ଆଉ ଲୁଚାଛପା ନୁହେଁ ଏଥର ଖୁଲମଖୁଲା ପ୍ୟାର୍ ; ଅଶ୍ୱିନଙ୍କ ସହିତ ପ୍ରେରଣା

ବିବାହ କରିବେ ଅଶ୍ୱିନ ଓ ପ୍ରେରଣା

ବିବାହ କରିବେ ଅଶ୍ୱିନ ଓ ପ୍ରେରଣା

  • Share this:
News 18 Odia Digital

ଭୁବନେଶ୍ୱର; ଓଲିଉଡରେ ପ୍ରାୟତ ଅଧିକାଂଶ କଳାକାର ଅଶ୍ୱିନ ତ୍ରିପାଠୀ ଓ ପ୍ରେରଣା ପ୍ରତିକ୍ଷାଙ୍କ ସମ୍ପର୍କରେ ଜାଣିଥିଲେ । ସିନେ ସାମ୍ୱାଦିକଙ୍କୁ ମଧ୍ୟ ଏକଥା ଅଛପା ନଥିଲା । ସାଧାରଣ ଲୋକେ ବି ଟୁପୁରଟାପୁର ହେଉଥିଲେ । କିନ୍ତୁ ସମ୍ପର୍କ ବିଷୟରେ ଅଶ୍ୱିନ ଓ ପ୍ରେରଣାଙ୍କୁ ପଚରାଗଲେ କେବଳ ବନ୍ଧୁତ୍ୱର ସମ୍ପର୍କ ଅଛି ବୋଲି ଉତ୍ତର ମିଳୁଥିଲା । କିନ୍ତୁ ଏବେ ସେସବୁ ପ୍ରଶ୍ନର ଉତ୍ତର ସମସ୍ତଙ୍କ ସାମ୍ନାରେ । ସଭିଙ୍କ ଅନୁମାନ ମଧ୍ୟ ସତ ହୋଇଛି । ମ୍ୟୁଜିକ ଭିଡିଓ 'ଫଗୁଣରେ ଫଗୁଣ' ଗୀତ ମାଧ୍ୟମରେ ସିନ୍ଦୁର ପିନ୍ଧାଇସାରିଥିବା ବେଳେ ଏବେ ସତସତିକା ସିନ୍ଦୁର ପିନ୍ଧାଇବାକୁ ଅଳ୍ପଦିନ ବାକି ଅଛି । ନିଜ ପ୍ରେମିକାଙ୍କ ହାତରେ ମୁଦି ପିନ୍ଧାଇ ସାରା ଜୀବନ ସୁଖଦୁଖର ସାଥୀ ହେବାକୁ ପ୍ରତିଶୃତି ଦେଇଛନ୍ତି ଲଭଗୁରୁ ଅଶ୍ୱିନ ।



ଭୁବନେଶ୍ୱରର ଏକ ସ୍ଥାନରେ ଅଶ୍ୱିନ ଓ ପ୍ରେରଣାଙ୍କ ନିର୍ବନ୍ଧ ଉତ୍ସବ ସୁନ୍ଦର ସାଜ୍ଜସଜ୍ଜା ସହିତ ଖୁବ ବଡ଼ ଆକାରରେ ଅନୁଷ୍ଠିତ ହୋଇଛି । ଓଲିଉଡର ଅନେକ କଳାକାର ଏହି ଉତ୍ସବରେ ସାମିଲ ହୋଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସୋସିଆଲ୍ ମିଡିଆରେ ସୁନ୍ଦର ଭାବରେ ଏହି ଉତ୍ସବ ସମ୍ପର୍କରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।



ଆପଣଙ୍କୁ କହିରଖୁଛୁ ... ପୂର୍ବରୁ ଅଶ୍ୱିନ ଓ ପ୍ରେରଣା ଉଭୟେ ନିଜର ସୁନ୍ଦର ଉପସ୍ଥାପନା ମାଧ୍ୟମରେ ଲୋକପ୍ରିୟ ହୋଇପାରିଛନ୍ତି । ଏହାପରେ ଆଇଡଲ୍ ନାମରେ ଏକ ପ୍ରଡକ୍ସନ ହାଉସ ତିଆରି କରି ଅନେକ କ୍ରିଏଟିଭ୍ କଣ୍ଟେଣ୍ଟ୍ ନିର୍ମାଣ କରିଛନ୍ତି । ଏହା ଭିତରେ ଅନେକ ଓଡ଼ିଆ ସିନେମାରେ ଅଶ୍ୱିନ ନିର୍ଦ୍ଦେଶନାର ଦାୟିତ୍ୱ ଗ୍ରହଣ କରି ସଫଳ ମଧ୍ୟ ହୋଇଛନ୍ତି । ଓଲିଉଡରେ କିଛି ନୂଆ କରିବାର ଲକ୍ଷ ରଖିଥିବା ଏହି ଯୋଡ଼ି ଏକାଠି ହେବାପରେ ସେମାନଙ୍କର ପ୍ରଶଂସକ ମଧ୍ୟ ଖୁବ୍ ଖୁସି ଥିବା କହିଛନ୍ତି ।
Published by:Soubhagya Mishra
First published: