ବିବାଦକୁ ଟାଣିହେଲା ସିନେମା 'ଦମନ'; ପୋଷ୍ଟରରେ ବଞ୍ଚିଥିବା କଳାକାରଙ୍କୁ ମାରିଦେଲା

ଶୁକ୍ରବାର ରିଲିଜ ହୋଇଛି ବହୁ ଚର୍ଚ୍ଚିତ ସିନେମା 'ଦମନ' ସିନେମାକୁ ନେଇ ସବୁଠି ଉତ୍ସାହ ଲାଗିଥିବା ସମୟରେ ସିନେମାର ଏକ ପୋଷ୍ଟରକୁ ନେଇ ଏବେ ଦେଖାଦେଇଛି ବିବାଦ ।

ବିବାଦକୁ ଟାଣିହେଲା ସିନେମା 'ଦମନ'; ପୋଷ୍ଟରରେ ବଞ୍ଚିଥିବା କଳାକାରଙ୍କୁ ମାରିଦେଲା

ବିବାଦକୁ ଟାଣିହେଲା ସିନେମା 'ଦମନ'; ପୋଷ୍ଟରରେ ବଞ୍ଚିଥିବା କଳାକାରଙ୍କୁ ମାରିଦେଲା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଶୁକ୍ରବାର ରିଲିଜ ହୋଇଛି ବହୁ ଚର୍ଚ୍ଚିତ ସିନେମା 'ଦମନ' ସିନେମାକୁ ନେଇ ସବୁଠି ଉତ୍ସାହ ଲାଗିଥିବା ସମୟରେ ସିନେମାର ଏକ ପୋଷ୍ଟରକୁ ନେଇ ଏବେ ଦେଖାଦେଇଛି ବିବାଦ । ମହାରାଜା ଟକିଜରେ ସିନେମାର ପିମିୟର ହେଉଥିବା ସମୟରେ ଓଲିଉଡ ମୃତ କଳାକାରଙ୍କୁ ସମ୍ମାନ ଦେବାପାଇଁ ଏକ ବିରାଟ ପୋଷ୍ଟର ହଲ୍ ବାହାରେ ପ୍ରଦର୍ଶନ କରାଯାଇଥିଲା ।  କିନ୍ତୁ ସେହି ପୋଷ୍ଟରଟିକୁ ନିର୍ମାଣ କରିଥିବା ଟିମ୍ ଭୁଲରେ ଓଲିଉଡର ସୁନାମଧନ୍ୟ କଳାକାର ବାଙ୍କୁଙ୍କର ଫଟୋକୁ ମୃତ ଭାବରେ ଦୃଶ୍ୟମାନ କରିଥିଲା ପୋଷ୍ଟରରେ । ଯାହାକୁ ନେଇ ଏବେ ଦେଖାଦେଇଛି ବିବାଦ । ଉକ୍ତ ଫଟୋଟିକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ସୃଷ୍ଟି ହେଲାଣି ।



ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଗ୍ୟାନରଞ୍ଜନ ଏହି ପୋଷ୍ଟରଟିକୁ ପୋଷ୍ଟ କରି ଲେଖିଛନ୍ତି ଯେ, ଆସୁ ଆସୁ ବାଙ୍କୁ ଭାଇଙ୍କୁ ଦମନ କଲା ଚଳଚ୍ଚିତ୍ର ଦମନ । ଓଡ଼ିଆ ଚଳଚ୍ଚିତ୍ରର ନୂତନ ଯୁଗର ଆରମ୍ଭ ବୋଲି କୁହାଯାଇଛି । ଆମେ ଦମନ ଚଳଚ୍ଚିତ୍ରକୁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବୈପ୍ଲବିକ ପରିବର୍ତ୍ତନ ବି କହିପାରିବା କିନ୍ତୁ ଆୟୋଜକମାନଙ୍କ ଏଭଳି ଅସ୍ଥିରତା ଓ ପାଗଳାମୀ ବା ଉତଫୁଲିତ ମନ ପାଇଁ ବଞ୍ଚିଥିବା ବର୍ଷିଆନ କଳାକାରଟି ମରିଯାଇଛି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାହା କେତେଦୁର ଠିକ୍ ବୋଲି ଜ୍ଞାନ ପ୍ରଶ୍ନ କରିବା ସହ ଅନେକ ଟ୍ୟାଗ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଦମନ ସିନେମା ରିଲିଜ ହେବାପରେ ସାରା ଓଡ଼ିଶାରେ ସିନେମାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଅନେକ ସ୍ଥାନରେ ସିନେମାଟି ହାଉସଫୁଲ ଭାବରେ ଚାଲିଛି । ଗତକାଲି ପ୍ରିମିୟର ଶୋରେ ବାବୁସାନ ନିଜ ପତ୍ନୀ ତୃପ୍ତି ଓ ମାଆଙ୍କ ସହ ସିନେମା ହଲରେ ପହଞ୍ଚି ସିନେମା ଦେଖିଛନ୍ତି । ପିମିୟରରେ ଓଲିଉଡର ଅନେକ କଳାକାର ମଧ୍ୟ ଯୋଗ ଦେଇଥିଲେ । ସିନେମା ସମ୍ପର୍କରେ ପୋଷ୍ଟର ସାମ୍ନାରେ ଛିଡା ହୋଇ ଗଣମାଧ୍ୟମକୁ ବାଇଟ୍ ଦେଉଥିଲେ । ସମସ୍ତେ ସିନେମାର ସଫଳତା ବିଷୟରେ ମତ ଦେଉଥିଲେ । କିପରି ଉପାନ୍ତ ଅଞ୍ଚଳର ବାସ୍ତବ କାହାଣୀକୁ ସ୍ଥାନିତ କରାଯାଇଛି ତାହା କହୁଥିଲେ । କିନ୍ତୁ ଯେଉଁ ପୋଷ୍ଟର ସାମ୍ନାରେ ଛିଡା ହୋଇଥିଲେ ତାହା ଉପରେ କାହାର ନଜର ପଡିନଥିଲା ।  କିନ୍ତୁ  ଜଣେ ବଞ୍ଚିଥିବା କଳାକାରଙ୍କୁ ସର୍ବସାଧାରଣରେ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏଥିପାଇଁ ଦାୟୀ କିଏ ? କାହାର ଭୁଲ୍ ? ବର୍ତ୍ତମାନ ଅଭିନେତା ବାଙ୍କୁଙ୍କର ମାନସିକ ସ୍ଥିତି କଣ ? ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ଖାମଖିଆଲି କାମ ପାଇଁ ଓଲିଉଡ ବଦନାମ ହେଉଛି ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି । ଏଥିସହ ଅନେକ ବ୍ୟକ୍ତି ଏହି ଘଟଣାକୁ ନିନ୍ଦା କରିବା ସହ ଆୟୋଜକ ସଂସ୍ଥା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ହେଉଛି । ତେବେ ଘଟଣା ସମ୍ପର୍କରେ 'ଦମନ' ଟିମର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବରିଷ୍ଠ ଅଭିନେତା ବାଙ୍କୁ
Published by:Soubhagya Mishra
First published: