ଓଡ଼ିଆ ଗୀତ ଚୋରି ଅଭିଯୋଗ: ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ଗିରଫ !

ଗୀତ ଚୋରି କରି ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ପବିତ୍ର ନାୟକ ଗିରଫ । ଗୀତ ଗୁଡିକୁ କରି ବିଭିନ୍ନ ସଂସ୍ଥାକୁ ବିକି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ।

ଓଡ଼ିଆ ଗୀତ ଚୋରି ଅଭିଯୋଗ: ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ଗିରଫ

ଓଡ଼ିଆ ଗୀତ ଚୋରି ଅଭିଯୋଗ: ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ଗିରଫ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: କିଛି ବର୍ଷ ପୂର୍ବରୁ ଓଡ଼ିଆ ଅଲବମ (odia album) ଜଗତରେ କିଛି ପ୍ରେମ (love), ପ୍ରତାରଣା ଆଲବମ ଓଡ଼ିଆ ସଂଗୀତ ଦୁନିଆରେ ଚହଳ ପକାଇଥିଲା । ସେମଧ୍ୟରୁ ଗୋଟିଏ ଗୀତ (song) ଥିଲା 'କେତେ ଥର ହୃଦୟ ମୋ ଭାଙ୍ଗିବ କୁହ' । ଏହି ଗୀତ ଗାଇଥିଲେ ରଞ୍ଜନ ଗାହଣ । ହେଲେ ଏହି ଗୀତ ଭଳି ୩୨ଟି ଗୀତକୁ ପବିତ୍ର ଏଣ୍ଟରଟେନମେଣ୍ଟର (pabitra entertainment) ମାଲିକ ପବିତ୍ର ନାୟକ ଚୋରି କରିଥିବା ଅଭିଯୋଗ ହୋଇଥିଲା ।

ତେବେ ଅଭିଯୋଗ ପରେ ଗୀତ ଚୋରି ମାମଲାରେ ପବିତ୍ରଙ୍କୁ ଗିରଫ (arrest) କରିଛି ବଡ଼ଗଡ଼ ଥାନା ପୋଲିସ (police) । ତଦନ୍ତ ବେଳେ ଜଣା ପଡିଛି ଦୀର୍ଘ ୧୦ ବର୍ଷ ଧରି ପବିତ୍ର ରଞ୍ଜନଙ୍କ ଗୀତ ଚୋରି କରିଥିଲେ । ଏନେଇ ରଞ୍ଜନ ପୂର୍ବରୁ ଅଭିଯୋଗ କରିଥିଲେ ହେଲେ ନ୍ୟାୟ ମିଳିନଥିଲା । ପରେ ସେ କୋର୍ଟର ଆଶ୍ରୟ ମଧ୍ୟ ନେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତ ପବିତ୍ରଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ (police) ।

ପବିତ୍ର ନାୟକ ଏ ଘଟଣାକୁ ଖଣ୍ଡନ କରିଥିବା ସୂଚନା ମିଳିଛି । ତାଙ୍କ କହିବାନୁଯାୟୀ ୧୨ ବର୍ଷ ତଳେ ଗୀତ ସମ୍ପର୍କରେ କଥା ହୋଇଥିଲେ ଗୀତର ପ୍ରଯୋଜକ । ପବିତ୍ର ଏଣ୍ଟରଟେନମେଣ୍ଟକୁ ଏନଓସି (noc) ମଧ୍ୟ ଦେଇଥିଲେ । ଏନଓସିରେ ଉଲ୍ଲେଖ ଥିଲା ଗୀତକୁ ପବିତ୍ର ଏଣ୍ଟରଟେନମେଣ୍ଟ ଡିଜିଟାଲ ମୋଡରେ ପ୍ରମୋଶନ କରିପାରିବ । ତେଣୁ ଆମେ ପ୍ରମୋଶନ କରି ଗୀତକୁ ହିଟ୍ କରିଥିଲୁ । ଗୀତ ରିଲିଜ୍ ହେବା ପୂର୍ବରୁ ଗୀତ ହିଟ୍ ହେବ କି ନହେବ ସେନେଇ ଦ୍ୱନ୍ଦରେ ଥିଲେ ପ୍ରଯୋଜକ ।

ଏହି ଖବର ପଢ଼ନ୍ତୁ - http://ପୁଣି ଚର୍ଚ୍ଚାରେ ମୟୂରଭଞ୍ଜ: ବିଶ୍ୱର ଶ୍ରେଷ୍ଠ ୫୦ଟି ଦର୍ଶନୀୟ ସ୍ଥାନରେ ଜିଲ୍ଲାର ନାଁ
Published by:Soubhagya Mishra
First published: