ଓଡ଼ିଆ ଆଲବମ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର; ତଦନ୍ତ ଜାରି

ଓଡ଼ିଆ ଆଲବମ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

ଓଡ଼ିଆ ଆଲବମ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

ଓଡ଼ିଆ ଆଲବମ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବଲାଙ୍ଗୀର: ଓଡ଼ିଆ ଆଲବମ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ସୁଦପଡ଼ାର ଏକ ଘରୁ ଆଲବମ୍ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

ମୃତ ଆଲବମ୍ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ରୁଚିସ୍ମିତା ଗୁରୁ । ଅଭିନେତ୍ରୀଙ୍କ ମାମୁଁଘର ସୁଦପଡ଼ା ଘର ଭିତରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ରୁଚିସ୍ମିତାଙ୍କ ନିଜ ଘର ବଲାଙ୍ଗୀରର ତାଲପାଲିପଡ଼ାରେ । 

ଓଡ଼ିଆ କଳା ଜଗତ ପାଇଁ ପୁଣି ଦୁଃଖ ଖବର; ଚାଲିଗଲେ ଆଉ ଜଣେ କଳାକାର

ସେ ଅନେକ ଓଡ଼ିଆ ଆଲବମ୍ ଓ ଭଜନ କରିଛନ୍ତି । ସେ ମାମୁଘରେ ରହୁଥିଲେ । ଯେଉଁ ଘରେ ତାଙ୍କର ମୃତ୍ୟୁ ହୋଇଥିଲା, ସେହି ଘରକୁ ପୋଲିସ ସିଲ୍‌ କରିଦେଇଛି। ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମୃତ ଅଭିନେତ୍ରୀଙ୍କ ମା’। ତାଙ୍କ କହିବାନୁଯାୟୀ, ତାଙ୍କର ଝିଅ ସହ ବଚସା ହୋଇଥିଲା । ଖାଇବା ତୁରନ୍ତ କରିବା ପାଇଁ ଝିଅକୁ କହିଥିଲେ। ହେଲେ ଝିଅ ବିଳମ୍ବରେ କରିବା କହିବାରୁ ସେ ଯୁକ୍ତିତର୍କ କରିଥିଲେ । ଫଳରେ ଏଥିରେ ରାଗିଯାଇ ସେ ଏଭଳି କରିଥିବା କହିଛନ୍ତି ତାଙ୍କ ମା।
Published by:Soumya Das
First published: