ରିଲାଏନ୍ସ ଜୁଏଲ୍ସ୍ ସହ ଯୋଡ଼ିହେଲେ ଅଭିନେତ୍ରୀ ଏଲିନା; ଆରମ୍ଭ ହେଲା ଏଲିନାଙ୍କ 'ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’

ରିଲାଏନ୍ସ ଜୁଏଲସ୍ ସହିତ ଏବେ ଯୋଡ଼ି ହୋଇଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । କମ୍ପାନୀର ସମସ୍ତ ସୋ’ରୁମ୍‌ରେ ଏବେ “ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ କୁ ନେଇ  ସ୍ୱତନ୍ତ୍ର ସେଲ ଓ ଡିସପ୍ଲେ ବ୍ୟବସ୍ଥା କରାଯାଇଛି ।

ରିଲାଏନ୍ସ ଜୁଏଲ୍ସ୍ ସହ ଯୋଡ଼ିହେଲେ ଅଭିନେତ୍ରୀ ଏଲିନା; ଆରମ୍ଭ ହେଲା ଏଲିନାଙ୍କ 'ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’

ରିଲାଏନ୍ସ ଜୁଏଲ୍ସ୍ ସହ ଯୋଡ଼ିହେଲେ ଅଭିନେତ୍ରୀ ଏଲିନା; ଆରମ୍ଭ ହେଲା ଏଲିନାଙ୍କ 'ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଭାରତର ଅଗ୍ରଣୀ ଉତ୍କୃଷ୍ଟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ସହିତ ଏବେ ଯୋଡ଼ି ହୋଇଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । କମ୍ପାନୀର ସମସ୍ତ ସୋ’ରୁମ୍‌ରେ ଏବେ “ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ କୁ ନେଇ  ସ୍ୱତନ୍ତ୍ର ସେଲ ଓ ଡିସପ୍ଲେ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ସହିତ ଥିବା ସମ୍ପର୍କକୁ ପାଳନ କରିବା ଏବଂ ପୃଷ୍ଠପୋଷକମାନଙ୍କୁ ସ୍ୱତନ୍ତ୍ର  ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜୁଏଲସ୍ ପକ୍ଷରୁ “ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’  ଉପରେ ପ୍ରତିଯୋଗିତା ମଧ୍ୟ  ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାର ଭାଗ୍ୟଶାଳୀ ବିଜେତାଙ୍କୁ  ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ଏକ ସ୍ୱତନ୍ତ୍ର ମିଟ୍ ଆଣ୍ଡ୍ ଗ୍ରିଟ୍ ପାଇଁ ଆମନ୍ତ୍ରଣ କରାଯାଇଛି ।

ଗ୍ରାହକଙ୍କ ପସନ୍ଦ ପାଇଁ ବ୍ୟବହାର ବ୍ୟାପକ ଡିଜାଇନର ବି.ଆଇ.ଏସ୍ ହଲ୍‌ମାର୍କ ସୁନା ଏବଂ ଅନ୍ତର୍ଜାତୀୟ ସାର୍ଟିଫାଏଡ୍ ହୀରା ଗହଣା ସହ ରୁପା ଏବଂ ପ୍ଲାଟିନମ୍ ଡିଜାଇନ ଏଠି ପ୍ରଦର୍ଶିତ କରାଯାଇଛି। ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର ଅଫ୍ ଓଡ଼ିଶା ସମ୍ପର୍କରେ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନିଲ ନାୟକ କହିଛନ୍ତି ଯେ, “ଏକ ବଜାର ଭାବେ ଓଡ଼ିଶା ଆମର ଅତ୍ୟନ୍ତ ନିକଟତର । ଆମେ ରିଲାଏନ୍ସ ଜୁଏଲ୍‌ସର ୧୫ ବର୍ଷ ପାଳନ କରୁଥିବା ବେଳେ ଏବେ ଦେଶର ୧୨ଟି ସହରରେ ୧୭ଟି ଷ୍ଟୋର ସହ ଓଡ଼ିଶା ରାଜ୍ୟରେ ଆମେ ଉପସ୍ଥିତି ସ୍ଥାପିତ କରିପାରିଛୁ। ଏହା ହେଉଛି ଓଡ଼ିଶାରେ ଗହଣା ରିଟେଲରଙ୍କ ମଧ୍ୟରେ ଅନ୍ୟତମ ସର୍ବବୃହତ ନେଟ୍‌ୱର୍କ । ବିଗତ ବର୍ଷ ଗୁଡ଼ିକରେ ଆମ ଗ୍ରାହକମାନେ ଆମ ଉପରେ ଯେଉଁ  ଭରସା, ବିଶ୍ୱାସନୀୟତା ଓ ପୃଷ୍ଠପୋଷକତା ପ୍ରଦର୍ଶନ କରିଛନ୍ତି କେବଳ ତାହା ପାଇଁ ଏହା ସମ୍ଭବପର ହୋଇପାରିଛି ।’

ଏହି ଖବର ପଢ଼ନ୍ତୁ - http://୩୮ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି; ଖୋଲିବ ୭୪୦ ଏକଲବ୍ୟ ମଡେଲ ସ୍କୁଲ: ଅମିତ ଶାହା

’ରିଲାଏନ୍ସ ଜୁଏଲ୍‌ସ ସହ ଭାଗିତା ସମ୍ପର୍କରେ ଏଲିନା ସାମନ୍ତରାୟ କହିଛନ୍ତି ଯେ, “ଭୁବନେଶ୍ୱରର ରିଲାଏନ୍ସ ଜୁଏଲସ୍ ଷ୍ଟୋର୍‌ରେ ପାଦ ଦେବା କ୍ଷଣି  ସେଠାରେ ପ୍ରଦର୍ଶନ କରାଯାଇଥିବା ଆକର୍ଷଣୀୟ ଗହଣା ଗୁଡ଼ିକ ଦେଖି ମୁଁ ବିମୋହିତ ହୋଇଯାଇଥିଲି।  ରିଲାଏନ୍ସ ଜୁଏଲ୍‌ସ ସହିତ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ବାସ୍ତବରେ ଏକ ସ୍ୱପ୍ନ ସାକାର ହେବା ଭଳି । ଓଡ଼ିଶାର ଲୋକମାନଙ୍କ ସହ ଯୋଡ଼ି ହେବା ଓ ହୀରା ପ୍ରତି ମୋର ଥିବା ଭଲପାଇବାକୁ ସେମାନଙ୍କ ସହ ବାଣ୍ଟିବା ଲାଗି ଏହା ଏକ ସୁଯୋଗ। ସବୁ ବର୍ଗର ଲୋକଙ୍କ ପାଇଁ ଏଠାରେ ରହିଛି ଭିନ୍ନ ଭିନ୍ନ ଡିଜାଇନର ଗହଣା ଯାହା ବାସ୍ତବରେ ସମୟ ଉପଯୋଗୀ।

ଏଭଳି କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ପ୍ରତିଯୋଗୀମାନେ ମଧ୍ୟ ଖୁବ ପ୍ରଶଂସା କରିଥିଲେ ରିଲିୟାନ୍ସ ଜୁଏଲର କର୍ମକର୍ତ୍ତାଙ୍କୁ। ସେମାନଙ୍କ ମତ ରଖିଥିଲେ ଯେ, ଗୁଣାବତ୍ତା କାରଣରୁ  ରିଲିୟାନ୍ସ ବେଶ୍ ପ୍ରସିଦ୍ଧ। ଏଲିନାଙ୍କ ସାମିଲ ଏହାର ଗୁଣବତ୍ତାକୁ ଅଧିକ ଲୋକପ୍ରିୟ କରିପାରିବ।
Published by:Soubhagya Mishra
First published: