News18 Odia Digital
Riya Dey: ଓଡ଼ିଆ ସିନେମା ଜଗତ(Ollywood Industry)ର ଜଣାଶୁଣା ଅଭିନେତ୍ରୀ ରିୟା ଦେ(Riya Dey)ଙ୍କୁ କିଏ ବା ନ ଜାଣେ। ଚୁଲବୁଲି ନାୟିକା ଭାବେ ପ୍ରାୟ ଘରେ ସେ ପରିଚିତ। ନିକଟରେ ଅଭିନେତ୍ରୀଙ୍କ ବିବାହ ଶେଷ ହୋଇଛି। ବିବାହର ପରେ ରିୟା ଏକ ଖୁସି ଖବର ଦେଇଛନ୍ତି। ଯାହାକୁ ନେଇ ଫ୍ୟାନମାନେ ବେଶ ଖୁସି ହୋଇଯାଇଛନ୍ତି।
ବିବାହର ୨ ମାସ ନପୁରୁଣୁ ଖୁସି ଖବର ଦେଲେ ଶ୍ବେତଲାନା; ଆପଣ ବି ଜାଣିଲେ ହେବେ ଖୁସି
ରିୟା ପ୍ରାୟ ମାସେ ତଳେ ବିବାହ କରିଛନ୍ତି। ସିନେମା ଜଗତର ବେଶ ନାମିଦାମୀ ହିରୋଇନ ରିୟା ଶାଶୁ ଘରକୁ ଯାଉ ଯାଉ ଏକ ବଡ଼ ଖୁସି ଖବର ଦେଇଛନ୍ତି। ଯେଉଁଥିରେ ପରିବାର ଲୋକ ବେଶ ଖୁସି ହୋଇଯାଇଛନ୍ତି। କେବଳ ସେତିକି ନୁହେଁ ତାଙ୍କ ପ୍ରିୟ ହିରୋଇନଙ୍କ ଖୁସି ଖବର ବାବଦରେ ଜାଣି ଫ୍ୟାନ୍ସ ମାନେ ବି ଖୁସି ହୋଇଯାଇଛନ୍ତି।
ଅଭିନେତ୍ରୀ ପ୍ରାୟ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ନିଜ ବିବାହ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସୋସିଆଲ ମିଡ଼ିଆ ଖେଳାଉ ଖେଳାଉ ରିୟାଙ୍କ ଏହି ଫଟୋ ନଜର ପଡିଥିଲା। ଫଟୋରେ ଅଭିନେତ୍ରୀ କେକ କାଟୁଥିବାର ଦେଖାଯାଉଛି। ଅଧିକ ଜାଣିବା ପାଇଁ ଫଟୋଟି ଦେଖିବାରୁ ପ୍ରକୃତ କଥା ଜଣା ପଡିଥିଲା। ଅଭିନେତ୍ରୀ ରିୟାଙ୍କର ବିବାହ ପରେ ତାଙ୍କ ଇନଷ୍ଚାଗ୍ରାମ ଆଇଡିରେ ୫ ଲକ୍ଷ Followers ହୋଇଯାଇଛନ୍ତି । ଯାହାକୁ ନେଇ ରିୟା ବହୁତ ଖୁସି ଅଛନ୍ତି । କେକ କାଟି ସ୍ୱାମୀଙ୍କ ସହ ଏହାକୁ ସେଲିବ୍ରେଟ୍ କରିଛନ୍ତି । ଏହା ପରେ ତାଙ୍କ ସ୍ୱାମୀଙ୍କ ସହ ଅନେକ ଫଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ଖୁସି ହେଉଥିବାର ନଜର ଆସିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।