ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କିସ୍ ମିସ୍’... ପ୍ରିମିୟରରେ ଯୋଗଦେଲେ ଓଲିଉଡ କଳାକାର

ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କିସ୍ ମିସ୍’ । ସାରା ଓଡ଼ିଶାର ୩୩ଟି ପ୍ରେକ୍ଷାଳୟରେ ରିଲିଜ ହୋଇଛି ଏହି ଚଳଚ୍ଚିତ୍ର ।

ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କିସ୍ ମିସ୍’... ପ୍ରିମିୟରରେ ଯୋଗଦେଲେ ଓଲିଉଡ କଳାକାର

ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କିସ୍ ମିସ୍’... ପ୍ରିମିୟରରେ ଯୋଗଦେଲେ ଓଲିଉଡ କଳାକାର

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର; ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କିସ୍ ମିସ୍’ । ସାରା ଓଡ଼ିଶାର ୩୩ଟି ପ୍ରେକ୍ଷାଳୟରେ ରିଲିଜ ହୋଇଛି ଏହି ଚଳଚ୍ଚିତ୍ର । ମଧ୍ୟାହ୍ନରେ କଟକ ବୃନ୍ଦାବନ ଏବଂ ସଂଧ୍ୟାରେ ଭୁବନେଶ୍ଵର ସିନେପଲିସରେ ବିପୁଳ ଜନଗହଳି ମଧ୍ୟରେ ସ୍ଵତନ୍ତ୍ର ପ୍ରିମିୟର  ଅନୁଷ୍ଠିତ ହୋଇ ଯାଇଛି । ନାୟିକାରୁ ପ୍ରଯୋଜିକା ସାଜିଥିବା ଝିଲିକ୍‌ଙ୍କ ପ୍ରଯୋଜନା ସଂସ୍ଥା ଝିଲିକ୍ ମୋସନ୍ ପିକ୍‌ଚର୍ସ ବ୍ୟାନରରେ ନିର୍ମାଣ ହୋଇଛି ‘କିସ୍ ମିସ୍’ ।

ଏହା ଏକ ଭିନ୍ନ ଧରଣର ଅଫବିଟ୍ ଚଳଚ୍ଚିତ୍ର । ଏହାର କାହାଣୀ ୨ଟି ଚରିତ୍ରକୁ ନେଇ ଆଗକୁ ବଢୁଛି । ଏଥିରେ ପ୍ରେମ ଅଛି ତା’ସହିତ ଅନ୍ୟାନ୍ୟ ମସଲା ମଧ୍ୟ ରହିଛି । ଯଦିଓ ଏହା ସମ୍ପୂର୍ଣ୍ଣ ବ୍ୟବସାୟଧର୍ମୀ ଚଳଚ୍ଚିତ୍ର କିନ୍ତୁ ଦର୍ଶକ କିଛି ପରିମାଣରେ କ୍ଲାସିକ୍‌ର ଛୁଙ୍କ ପାଇବେ ।  ଚଳଚ୍ଚିତ୍ରରେ ନାୟକ  ସ୍ୱରାଜଙ୍କ ସହ ନାୟିକା ଅଭିନୟ କରିଛନ୍ତି ଓଲିଉଡର କ୍ୟୁଟଗାର୍ଲ ଶିବାନୀ ସଙ୍ଗୀତା । ନାୟକ ସ୍ୱରାଜ ପ୍ରଥମ ଥର ଦୃଷ୍ଟିହୀନ ଚରିତ୍ରରେ ଅଭିନୟ କରିଛନ୍ତି ।  ଅନ୍ୟାନ୍ୟ ଭୂମିକାରେ ରହିଛନ୍ତି.. ପ୍ରୀତିରାଜ, ନିତୁ ସିଂ, ମାନିନୀ, ଲିଙ୍କନ ପଟ୍ଟନାୟକ ଏବଂ ଧରିତ୍ରୀ ଖଣ୍ଡୁଆଳ । ଚଳଚ୍ଚିତ୍ରରେ ମୋଟ୍ ୪ଟି ଗୀତ ଥିବାବେଳେ ଏହାକୁ ଲେଖିଛନ୍ତି ଡା. ନିର୍ମଳ ନାୟକ । ଗୀତକୁ ସୁନ୍ଦର ସ୍ଵରରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ।

‘ସବୁ ଲଭ୍ ଷ୍ଟୋରୀ’ ଗୀତକୁ ଗାଇଛନ୍ତି ସ୍ୱୟମ୍ ପାଢ଼ୀ ଓ ଅନ୍ତରା ଚକ୍ରବର୍ତ୍ତୀ, ‘ତୋ ପ୍ରେମ ଜାଲରେ’ ଶଶାଙ୍କ ଶେଖର ଓ ଅମ୍ରିତା ନାୟକ, ‘ନ ଶୁଣିଲେ ନାହିଁ ଯା’ ସତ୍ୟଜିତ୍ ପ୍ରଧାନ ଓ ଜାଗୃତି ମିଶ୍ର ଏବଂ ‘ବୋଲ ବୋଲ ବୋଲ’ ଗୀତଟିରେ ତାରିକ୍‌ ଅଜିଜ୍ ଓ ଦୀପ୍ତିରେଖା ପାଢ଼ୀ କଣ୍ଠଦାନ କରିଛନ୍ତି । ନୃତ୍ୟ ସଂଯୋଜନା କରିଛନ୍ତି ଲୁବୁନ୍-ଟୁବୁନ୍ । ସଂଳାପ ସଞ୍ଜୀତ ରଥ ଲେଖିଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ ନିର୍ଦ୍ଦେଶକ ସୁଶାନ୍ତ ମଣି ।
କ୍ୟାମେରା ପରିଚାଳନାରେ କୁହୁ ମଲ୍ଲ, କଳା ନିର୍ଦ୍ଦେଶନାରେ ଲିଙ୍କନ ପଟ୍ଟନାୟକ ଏବଂ ସମ୍ପାଦନା କରିଛନ୍ତି
ସୁକୁମାର ମଣି । ଚଳଚ୍ଚିତ୍ରର ସୁଟିଂ ପାରାଦୀପ, କଟକ ଓ ଭୁବନେଶ୍ୱର ଏବଂ ଗୀତର ସୁଟିଂ କୋଲକାତାର କିଛି ମନୋରମ ପରିବେଶରେ ହୋଇଛି । ଟ୍ରେଲର୍ ଓ ଗୀତ ପରି ଚଳଚ୍ଚିତ୍ରକୁ ସମାନ ଭଲପାଇବା ଓ ସମର୍ଥନ ଦେବା ଲାଗି ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ ନିବେଦନ କରିଛନ୍ତି ।
Published by:Soubhagya Mishra
First published: