News 18 Odia Digital
ଯାଜପୁର: ବିବାଦରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା (singer asima panda)। ମେଳନ ପଡ଼ିଆରେ ଭଜନକୁ ଅସମ୍ମାନ କରିବା ନେଇ ତାଙ୍କ ନାଁରେ ସଂଗୀନ ଅଭିଯୋଗ ହୋଇଛି । ଏହି ଭିଡ଼ିଓ ଭାଇରାଲ (video viral) ହେବା ପରେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି । ଅସୀମାଙ୍କର ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ଭଜନପ୍ରେମୀ । କହିଛନ୍ତି ଅସୀମାଙ୍କ କ୍ୟାରିୟର (career) ଭଜନରୁ ଆରମ୍ଭ ହୋଇଛି, ସେହି ଭଜନକୁ ନୀଚ ଦେଖାଇବା ତାଙ୍କ ପ୍ରତି ଠିକ୍ ହୋଇନାହିଁ । ଅଭିଯୋଗ ଅନୁଯାୟୀ, ଗତ ୧୪ ତାରିଖରେ ପାଣିକୋଇଲି (panikoili) ମେଲଣ ପଡ଼ିଆରେ ଏକ ମେଲୋଡ଼ି କାର୍ଯ୍ୟକ୍ରମର (melody program) ଆୟୋଜନ କରାଯାଇଥିଲା । ଏଥିରେ ଯୋଗଦେଇଥିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଦର୍ଶକଙ୍କୁ ଉତ୍ସାହିତ କରିବାକୁ ଯାଇ ମଞ୍ଚରେ ସେ ଏଭଳି କିଛି କଥା କହିଥିଲେ, ଯାହା ତାଙ୍କୁ ବିବାଦ ଘେରକୁ ଟାଣି ନେଇଛି । ସେପଟେ ଓଲିଉଡର (ollywood) କିଛି କଣ୍ଠଶିଳ୍ପୀ ଏବଂ ସିନେ ସମୀକ୍ଷକ ଅସୀମାଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ।
ଏବେ ଆସନ୍ତୁ ଜାଣିବା କଣ କହିଥିଲେ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ।ଅସୀମା କହିଥିଲେ ''ତାଳି ନମାରିଲେ ସେ ଭଜନ ଓ ପୁରୁଣା ଗୀତ ଗାଇବେ । ତାଙ୍କ ପାଖରେ ଭଜନ ପୁରା ଷ୍ଟକ୍ ରହିଛି । ଏମିତି ରେସ୍ପନ୍ସରେ... ସେ ଏମିତି ଗୀତ (song) ଗାଇବେ... ଭାଇ ତୁମେ ମାନେ ରାତି ଅନିଦ୍ରା, ଆମେ ବି ରାତି ଅନିଦ୍ରା... ତୁମ ମାନଙ୍କ ମୁହଁ ଏମିତି ଶୁଖିକି ରହିଲେ, ଆମେ ବି ଶୁଖିଲା ଗୀତ ଗାଇବୁ... ଅନ୍ୟପଟେ ଭଜନ ପ୍ରେମୀ ଓ ସ୍ଥାନୀୟ ଲୋକ କହିଛନ୍ତି...., ହୋଲି ମେଲଣ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଏଥିରେ ଦର୍ଶକ ତାଳି ନମାରିଲେ ଅସୁବିଧା କେଉଁଠି ? ଭଜନ ଗାଇବା ଓ ଶୁଣିବା କଣ ପାପ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ? ଏନେଇ ଆମେ ଅସୀମାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ, ମାତ୍ର ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।
ଏହି ଖବର ପଢ଼ନ୍ତୁ -
http://ଘରକୁ ଥଣ୍ଡା ରଖିବ ମାଟି ଏୟାର କଣ୍ଡିସନର ! ୫ଶହରୁ କମ୍ ମୂଲ୍ୟରେ ଘରେ କରନ୍ତୁ ପ୍ରସ୍ତୁତସୂଚନାଯୋଗ୍ୟ, ଅସୀମା ପଣ୍ଡା ଓଲିଉଡରେ ଅନେକ ଗୀତ ଗାଇ ନିଜକୁ ସୁପରିଚିତ କରାଇପାରିଛନ୍ତି । ସଂଗୀତପ୍ରେମୀ ମଧ୍ୟ ଅସୀମାଙ୍କ ଗୀତକୁ ଖୁବ୍ ପସନ୍ଦ କରନ୍ତି । ଅସୀମା ନିଜର ସୁମଧୁର ସ୍ୱରକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେତିକି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ପ୍ରଶଂସକମାନେ ଆଲୋଚନା କରନ୍ତି । କିଛି ବର୍ଷ ପୂର୍ବ ରଥଯାତ୍ରା ସମୟରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଅସୀମା । ରଥଯାତ୍ରା ଉପରେ ଏକ ଭକ୍ତି କାର୍ଯ୍ୟକ୍ରମ ଲାଇଭ୍ ଚାଲିଥିଲା । କିନ୍ତୁ ହଠାତ୍ ସେ କାର୍ଯ୍ୟକ୍ରମ ଅଧାରୁ ଉଠିଯାଇଥିଲେ । ଯାହାର ସିଧାପ୍ରସାରଣ ଲକ୍ଷଲକ୍ଷ ଦର୍ଶକ ଦେଖୁଥିଲେ । ପ୍ରଯୋଜକଙ୍କୁ କାରଣ ନଜଣାଇ ଅଧାରୁ ଉଠିଯିବା ଘଟଣାକୁ ସହକଳାକାରମାନେ ନିନ୍ଦା କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।