'ଦମନ' ରିଭ୍ୟୁ; ସୋସିଆଲ ମିଡିଆରେ ଏମିତି ମତ ରଖିଲେ ଓଲିଉଡ କଳାକାର

ନୂଆ ଓଡ଼ିଆ ସିନେମା 'ଦମନ' ଦେଖିବା ପରେ ଓଲିଉଡର ଅନେକ କଳାକାର ସୋସିଆଲ ମିଡିଆରେ ସିନେମା ସମ୍ପର୍କରେ ମତ ରଖିଛନ୍ତି ।

'ଦମନ' ରିଭ୍ୟୁ; ସୋସିଆଲ ମିଡିଆରେ ଏମିତି ମତ ରଖିଲେ ଓଲିଉଡ କଳାକାର

'ଦମନ' ରିଭ୍ୟୁ; ସୋସିଆଲ ମିଡିଆରେ ଏମିତି ମତ ରଖିଲେ ଓଲିଉଡ କଳାକାର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଓଡ଼ିଆ ସିନେମା 'ଦମନ' ଶୁକ୍ରବାର ରିଲିଜ୍ ହୋଇଛି । ପ୍ରଥମ ଦିନରେ ରାଜ୍ୟର ହଲ ଗୁଡିକରେ ଖୁବ ଭିଡ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ମହାରାଜା ଥିଏଟରରେ ବାବୁସାନ, ପତ୍ନୀ ତୃପ୍ତି ଓ ମାଆ ଅପରାଜିତାଙ୍କ ସହ  ଦର୍ଶକଙ୍କ ମେଳରେ ବସି ସିନେମା ଦେଖିଥିଲେ । ଓଲିଉଡର ଅନେକ କଳାକାର ମଧ୍ୟ 'ଦମନ' ଦେଖି ସୋସିଆଲ ମିଡିଆରେ ସିନେମା ସମ୍ପର୍କରେ ମତ ରଖିଛନ୍ତି ।

ଅଭିନେତା ମନୋଜ ମିଶ୍ର ସୋସିଆଲ୍ ମିଡିଆରେ 'ଦମନ' ରିଲିଜ୍ ପୂର୍ବରୁ ରାସ୍ତାକଡରେ  ଲାଗିଥିବା ସିନେମାର ପୋଷ୍ଟର ସହ ଏକ ଫଟୋ ଛାଡିଛନ୍ତି । ଭୁବନେଶ୍ୱରରେ ନଥିବାରୁ ମନୋଜ ରାୟଗଡାରେ ସିନେମା ଦେଖିଛନ୍ତି । ସିନେମା ସମ୍ପର୍କରେ ଲେଖି ଖୁବ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ, ଓଡ଼ିଆ ସିନେମାକୁ ଆଗକୁ ନେବାକୁ ହେଲେ ଆପଣ ମାନଙ୍କ ସହଯୋଗ ଦରକାର । ଆପଣ ଦର୍ଶକ ମାନଙ୍କ ପାଖରେ ସେତିକି ଶକ୍ତି ଅଛି ଗୋଟେ ସିନେମାକୁ mouth publicityରେ ହିଟ କରିବା ପାଇଁ । ମୁଁ Daman ଦେଖିଲି । ମତେ ଭଲ ଲାଗିଲା । ଆପଣ ମାନେ ଦେଖନ୍ତୁ ନିରାଶ ହେବେନି । ଅନ୍ୟ ମାନଙ୍କୁ ଦେଖିବାକୁ କୁହନ୍ତୁ । ଦମନ ଭଳିଆ ଆଉ ୫ଟି ଓଡ଼ିଆ ସିନେମା ହେଇଗଲେ ଓଡ଼ିଆ ସିନେମା ର ଗତିପଥ ବଦଳିଯିବ। Congratulations team Daman



ସେହିପରି ଅଭିନେତା ଉଦୟନ ଅପରାଜିତ ଦମନ ସିନେମା ସମ୍ପର୍କରେ ଖୁବ ଭଲ କଥା କହିଛନ୍ତି । ଏଥିସହ ନିଜ ଫ୍ୟାନ ମାନଙ୍କୁ ସିନେମା ଦେଖିବାକୁ ହଲକୁ ଡାକିବା ପାଇଁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଉଦୟନ ନିଜେ ମଧ୍ୟ ସବୁ ଷ୍ଟାରକାଷ୍ଟଙ୍କ ସହ ସାମିଲ ହୋଇ ସିନେମାଟିକୁ ସମ୍ପୁର୍ଣ୍ଣ ଭାବରେ ଦେଖିଛନ୍ତି ।



ସେହିପରି ଅଭିନେତା ପାର୍ଥ ସାରଥି ରାୟ ସିନେମା ଦେଖିବାକୁ ଯିବା ପୂର୍ବରୁ ସୋସିଆଲ ମିଡିଆରେ ସିନେମା ସମ୍ପର୍କରେ ନିଜ ଫ୍ୟାନମାନଙ୍କୁ କହିଛନ୍ତି । ଏଥିସହ ସିନେମା ଦେଖିବା ପରେ ମଧ୍ୟ ସୋସିଆଲ ମିଡିଆରେ ନିଜର ରିଭ୍ୟୁ ରଖିଛନ୍ତି । ସିନେମାଟି ଖୁବ ଭଲ ହୋଇଛି ଓ ନିଖୁଣ ଭାବରେ ଏକ ମୌଳିକ ଓଡ଼ିଆ କାହାଣୀକୁ ଉପସ୍ଥାପନା କରାଯାଇଛି ବୋଲି ପାର୍ଥ ମତ ରଖିଛନ୍ତି ।



ଅଭିନେତ୍ରୀ ଭାସ୍ୱତୀ ବସୁ ମଧ୍ୟ ସିନେମା ସମ୍ପର୍କରେ ଖୁବ ଅଧିକ ଲେଖିଛନ୍ତି ସୋସିଆଲ ମିଡିଆରେ । ଗତକାଲି ସିନେ କଳାକାରଙ୍କ ସହ ସିନେମା ଦେଖିଥିବାବେଳେ ଆଜି ପୁଣିଥରେ ନିଜ ଜାବନସାଥି ବିଜୟଙ୍କୁ ନେଇ ସିନେମା ଦେଖିଛନ୍ତି ।



ଗତକାଲି ସିନେମା ଦେଖିବା ପରେ ଭାସ୍ୱତୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ,  ଖୁବ ସରଳ କାହାଣୀ । ସିନେମା ଦେଖି ସାରି ହଲ ବାହାରକୁ ଆସି ଲାଗିଲାନି ଯେ -"ଆରେ! ସମସ୍ତେ ଏତେ ପ୍ରଶଂସା କରୁଛନ୍ତି, ଅଥଚ ମୁଁ କାହିଁକି ବୁଝି ପାରିଲିନି?"ଏକଦମ ଓଡ଼ିଶାର, ଓଡ଼ିଆ ଗପ, ଯାହା ଗୋଟିଏ ଅସଲ ସମସ୍ୟାକୁ ଆଗକୁ ଆଣିଛି, ସମାଧାନର ବାଟ ବତେଇବାକୁ ଚେଷ୍ଟା କରିଛି । ଆଉ ଅଭିନୟ! ପ୍ରାୟ ଅଭିନେତା ଅଭିନେତ୍ରୀ କୋରାପୁଟର ସ୍ଥାନୀୟ ଲୋକ, ସେଠିକାର ସାଧାରଣ ମଣିଷ ଅଥବା ନାଟ୍ୟ ଦଳର ସଦସ୍ୟ । ଅଭିନୟରେ ପୋଖତ ଅଭିନେତା ମାନଙ୍କ ନାକ କାଟିବାର ଯୋଗ୍ୟତା ରଖନ୍ତି । ବାବୁସାନ ଭଲ ଅଭିନୟ କରିଛନ୍ତି, ଠିକଠାକ । ହେଲେ ଦୀପନ୍ବିତ ଖୁବ ଭଲ ଅଭିନୟ କରିଛନ୍ତି । ତାଙ୍କ ସବୁ ଚରିତ୍ର ଅପେକ୍ଷା ଏଇଟି ମତେ ବହୁତ ଭଲ ଲାଗିଲା। ଗୋଟିଏ କିମ୍ବା ଦୁଇଟି ଦୃଶ୍ୟ ସାମାନ୍ୟ ଦୁର୍ବଳ ଲାଗିଲା, ନହେଲେ ନିର୍ଦ୍ଦେଶନା ଖୁଣି ପାରିବା ମୋ ଯୋଗ୍ୟତା ବାହାରେ। ସୁପର୍ବ ଦେବୀ! ବାଃ ବିଶାଲ! କାହାଣୀର ଇମୋସନ ସହିତ ମୁଁ ବି ଇମୋସନଲ ହେଇଛି। ଏତେ କଥା କହିଗଲି କେବଳ ପଦେ କଥା ପାଇଁ -"#ଦମନମତେଭଲ_ଲାଗିଛି" (ସମ୍ପୂର୍ଣ୍ଣ ନିଜସ୍ଵ ମତ) ।
Published by:Soubhagya Mishra
First published: