ଆଜି ପଡୁଛି ହାତଗଣ୍ଠି; ଅଶ୍ୱିନ ପ୍ରେରଣା ସାତ ଜନ୍ମର ସାଥୀ

ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ପ୍ରେମ, ଆଉ ପ୍ରେମରୁ ବିବାହ । ଓଡ଼ିଆ ଟିଭି ତଥା ସିନେ ଜଗତର ଦୁଇଜଣ ପରିଚିତ ଚେହେରା ଅଶ୍ୱିନ ଓ ପ୍ରେରଣାଙ୍କର ସଫଳ ପ୍ରେମ କାହାଣୀରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ।

ଆଜି ପଡୁଛି ହାତଗଣ୍ଠି; ଅଶ୍ୱିନ ପ୍ରେରଣା ସାତ ଜନ୍ମର ସାଥୀ

ଆଜି ପଡୁଛି ହାତଗଣ୍ଠି; ଅଶ୍ୱିନ ପ୍ରେରଣା ସାତ ଜନ୍ମର ସାଥୀ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ପ୍ରେମ, ଆଉ ପ୍ରେମରୁ ବିବାହ । ଓଡ଼ିଆ ଟିଭି ତଥା ସିନେ ଜଗତର ଦୁଇଜଣ ପରିଚିତ ଚେହେରା ଅଶ୍ୱିନ ଓ ପ୍ରେରଣାଙ୍କର ସଫଳ ପ୍ରେମ କାହାଣୀରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଅନ୍ୟକୁ ପ୍ରେମର ଟିପ୍ସ୍ ଦେଉଥିବା ଲଭ୍ ଗୁରୁ ନିଜ ଲଭରେ ସଫଳତା ହାସଲ କରିଛନ୍ତି । ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ପ୍ରଥମେ ଉପସ୍ଥାପନା ମାଧ୍ୟମରେ ଟିଭି ପରଦାକୁ ଏଣ୍ଟ୍ରୀ କରିଥିଲେ ଅଶ୍ୱିନ୍, ନିଜର ମିଠା ମିଠା କଥା ମାଧ୍ୟମରେ ଖୁବ କମ୍ ଦିନରେ ଦର୍ଶକଙ୍କୁ ଅତି ନିଜର କରିନେଇଥିଲେ । ଅଶ୍ୱିନଙ୍କ ଉପସ୍ଥାପନା ଶୈଳୀ ଟିଭିର କାର୍ଯ୍ୟକ୍ରମକୁ ମଧ୍ୟ ବେଶ୍ ସଫଳ କରିଥିଲା । ଠିକ୍ ସେହିପରି ପ୍ରେରଣା ମଧ୍ୟ ଉପସ୍ଥାପନାରୁ ବେଶ୍ ଲୋକପ୍ରିୟ ହୋଇଥିଲେ । ଉଭୟେ ସଫଳତାର ଗୋଟିଏ ପରେ ଗୋଟିଏ ପାହଚ ଚଢିବା ଆରମ୍ଭ କରିବା ସମୟରେ ଦୁହିଁଙ୍କର ଭେଟ ହୋଇଥିଲା । ପ୍ରଥମେ ଖୁବ ନିବିଡ ବନ୍ଧୁତ୍ୱର ସମ୍ପର୍କ ଗଢି ଉଠିଲା । ବନ୍ଧୁତ୍ୱର ସମ୍ପର୍କ ଖୁବ କମ୍ ଦିନ ମଧ୍ୟରେ ପ୍ରେମରେ ବଦଳିଗଲା । ପରେ ଦୁହେଁ ମିଶି ଆଇଡଲ ଓଡ଼ିଶା ନାମକ ଏକ ସଂସ୍ଥା ନିର୍ମାଣ କରିଥିଲେ । ବିଜ୍ଞାପନ, ମ୍ୟୁଜିକ ଭିଡିଓ ସମେତ ଆହୁରୀ ଅନେକ ପ୍ରୋଜେକ୍ଟରେ ସଫଳତା ହାସଲ କଲେ । ଏହା ମଧ୍ୟରେ ଅଶ୍ୱିନ ମଧ୍ୟ କିଛି ସିନେମାରେ ନିର୍ଦ୍ଦେଶନାର ଭାର ସମ୍ଭାଳି ସଫଳତା ପାଇଲେ । ଅଶ୍ୱିନ ଓ ପ୍ରେରଣା ନିଜର ପ୍ରେମ ସମ୍ପର୍କକୁ ସାଧାରଣରେ ଲୁଚାଇ ରଖିଥିଲେ ମଧ୍ୟ ଏହାକୁ ନେଇ ସାରା ଓଲିଉଡ ଟୁପୁର ଟାପୁର ହେଉଥିଲା । କିନ୍ତୁ କେହି ନିର୍ବନ୍ଧ ପର୍ଯ୍ୟନ୍ତ ଏହାକୁ ଲୋକଲୋଚନକୁ ଆଣିନଥିଲେ । ନିର୍ବନ୍ଧ ପରେ ହିଁ ସାଧାରଣ ଲୋକେ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ନିଶ୍ଚିତ ହୋଇଥିଲେ ।

ଦୁଇପକ୍ଷଙ୍କର ସହମତିରେ ଆଜି ଅଶ୍ୱିନ-ପ୍ରେରଣାଙ୍କର ବିବାହ ଉତ୍ସବ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି । ଆସନ୍ତା ୧୧ତାରିଖରେ ଭୁବନେଶ୍ୱରର ଏକ ମଣ୍ଡପରେ ଅଶ୍ୱିନଙ୍କ ରିସିପସନ ପାର୍ଟି ମଧ୍ୟ ରହିଛି । ନିଜ ପ୍ରିୟଜନ ତଥା ବନ୍ଧୁବାନ୍ଧବଙ୍କ ସମେତ ଓଲିଉଡର କଳାକାର, ରାଜନୈତିକ ବ୍ୟକ୍ତିବିଶେଷ, ପ୍ରତିଷ୍ଠିତ ବ୍ୟବସାୟୀ ଓ ସିନେ ସାମ୍ୱାଦିକ ତଥା ଗଣମାଧ୍ୟମ ଜଗତର କିଛି ଆଗଧାଡ଼ିର ବ୍ୟକ୍ତିବିଶେଷମାନେ ଅଶ୍ୱିନ ଓ ପ୍ରେରଣାଙ୍କ ବିବାହ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଉଛନ୍ତି ।

ସୂଚନାଯୋଗ୍ୟ, ନିର୍ବନ୍ଧ ପୂର୍ବରୁ ଏହି ଯୋଡ଼ିଙ୍କର ଏକ ମ୍ୟୁଜିକ ଭିଡିଓ 'ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର' ମୁକ୍ତିଲାଭ କରିଥିଲା । ଯେଉଁଥିରେ ପରଦାରେ ନିଜ ପ୍ରେମିକା ପ୍ରେରଣାଙ୍କ ମଥାରେ ସିନ୍ଦୁର ପିନ୍ଧାଇବା ସହ ବିବାହର ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୀତଟିକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ସେହିପରି ଏବେ ଶୁଭ ବିବାହ ଅବସରରେ ଆଉ ଏକ ମ୍ୟୁଜିକ ଭିଡିଓ ମୁକ୍ତିଲାଭ କରିବାକୁ ଯାଉଛି । ଡିସେମ୍ୱର ୧୧ ତାରିଖ ଦିନ ମୁକ୍ତିଲାଭ କରିବ 'ପ୍ରେମ ହେଲା ବୋଧେ'  ତେବେ ଅଶ୍ୱିନ ଓ ପ୍ରେରଣାଙ୍କ ବିବାହ ଜୀବନ ସୁଖମୟ ହେଉ । ନ୍ୟୁଜ ୧୮ ପରିବାର ପକ୍ଷରୁ ଶୁଭେଚ୍ଛା ।
Published by:Soubhagya Mishra
First published: