ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହେବ ହିନ୍ଦୀ ରିମେକ; ଅଭିନୟ କରିବେ ଅନୁପମ ଖେର

ମଙ୍ଗଳବାର ରାତି ୮.୪୫ ମିନିଟରେ ୫୩ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ )ରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ବର୍ତ୍ତମାନ ଚଳଚ୍ଚିତ୍ରକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି।

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ହେବ ହିନ୍ଦୀ ରିମେକ

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ହେବ ହିନ୍ଦୀ ରିମେକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଚର୍ଚ୍ଚାରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ମଙ୍ଗଳବାର ରାତି ୮.୪୫ ମିନିଟରେ ୫୩ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ )ରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ବର୍ତ୍ତମାନ ଚଳଚ୍ଚିତ୍ରକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି।

ଆଜ୍ଞା ହଁ, ଚର୍ଚ୍ଚା ଜୋର ଧରିଛି ଯେ ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ହେବ। ଏହାର ହିନ୍ଦୀ ରିମେକରେ ନଜର ଆସିବେ ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ ଖେର୍। ଗୋଆରେ ଏହା ଘୋଷଣା କରିଛନ୍ତି ଖୋଦ୍ ଅନୁପମ ଖେର।

ନିଜେ ବାପା ଭୂମିକାରେ ଅନୁପମ ଖେର୍ ଅଭିନୟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଗୋଆ ଆନ୍ତର୍ଜୀତିକ ଫିଲ୍ମ ଫେଷ୍ଟିଭାଲରେ ଏହା ଘୋଷଣା କରି ‘ପ୍ରତୀକ୍ଷା’ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ୧୧୦୦ ଟଙ୍କା ଆଡ୍‌ଭାନ୍‌ସ ପ୍ରଦାନ କରିଛନ୍ତି ଅନୁପମ ଖେର୍।

ଗତକାଲି ଗୋଆ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ ପ୍ରଦର୍ଶିତ ହୋଇଥିଲା। ପ୍ରତୀକ୍ଷାର କଳାକାରମାନଙ୍କୁ ଧୁମଧାମ ସହ ରେଡ୍ କାର୍ପେଟ୍‌ରେ ସ୍ବାଗତ କରାଯାଇଥିଲା।

ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ରୋ଼ଶନ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି।

ପ୍ରକାଶ ଥାଉକି ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ବ୍ୟତୀତ ଓଲିଉଡ ସୁପରଷ୍ଟାର ବାବୁସାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦମନ’ର ମଧ୍ୟ ଖୁବ୍ ଶୀଘ୍ର ହିନ୍ଦୀ ଡବିଂ ଆସିବାକୁ ଯାଉଛି। ଯାହାର ଡବିଂ ନିକଟରେ ଆରମ୍ଭ କରିଥିଲେ ଅଭିନେତା।
Published by:Lipina Das
First published: