ଜାତୀୟ ପରଦାରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ 'ଦମନ'; ହିନ୍ଦୀ ଭାଷାରେ ହେବ ରିଲିଜ

ହିନ୍ଦୀ ଭାଷାରେ ରିଲିଜ ହେବ ଓଡିଆ ଫିଲ୍ମ ‘ଦମନ’ । ଏହା ଓଡିଶାବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରକାଶ କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ।

ହିନ୍ଦୀରେ ହେବ ରିଲିଜ

ହିନ୍ଦୀରେ ହେବ ରିଲିଜ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଦିନକୁ ଦିନ ବଢୁଛି ଓଡ଼ିଆ ଚଳଚ୍ଚିତ୍ର 'ଦମନ'ର ଲୋକପ୍ରିୟତା। କେବଳ ଓଡ଼ିଶାରେ ନୁହେଁ ବାହାର ରାଜ୍ୟରେ ସିନେମା ହଲରେ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଦମନକୁ ବେଶ ପସନ୍ଦ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଦମନ ଚଳଚ୍ଚିତ୍ରର ଲୋକପ୍ରିୟତା ଓ ଗୁରୁତ୍ୱକୁ ଦୃଷ୍ଟିରେ ରଖି ହିନ୍ଦୀ ଭାଷାରେ ଏହା ଡ଼ବିଂ ହେବା ନେଇ ସୂଚନା ଦେଇଛନ୍ତି ଦମନ ଅଭିନେତା ବାବୁସାନ ମହାନ୍ତି।

ସବ-ଟାଇଟିଲ୍ ଥାଇ ଭାରତର ବିଭିନ୍ନ ସହରରେ ଓଡ଼ିଆରେ ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ହିନ୍ଦୀ ଭାଷାରେ ଖୁବ ଶୀଘ୍ର ରିଲିଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ।

ଏହି ଫିଲ୍ମ କୌଣସି ଜଣେ ବ୍ୟକ୍ତିଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହୋଇନି ବରଂ ଏକାଧିକ ଘଟଣା ଓ ବ୍ୟକ୍ତିଙ୍କ ସଂଘର୍ଷକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହୋଇଛି । ଏମିତି ସରକାରଙ୍କ ବିଭିନ୍ନ ଯୋଜନାକୁ ଦୃଷ୍ଟିରେ ରଖି ଏହି ଫିଲ୍ମ ନିର୍ମାଣ କରାଯାଉଛି । ଦମନ ଫିଲ୍ମକୁ ଦର୍ଶକ ପସନ୍ଦ କରୁଥିବାରୁ ନିର୍ଦ୍ଦେଶକ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଏହି ପ୍ରସଙ୍ଗରେ ବାବୁସାନ କହିଛନ୍ତି,"ବହୁତ ଖୁସି ଅଛି। ଅଧିକ ଉତ୍ସାହିତ ମଧ୍ୟ ଅଛି। ଜାତୀୟ ମଞ୍ଚରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଥିବାରୁ ଆନନ୍ଦ ଲାଗୁଛି। ଏସବୁ ସମ୍ଭବ ହୋଇଛି କେବଳ ଦର୍ଶକଙ୍କ ଭଲ ପାଇବା ଯୋଗୁଁ। ଏଥିପାଇଁ ଦର୍ଶକ ଓ ସମଗ୍ର ଓଡିଶାବାସୀ, ବାହାରେ ଥିବା ଓଡ଼ିଆ ଲୋକଙ୍କୁ ଧନ୍ୟବାଦ। ଏତେ ମାତ୍ରାରେ ଭଲ ପାଇବା ଦେଇଥିବାରୁ ଫିଲ୍ମଟି ଏଠି ପହଞ୍ଚି ପାରିଛି। ବାହାରେ ଆମ ଭାଷା ଓ ସଂସ୍କୃତି ପ୍ରଚାର କରିବାରେ ସୁଯୋଗ ପାଇଛୁ, ଏସବୁ ସମ୍ଭବ ହୋଇଛି କେବଳ ଆମ ଦର୍ଶକଙ୍କ ପାଇଁ। ହିନ୍ଦୀରେ ଆମ ଫିଲ୍ମକୁ ଡ଼ବିଂ ପାଇଁ ଯାଉଥିବାରୁ ଗର୍ବ ଲାଗୁଛି"।

ଫିଲ୍ମ ଯେପରି ଅଛି ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ସେଥିରେ କେବଳ ହିନ୍ଦୀ ଭାଷାରେ ଡ଼ବିଙ୍ଗ କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ସେଥିରେ ପଲିସ କରାଯିବ। ଗୀତ ଗୁଡିକ ମଧ୍ୟ ହିନ୍ଦୀରେ ପ୍ରସ୍ତୁତ କରାଯିବ। ଓଡ଼ିଆ ଭାଷା ରହିବ। କୋରାପୁଟିଆ ଭାଷାକୁ ବଦଳାଇପାରିବାନି ବୋଲି ବାବୁସାନ କହିଛନ୍ତି।
Published by:Soumya Das
First published: