ପ୍ରକୃତିଙ୍କୁ ଟଣା ଓଟରା କରିବା ଭିଡିଓ ମଧ୍ଯ ଭାଇରାଲ ହୋଇଥିଲା । ହେଲେ ବିଚ୍ ବଜାରରେ ଗୁଣ୍ଡା ମାନେ ମାଡ଼ ମାରିବା ସହ ତାଙ୍କ ପ୍ରତି ଅନ୍ୟାୟ ହେଇଛି ବୋଲି କହି ପ୍ରକୃତି ମିଶ୍ର ହାଇକୋର୍ଟରେ ପିଟିସନ ଦାୟର କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।