News18 Odia Digital
Actor Somadutta Das Death: ଆଉ ନାହାନ୍ତି ଘରେ ଘରେ ବେଶ ପରିଚିତ ଟେଲିଭିଜନର ବରିଷ୍ଠ ଅଭିନେତା(Telly Actor) ସୋମଦତ୍ତ ଦାସ(Somadutta Das)। ନିଜ ଘରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ବର୍ଷ ହୋଇଥିଲା। ଯାହାକୁ ନେଇ ବର୍ତ୍ତମାନ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ପୁଣି ଜଣେ ଓଡ଼ିଆ କଳାକାରଙ୍କର ମୃତ୍ୟୁ। ଓଡ଼ିଆ ଟେଲି କଳାକାରଙ୍କ ମୃତ୍ୟୁରେ କଳା ଜଗତରେ ଶୋକର ଛାଇ ଖେଳିଯାଇଛି। ଭୁବନେଶ୍ୱରର ସହିଦ ନଗରସ୍ଥିତ ନିଜ ଘରେ ରାତି ପ୍ରାୟ ୬ ଟାରେ ଅଭିନେତାଙ୍କର ଦେହାନ୍ତ ହୋଇଛି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଅଭିନେତାଙ୍କ ମୃତ୍ୟୁ ପରେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀମାନଙ୍କ ମଧ୍ୟରେ ଏକ ଶୋକର କଳା ବାଦଲ ଘୋଟି ଆସିଛି। ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତା ଶ୍ରୀତମ ଦାସ। ଆଉ ଜଣେ ଓଡିଆ ଅଭିନେତ୍ରୀ ପ୍ରିୟା ମହାପାତ୍ର ମଧ୍ୟ ଏହା ସତରେ ଏକ ଦୁଃଖଦ ଖବର। ଆପଣଙ୍କ ଆତ୍ମା ସଦ୍ଗତି ପ୍ରାପ୍ତ ହେଉ ବୋଲି ଲେଖିଛନ୍ତି।
କାଠ କଣ୍ଢେଇ ଦେଲା ଜୀବନର ଶ୍ରେଷ୍ଠ ପୁରସ୍କାର; ପଦ୍ମଶ୍ରୀ ଗ୍ରହଣ କଲେ ମାଗୁଣିସୂଚନାଯୋଗ୍ୟ, ସୋମଦତ୍ତ ଦାସ, ଯିଏକି ଲିଟୁ ଭାଇ ନାମରେ ମଧ୍ୟ ଜଣାଶୁଣା। ସେ ୧୫ରୁ ଅଧିକ ଟିଭି ସିରିଏଲରେ କାମ କରିଛନ୍ତି। କେବଳ ସେତିକି ନୁହେଁ ସେ କିଛି ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଅଭିନେତା ଟିଭି ସିରିଏଲ ‘ସିନ୍ଦୁର ବିନ୍ଦୁ’ରେ ଅଭିନୟ ପାଇଁ ବେଶ୍ ଜଣାଶୁଣା। ଏହା ବ୍ୟତୀତ ସେ ‘ଦାମିନୀ’, ‘ଦୁହିତା’, 'ଦେବୀ', ଦାସି’ରେ କାମ କରିଛନ୍ତି। ସେ ଓଡିଆ ଚଳଚ୍ଚିତ୍ର ‘ଅଜବ ସଞ୍ଜୁରା ଗଜବ ପ୍ରେମ’ରେ ମଧ୍ୟ ଅଭିନୟ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।