ଆସିଲେନି ବାବୁସାନ୍.. ନିରାଶ ହୋଇ ଏୟାରପୋର୍ଟରୁ ଫେରିଲେ ପ୍ରଶଂସକ; ଗଲେ କୁଆଡ଼େ ?

ବାବୁସାନଙ୍କୁ ଦେଖିବା ପାଇଁ କିଛି ପ୍ରଶଂସକ ଏୟାରପୋର୍ଟରେ ଅପେକ୍ଷା କରିଥିଲେ । ଖବର ପ୍ରସାରଣ ପାଇଁ ରାଜ୍ୟର ଅଧିକାଂଶ ଗଣମାଧ୍ୟମର ସାମ୍ୱାଦିକ ଏୟାରପୋର୍ଟରେ ରୁଣ୍ଡ ହୋଇଗଲେ ।କିନ୍ତୁ ଆସିଲେନି ବାବୁସାନ୍ ।

ଆସିଲେନି ବାବୁସାନ୍.. ନିରାଶ ହୋଇ ଏୟାରପୋର୍ଟରୁ ଫେରିଲେ ପ୍ରଶଂସକ; ଗଲେ କୁଆଡ଼େ ?

ଆସିଲେନି ବାବୁସାନ୍.. ନିରାଶ ହୋଇ ଏୟାରପୋର୍ଟରୁ ଫେରିଲେ ପ୍ରଶଂସକ; ଗଲେ କୁଆଡ଼େ ?

  • Share this:
News 18 Odia Digital

ଭୁବନେଶ୍ୱର; ବାବୁସାନ, ପ୍ରକୃତି, ତୃପ୍ତି ବିବାଦର ଖବର ଏବେ ସମସ୍ତ ଗଣମାଧ୍ୟମର ଶିରୋନାମାରେ ପ୍ରକାଶ କରାଯାଉଛି । ଏହି ଫ୍ୟାମିଲି ଡ୍ରାମାକୁ ଦର୍ଶକେ ମଧ୍ୟ ଆଗ୍ରହର ସହକାରେ ଦେଖିବା ସହ ଘଟଣାର ନୂଆ ଟୁଇଷ୍ଟକୁ ଅପେକ୍ଷା କରୁଛନ୍ତି । ଶନିବାରରୁ ଆଜି ପର୍ଯ୍ୟନ୍ତ ଘଟଣା ବିଭିନ୍ନ ମୋଡ଼ ନେଇଥିବାବେଳେ ଗତକାଲି ଏକ ବଡ଼ ଟୁଇଷ୍ଟ ଆସିବାର ଥିଲା । କାରଣ ଚେନ୍ନାଇ ଏୟାରପେର୍ଟରୁ ବିଜୁଳି ବେଗରେ ଏକ ଭିଡ଼ିଓ ଭାଇରାଲ ହେଲା । ଓଡ଼ିଶାରେ ଖବର ଖେଳିଗଲା ବାବୁସାନ ଓଡ଼ିଶା ଫେରୁଛନ୍ତି ।

ବାବୁସାନଙ୍କୁ ଦେଖିବା ପାଇଁ କିଛି ପ୍ରଶଂସକ ଏୟାରପୋର୍ଟରେ ଅପେକ୍ଷା କରିଥିଲେ । ଖବର ପ୍ରସାରଣ ପାଇଁ ରାଜ୍ୟର ଅଧିକାଂଶ ଗଣମାଧ୍ୟମର ସାମ୍ୱାଦିକ ଏୟାରପୋର୍ଟରେ ରୁଣ୍ଡ ହୋଇଗଲେ । ପ୍ରି କଭରେଜ୍ ମଧ୍ୟ ଆରମ୍ଭ କରିଦେଲେ ଯେ, କିଛି ସମୟ ମଧ୍ୟରେ ଏୟାରପୋର୍ଟ ବାହାରକୁ ଆସିବେ ବାବୁସାନ୍ । ବିମାନ ବନ୍ଦରରୁ ବାହାରକୁ ବାହାରୁଥିବା ଯାତ୍ରୀଙ୍କର ପ୍ରତିକ୍ରିୟା ମଧ୍ୟ ନିଆଗଲା । ସମାନ ଫ୍ଲାଇଟରେ ଆସୁଥିବା ଯାତ୍ରୀ କହିଲେ ବାବୁସାନଙ୍କୁ ମୁମ୍ୱାଇରେ ଦେଖିଛୁ କିନ୍ତୁ ଫ୍ଲାଇଟରେ ଦେଖିନୁ । ଟିଆରପି ରେସରେ ଧାଉଁଥିବା କିଛି ସାମ୍ୱାଦିକଙ୍କ ଚିନ୍ତା ମଧ୍ୟ ବଢିଗଲା । ସମସ୍ତେ କୁହାକୁହି ହେଲେ ବାବୁସାନ୍ ଗଲେ କୁଆଡ଼େ । ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରି ସଭିଏଁ ନିରାଶ ହୋଇ ଫେରିଆସିଲେ ।
Published by:Soubhagya Mishra
First published: