ବିଜେପିରେ ଯୋଗ ଦେଲେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ଜିନା ସାମଲ ଓ ଅଭିନେତା ରୁଦ୍ର

ରାଜନୀତି ତାଙ୍କର ନିଷ୍ଠା, କର୍ତ୍ତବ୍ୟ ଏବଂ କର୍ମ ବୋଲି କହିଛନ୍ତି ଅଭିନେତ୍ରୀ ଜିନା । ଏହା ସହ ସେ କହିଛନ୍ତି ମୁଁ ମୋଦିଙ୍କ ଫ୍ୟାନ । ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ପାଇଁ ଆମେ ଗର୍ବ ଅନୁଭବ କରୁଛୁ ।

ବିଜେପିରେ ଯୋଗ ଦେଲେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ଜିନା ସାମଲ ଓ ଅଭିନେତା ରୁଦ୍ର

ବିଜେପିରେ ଯୋଗ ଦେଲେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ଜିନା ସାମଲ ଓ ଅଭିନେତା ରୁଦ୍ର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ବାମୀ ଅଭିନେତା ରୁଦ୍ର ପାଣିଗ୍ରାହୀ (RudraPanigrahi) ଆଜି ବିଜେପିରେ (bjp) ଯୋଗ ଦେଇଛନ୍ତି। ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କ (mp pratap sarangi) ଉପସ୍ଥିତିରେ ଦୁହେଁ ବିଜେପିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗଦେଇଛନ୍ତି ।ସାଂସଦ ପ୍ରତାପ ଷଡ଼ଙ୍ଗୀ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।

ବିଜେପିରେ ଯୋଗ ଦେଇ ବେଶ୍ ଖୁସ ଥିବା କହିଛନ୍ତି ଅଭିନେତ୍ରୀ ଜିନା ।  ବାଲେଶ୍ୱର ଝିଅ ଭାବେ ବିଜେପି ମିଶ୍ରଣ ପର୍ବରେ ମିଶିବାକୁ ଆସିଲି । ପ୍ରତାପ ନନାଙ୍କ ସଂଘର୍ଷମୟ ଜୀବନ ମୋତେ ପ୍ରେରଣା ଯୋଗାଇଲା ବିଜେପିରେ ମିଶିବା ପାଇଁ । ରୁଦ୍ର ଆଉ ମୁଁ ତାଙ୍କର ବହୁତ ବଡ଼ ଫ୍ୟାନ୍ । ମୋ ଜନ୍ମମାଟି ବାଲେଶ୍ୱରରେ ଜନତାଙ୍କ ସେବା ପାଇଁ ଆମେ ବିଜେପିରେ ମିଶିଲୁ । ଅଭିନେତା, ଅଭିନେତ୍ରୀଙ୍କ ବିନା ରାଜନିତୀ ଅଧୁରା । ପୂର୍ବରୁ ମୁଁ କେବଳ ପାର୍ଟି ପାଇଁ ପ୍ରଚାର କରୁଥିଲି । ହେଲେ ଆଜି ଆମେ ଦୁହେଁ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛୁ । ସେ କୌଣସି ପ୍ରତିଶ୍ରୁତି ବା କମିଟମେଣ୍ଟ ନେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ନାହାଁନ୍ତି ବୋଲି କହିଛନ୍ତି । ରାଜନୀତି ତାଙ୍କର ନିଷ୍ଠା, କର୍ତ୍ତବ୍ୟ ଏବଂ କର୍ମ ବୋଲି କହିଛନ୍ତି ଅଭିନେତ୍ରୀ । ଏହା ସହ ସେ କହିଛନ୍ତି ମୁଁ ମୋଦିଙ୍କ ଫ୍ୟାନ । ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ପାଇଁ ଆମେ ଗର୍ବ ଅନୁଭବ କରୁଛୁ ।

ସେହିପରି ଅଭିନେତା ରୁଦ୍ର ପାଣିଗ୍ରାହୀ କହିଛନ୍ତି, ମୁଁ ରାଜନୀତିରେ ଯୋଗ ଦେଇ ଓଡ଼ିଶା ପାଇଁ କିଛି କିରବା ପାଇଁ ଚାହୁଁଛି, ଲୋକଙ୍କ ସେବା ମଧ୍ୟ କରବି । ଲୋକଙ୍କ ସେବା ଲକ୍ଷ୍ୟ ନେଇ ଆମେ ବିଜେପିରେ ମିଶିଛୁ । ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକାଶ ଧାରାରେ ବିକଶିତ ହୋଇ ବହୁତ ଲୋକ ବିଜେପିରେ ମିଶିଲେ, ଆହୁରି ଅନେକ ଲୋକ ମିଶିବେ ।

ଏହି ମିଶ୍ରଣ ପର୍ବ ବାଲେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର କାଯ୍ୟକ୍ରମରେ ଚଳଚ୍ଚିତ୍ର ଅଭିନେତ୍ରୀ ଜିନା ସାମଲ, ତାଙ୍କର ପତି ଅଭିନେତା ରୁଦ୍ର ପାଣିଗ୍ରାହୀ ପଶ୍ଚିମବଙ୍ଗର ପୂର୍ବତନ ଅବସରପ୍ରାପ୍ତ ଜିଏସଟି କମିସନର ବିଜୟ କୁମାର ମଲ୍ଲିକଙ୍କ ସମେତ ଅନେକ ବିଜେପିରେ ସାମିଲ ହୋଇଛନ୍ତି ।

ଏହି ଖବର ପଢ଼ନ୍ତୁ - http://ରାଗରେ ଲାଲ୍ ସକିବ୍ ଉଲ୍ ହାସନ୍: ଫ୍ୟାନଙ୍କୁ ପିଟିଲେ !

ପ୍ରଥମେ ଆଲବମ, ପରେ ସିନେମା ଓ ଟେଲିଭିଜନ ଜଗତରେ ପାଦ ଦେଇ ଜିନା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ସହିତ ସେଅନେକ ଷ୍ଟେଜ ସୋ କାର୍ଯ୍ୟ କ୍ରମରେ ଜଜ୍ ମଧ୍ୟ ହୋଇଛନ୍ତି । 'ଫେରିଆ ମୋ ସୁନାଭଉଣୀ'ରୁ ସେ ସିନେମା ଜଗତରେ ପାଦ ଥାପିଥିଲେ । ପରେ ସେ ଅଭିନେତା ରୁଦ୍ରଙ୍କୁ ବିବାହ କରିଥିଲେ।

ବିଜେପିରେ ଓଲିଉଡ ଅଭିନେତା ଅଭିନେତ୍ରୀଙ୍କ ସଂଖ୍ୟା ବଢୁଛି । ପୂର୍ବରୁ ମହାଶ୍ବେତା ରାୟ, ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧରୀ, ଶ୍ରୀତମ ଦାସ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ ।
Published by:Soubhagya Mishra
First published: