ବଡ଼ ଷ୍ଟାର ଓ ରିଅଲ ଷ୍ଟୋରୀ ସହ ଆଜି ରିଲିଜ ହେବ ବାବୁସାନଙ୍କ 'ଦମନ'

ବାବୁସାନଙ୍କ ଅଭିନୀତ ବଡ ବଜେଟ୍ର ଓଡ଼ିଆ ସିନେମା ଦମନ ଆଜି ରିଲିଜ ହେବ। ଚଳଚ୍ଚିତ୍ରଟି ସିନେ ପ୍ରେମୀଙ୍କ ମନକୁ ଜିଣି ପାରୁଛି କି ନାହିଁ ଦେଖିବା ରହିଲା ବାକି।

ଆଜି ରିଲିଜ ହେବ 'ଦମନ'

ଆଜି ରିଲିଜ ହେବ 'ଦମନ'

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଆଜି ରିଲିଜ ହେଉଛି ଦମଦାର ଚଳଚ୍ଚିତ୍ର ‘ଦମନ’ । କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା। ପରିସ୍ଥିତି ସୁଧୁରିବା ପରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେଶିଳ୍ପ ।

ବହୁଦିନ‌ ପରେ ଅଭିନେତା ବାବୁଶାନ କମେଡି, ରୋମାଣ୍ଟିକ ଓ ଆକ୍ସନ ଛାଡି ବାସ୍ତବବାଦୀ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର “ଦମନ”ରେ କରୋନା କାରଣରୁ ଦୁଇବର୍ଷ ହେଲା ବଡ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା। “ବିଦ୍ୟାରାଣ” ପରେ ବିଗ୍ ବଜେଟ୍ ଫିଲ୍ମ “ଦମନ” ମୁକ୍ତିଲାଭ ହୋଇଛି । ତେବେ ନୂଆ ଶୈଳୀରେ ଚଳଚ୍ଚିତ୍ର “ଦମନ”ର ପ୍ରଚାର ଆରମ୍ଭ ହୋଇ ଖୁବ୍ ପ୍ରଶଂସା ସାଉଁଟି ଥିଲା।

ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛିଚଳଚ୍ଚିତ୍ର ‘ଦମନ’ରେ । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି ଦେଖିବାକୁ ମିଳିବ ଚଳଚ୍ଚିତ୍ରରେ । ବଡ଼ ବଜେଟ୍‌ର ଏହି ଫିଲ୍ମରେ ବାବୁଶାନ୍‌ଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିବ ।
Published by:Soumya Das
First published: