News18 Odia
କୋଲକାତା: କୋଲକାତାରେ ଚାଲିଥିବା ‘ଦାଦାଗିରି’ ଶୋରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗଙ୍ଗୁଲୀ ଯୋଗ ଦେଇ ସେଠାକାର ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଜି-ସାର୍ଥକ ଚ୍ୟାନେଲରେ ‘ଦାଦାଗିରି’ ଶୋକୁ ସୌରଭଙ୍କୁ ନିମନ୍ତ୍ରଣ କରାଯାଇଛି।
ଆସନ୍ତା ଶନିବାର ଦାଦାଗିୀରିର ଅଷ୍ଟମ ଏପିସୋଡରେ ଓଲିଉଡ଼ର ମେଗାଷ୍ଟାର ତଥା ବିଜେଡି ନେତା ଅନୁଭବ ମହାନ୍ତିଙ୍କ ସହ କ୍ରିକେଟର ସୌରଭଙ୍କୁ ଏକାଠି ଦେଖିବାକୁ ମିଳିବ । ଯାହାକୁ ନେଇ ଏକ୍ସାଇଟେଡ ଅଛନ୍ତି ଦର୍ଶକ ।
ପ୍ରକାଶ ଥାଉକି ପ୍ରଥମେ ଅନୁଭବଙ୍କୁ ନେଇ ପପୁଲାର ରିୟାଲିଟି ଶୋ ‘ଦାଦାଗିରି’ ପରିକଳ୍ପନା କରିଥିଲା ଜି-ସାର୍ଥକ ଚ୍ୟାନେଲ। ସେହିପରି ନିକଟରେ ଦର୍ଶକ ଏହି ଚ୍ୟାନେଲରେ ପ୍ରସାରିତ ହୋଇଥିବା ଲୋକପ୍ରିୟ ଧାରାବାହିକତ ବିଜୟିନୀର ଏକ ସ୍ପେଶାଲ ଏପିସୋଡ ଦେଖିଥିଲେ।
ଅଭିନେତ୍ରୀ ଦୀପିକା ତ୍ରିପାଠୀଙ୍କ ଜବରଦସ୍ତ ଡ୍ୟାନ୍ସ ସହ ଏସିସୋଡର ଅଭିନେତା ବିଶ୍ବଭୂଷଣ, ସାଗର ଓ ବାଦଲ ସାମିଲ ହୋଇ ଅନୁଭବଙ୍କ ସହ ବେଶ୍ ମଜାମସ୍ତି କରିଥିଲେ।
ଅନୁଭବଙ୍କ ଏହି ରିୟାଲିଟି ଶୋର ହୋଷ୍ଟିଂକୁ ନେଇ ପୂରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି । ଅନେକ ସୁପରହିଟ୍ ଫିଲ୍ମ ଦେଇ ଓଲିଉଡର ସୁପରଷ୍ଟାର ସାଜିଥିବା ଅନୁଭବ ବର୍ତ୍ତମାନ ଓଡ଼ିଆ ଦର୍ଶକଙ୍କ ହୃଦୟ କିଣିବାକୁ ମନୋରଞ୍ଜନର ଖୁରାକ ଦେଇଚାଲିଛନ୍ତି।
୩୦ଟି ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ଶୋର ଲୋକପ୍ରିୟତା ବୃଦ୍ଧି କରାଉଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।