News18 Odia Digital
ଭୁବନେଶ୍ବର: ଆରପାରିରେ ଓଲିଉଡ ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ର। ଆଗରୁ କ୍ୟାନ୍ସରରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିଲେ ସେ। ବୁଧବାର ରାତି ପ୍ରାୟ ୩ଟାରେ ତାଙ୍କ ଦେହାନ୍ତ ହୋଇଛି।
ଗତକାଲି ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ। ଯାହାପରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ସମୟରେ ସେ ମାତ୍ର ୩୭ ବର୍ଷର ହୋଇଥିଲେ। ଗତକାଲି ପ୍ରଥମେ ବାଲେଶ୍ବର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତର ହେବାରୁ ସମକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ଏତେ କମ ବୟସରେ ସେ ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି। ତାଙ୍କ ମୃତ୍ୟୁ ବର୍ତ୍ତମାନ ଟିଭି ଓ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

ଆଖି ବୁଜିଲେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ବରୀ
ସେପଟେ ଫ୍ୟାନ୍ସ ମଧ୍ୟ ତାଙ୍କ ମୃତ୍ୟୁରେ ଚକିତ ହୋଇଯାଇଛନ୍ତି। ଆଉ ସୋସିଆଲ ମିଡ଼ିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଦେଇଛନ୍ତି।
ପ୍ରକାଶ ଥାଉକି ଅନେକ ଓଡ଼ିଆ ସିରିୟଲ ଓ ଫିଲ୍ମରେ ସେ ଦମଦାର ଅଭିନୟ କରିଥିଲେ। ‘ବସୁନ୍ଧରା’, ‘ଦେବୀ’, ‘ଉଆଁଶି କନ୍ୟା’, ‘ତୋ ପାଇଁ ମୁଁ’ ଭଳି ଲୋକପ୍ରିୟ ସିରିୟଲରେ ଦେଖିବାକୁ ମିଳିଥିଲା ତାଙ୍କ ଶାନଦାର ଅଭିନୟ। ସେହିପରି ସେ ‘ବ୍ଲାକ୍ ମେଲ୍’ ସିନେମା ସହ ଆହୁରୀ ଅନେକ ସିନେମାରେ ସେ ଅଭିନୟ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।