ଲିଙ୍ଗରାଜଙ୍କ ପାଖରେ ଜଳ ଲାଗି କଲେ ବାବୁସାନ୍ ; ଓଡ଼ିଆ ସିନେମାକୁ ଲିଙ୍ଗରାଜ ଶାହା ବୋଲି କହିଲେ ବବି ମିଶ୍ର

ଦୁଇ ବର୍ଷ ପରେ ବୋଲ ବମ ଯାତ୍ରା କରି ଶ୍ରଦ୍ଧାଳୁ ଖୁସ୍।

ମହାପ୍ରଭୁଙ୍କୁ ଜଳ ଲାଗି କଲେ ଓଡ଼ିଆ ସିନେ ଷ୍ଟାର୍

ମହାପ୍ରଭୁଙ୍କୁ ଜଳ ଲାଗି କଲେ ଓଡ଼ିଆ ସିନେ ଷ୍ଟାର୍

  • Share this:
News 18 Odia Digital

ଭୁବନେଶ୍ୱର; ଧାରା ଶ୍ରାବଣର ପ୍ରଥମ ସୋମବାରରେ ବୋଲ ବମ୍ ହର ହର ବମ୍ ଶବ୍ଦରେ କମ୍ପିଲା ଏକାମ୍ର କ୍ଷେତ୍ର । ରାଜ୍ୟ ସମେତ ରାଜ୍ୟ ବାହାରୁ ଶହ ଶହ କାଉଡ଼ିଆ ମହାଦେବଙ୍କୁ ଦର୍ଶନ କରିବା ସହ ଜଳାଭିଷେକ କରିଛନ୍ତି । ଦୁଇ ବର୍ଷ ପରେ ମନ୍ଦିର ପ୍ରବେଶ କରି ଶିବ ଲିଙ୍ଗରେ ପାଣି ଢାଳିବାର ସୁଯୋଗ ପାଇଛନ୍ତି କାଉଡ଼ିଆ । ପ୍ରଥମ ସୋମବାରରେ ଭିଡ଼ କମ୍ ଥିବାବେଳେ କିଛି କାଉଡ଼ିଆ ବିନ୍ଦୁ ସାଗରରୁ ପାଣି ଉଠାଇ ଲିଙ୍ଗରାଜଙ୍କ ମଥାରେ ଜଳଲାଗି କରିଛନ୍ତି ।

ଚଳିତ ବର୍ଷ କୋଭିଡ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା ଉତ୍ସାହ । ସେଥିଲାଗି ଲିଙ୍ଗରାଜ ମନ୍ଦିରରେ  ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଶ୍ରାବଣ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍‌ ୩ଟାରୁ ଖୋଲାଯାଇଥିଲା । ସାଢ଼େ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସରିବା ପରେ ୪ଟା ସୁଦ୍ଧା ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ଶୃଙ୍ଖଳିତ ଜଳାଭିଷେକ ପାଇଁ  ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା । କରୋନା କଟକଣା ଦୃଷ୍ଟିରୁ ଉଭୟ କାଉଡ଼ିଆ ଓ ସେବାୟତମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି ।

ଗର୍ଭଗୃହରୁ ଦର୍ଶନ ମନା ହୋଇଥିବାରୁ ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ କରାଯାଇଥିଲା । କାଉଡ଼ିଆମାନେ ଧାଡ଼ିରେ ଆସି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ଶ୍ରାବଣୀ ଜଳ ଢା‌ଳିଥିଲେ । ମନ୍ଦିର ବାହାରେ କିଛି ସାମାଜିକ ସଙ୍ଗଠନ ପକ୍ଷରୁ କାଉଡ଼ିଆ ଓ ଅନ୍ୟ ଶ୍ରଦ୍ଧାଳୁଙ୍କୁ ଜଳଖିଆ, ଦୁଗ୍ଧ ପ୍ରଦାନ କରାଯାଇଥିଲା ।

ଶ୍ରାବଣ ସୋମବାରରେ ମଧ୍ୟ ଜଳ ଲାଗି କଲେ ଓଲିଉଡ ଅଭିନେତା ବାବୁସାନ । ବିନ୍ଦୁ ସାଗରରୁ ଜଳ ନେଇ ଲିଙ୍ଗରାଜ ମନ୍ଦିରରେ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି ।  ନିଜ ଅଭିନିତ ସିନେମା 'ଦମନ'ର ରିଲିଜ ଡେଟକୁ ଏହିଭଳି ନିଆରା ଅନ୍ଦାଜରେ ଘୋଷଣା କରିଛନ୍ତି ଓଲିଉଡ଼ ହିରୋ ବାବୁସାନ । ତାଙ୍କ ସହ ଥିଲେ ଫିଲ୍ମର ପୁରା ଟିମ୍ । ଦୁର୍ଗା ପୂଜାରେ ସିନେମା 'ଦମନ' ପରଦାକୁ ଆସିବ ବୋଲି କହିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ବାବୁଶାନକୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ବାୟୋପିକ ମୁଭିରେ ସେ ଅଭିନୟ କରୁଛନ୍ତି ବୋଲି କହିଛନ୍ତି । ସେହିପରି ବାବୁସାନଙ୍କ ସହ ପିଣ୍ଟୁ ନନ୍ଦ ଓ ବବି ମିଶ୍ର ମଧ୍ୟ ବିନ୍ଦୁ ସାଗରରୁ ଜଳ ନେଇ ମହାଦେବଙ୍କୁ ଜଳ ଲାଗି କରିଛନ୍ତି । କରୋନା ପରଠୁ ଓଲିଉଡ ଇଣ୍ଡଷ୍ଟ୍ରି କ୍ଷତିରେ ଚାଲିଛି ତେଣୁ ମହାଦେବ ସାହା ହୁଅନ୍ତୁ ବୋଲି ବବି ମିଶ୍ର କହିଛନ୍ତି ।



ଅନ୍ୟପଟେ ଟ୍ରାଫିକ ନୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମନ୍ଦିର ଭିତରେ ଓ ବାହାରେ ଓଡ୍ରାଫ ଟିମ୍ ସହ ଫାୟାର  ଓ ମୋବାଇଲ ମେଡ଼ିକାଲ ୟୁନିଟ ଉପସ୍ଥିତି ଥିଲେ ।  ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୫ ଜଣ ଏସିପି, ୮ଜଣ ଆଇଆଇସି, ୩୩ଜଣ ଏସଆଇଙ୍କ ସହ ୬ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ ।
Published by:Soubhagya Mishra
First published: