ଏମିତି ବି ମୃତ୍ୟୁ ଆସେ! ଗୀତ ଗାଉ ଗାଉ ଟଳି ପଡ଼ିଲେ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର

ଏମିତି ବି ମୃତ୍ୟୁ ଆସେ! ଗୀତ ଗାଉ ଗାଉ ଟଳି ପଡ଼ିଲେ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର

କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର

କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଜୟପୁର: ଏମିତି ବି ମୃତ୍ୟୁ ଆସେ। କିଛି ସମୟ ଆଗରୁ ଦର୍ଶକଙ୍କ ଭିତରେ ଆନନ୍ଦ ଖେଳାଇ ଦେଇଥିବା କଳାକାର ଯେ ଆଖିରେ ଲୁହ ଭରି ଦେବ ତାହା କିଏ ବା ଜାଣିଥିଲା। ଯାଯାବର ଗୀତ ଗାଉ ଗାଉ ମଞ୍ଚରେ ଟଳି ପଡ଼ିଲେ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର। ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଗୀତ ସବୁବେଳେ ପରିବେଷଣ କରୁଥିବାରୁ କେହି କେହି ତାଙ୍କୁ ଜୟପୁରର ଅକ୍ଷୟ ମହାନ୍ତି ବୋଲି କୁହନ୍ତି।

ସପ୍ତମୀ ଅବସରରେ ସହରର ରାଜନଗର ଠାରେ ଜୟପୁର କଳାକାରଙ୍କ ଦ୍ବାରା କାର୍ଯ୍ଯକ୍ରମ ପରିବେଷଣ ଚାଲିଥିଲା। ପ୍ରଥମ ତିନୋଟି ଗୀତ ପରେ ୪ ନମ୍ବର ଗୀତ ଗାଇବା ପାଇଁ ଷ୍ଟେଜ୍ ଆସି ଗୀତ ଗାଇବା ପୂର୍ବରୁ ନିଜେ ଅସୁସ୍ଥ ଥିବା କହିଥିଲେ ଓ  ଗୀତ ଗାଇବାରେ ଭୁଲ ଥିଲେ ଦର୍ଶକେ କ୍ଷମା କରିବେ କହି ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଚର୍ଚ୍ଚିତ ଯାଯାବର ଗୀତ ଗାଇଥିଲେ।

ତାଙ୍କ ସହ ଷ୍ଟେଜରେ ଆଉ ଜଣେ କଣ୍ଠଶିଳ୍ପୀ ଗୀତ ଗାଉଥିଲେ। ମୁରଲୀ ମହାପାତ୍ର ପଛରେ ଠିଆ ହୋଇ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମୁଥିଲେ ତାପରେ ଯାଇ ଷ୍ଟେଜରେ ଥିବା ଚେୟାରରେ ବସିବାର କିଛି ସମୟ ପରେ ଟଳିପଡ଼ିଥିଲେ। ତୁରନ୍ତ ତାଙ୍କୁ ପୋଲିସ ପେଟ୍ରୋଲିଂ ଗାଡ଼ିରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାର ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।
Published by:Soumya Das
First published: