News18 Odia Digital
Swetlana Bhattacharya: ଓଡ଼ିଆ ଟେଲି ଜଗତର ଜଣାଶୁଣା ଅଭିନେତ୍ରୀ ଶ୍ବେତଲାନା ଭଟ୍ଟାଚାର୍ଯ୍ୟଙ୍କୁ କିଏ ବା ନ ଜାଣେ। ତୁଳସୀ ଚରିତ୍ରରେ ପ୍ରାୟ ଘରେ ସେ ପରିଚିତ। ନିକଟରେ ଅଭିନେତ୍ରୀଙ୍କ ବିବାହ ଶେଷ ହୋଇଛି। ବିବାହର ପରେ ଶ୍ବେତଲାନା ଏକ ଖୁସି ଖବର ଦେଇଛନ୍ତି। ଯାହାକୁ ନେଇ ଫ୍ୟାନମାନେ ବେଶ ଖୁସି ହୋଇଯାଇଛନ୍ତି।
ମୁହଁ ଖୋଲିଲେ ହ୍ୟୁମାନ ସାଗର; କହିଲେ ସବୁ ଅଭିଯୋଗ ମିଛ
ଶ୍ଵେତଲାନା ପ୍ରାୟ ମାସେ ତଳେ ବିବାହ କରିଛନ୍ତି। ସିରିଏଲ ଜଗତର ବେଶ ନାମିଦାମୀ ହିରୋଇନ ଶ୍ଵେତଲାନା ଶାଶୁ ଘରକୁ ଯାଉ ଯାଉ ଏକ ବଡ଼ ଖୁସି ଖବର ଦେଇଛନ୍ତି। ଯେଉଁଥିରେ ପରିବାର ଲୋକ ବେଶ ଖୁସି ହୋଇଯାଇଛନ୍ତି। କେବଳ ସେତିକି ନୁହେଁ ତାଙ୍କ ପ୍ରିୟ ତୁଳସୀଙ୍କ ଖୁସି ଖବର ବାବଦରେ ଜାଣି ଫ୍ୟାନ୍ସ ମାନେ ବି ଖୁସି ହୋଇଯାଇଛନ୍ତି।
ଅଭିନେତ୍ରୀ ପ୍ରାୟ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ନିଜ ବିବାହ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସୋସିଆଲ ମିଡ଼ିଆ ଖେଳାଉ ଖେଳାଉ ଶ୍ଵେତଲାନାଙ୍କ ଏହି ଫଟୋ ନଜର ପଡିଥିଲା। ଫଟୋରେ ଅଭିନେତ୍ରୀ କେକ କାଟୁଥିବାର ଦେଖାଯାଉଛି। ଅଧିକ ଜାଣିବା ପାଇଁ ଫଟୋଟି ଦେଖିବାରୁ ପ୍ରକୃତ କଥା ଜଣା ପଡିଥିଲା। ଅଭିନେତ୍ରୀ ଶ୍ଵେତାଲେନାଙ୍କର ବିବାହ ପରେ ତାଙ୍କ ଇନଷ୍ଚାଗ୍ରାମ ଆଇଡିରେ ଏକ ଲକ୍ଷ Followers ହୋଇଯାଇଛନ୍ତି । ଯାହାକୁ ନେଇ ଶ୍ଵେତାଲେନା ବହୁତ ଖୁସି ଅଛନ୍ତି । କେକ କାଟି ସ୍ୱାମୀଙ୍କ ସହ ଏହାକୁ ସେଲିବ୍ରେଟ୍ କରିଛନ୍ତି । ଏହା ପରେ ତାଙ୍କ ସ୍ୱାମୀଙ୍କ ସହ ଅନେକ ଫଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ଖୁସି ହେଉଥିବାର ନଜର ଆସିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।