ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ମା ହେବା ପରେ ପ୍ରଥମ ଥର ପାଇଁ ବାହାରେ ଦେଖା ଗେଲ ନୁରସତ ଜାହାନ; ପିଲାର ବାପା ବାବଦରେ ଲୋକ ପଚାରିଲେ ଏମିତି ପ୍ରଶ୍ନ

ମା ହେବା ପରେ ପ୍ରଥମ ଥର ପାଇଁ ବାହାରେ ଦେଖା ଗେଲ ନୁରସତ ଜାହାନ; ପିଲାର ବାପା ବାବଦରେ ଲୋକ ପଚାରିଲେ ଏମିତି ପ୍ରଶ୍ନ

ଅଭିନେତ୍ରୀ ତଥା ତୃଣ ମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ଅଗଷ୍ଟ ୨୮ରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ସେ ତାଙ୍କ ପୁଅର ନାମ ଇଶାନ ରଖିଛନ୍ତି।

ମା ହେବା ପରେ ପ୍ରଥମ ଥର ପାଇଁ ବାହାରେ ଦେଖା ଗେଲ ନୁରସତ ଜାହାନ; ପିଲାର ବାପା ବାବଦରେ ଲୋକ ପଚାରିଲେ ଏମିତି ପ୍ରଶ୍ନ
ନୁରସତ ୨୮ ଅଗଷ୍ଟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 9, 2021, 1:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଭିନେତ୍ରୀ ତଥା ତୃଣ ମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ଅଗଷ୍ଟ ୨୮ରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ସେ ତାଙ୍କ ପୁଅର ନାମ ଇଶାନ ରଖିଛନ୍ତି। ସେବେଠାରୁ ପ୍ରଶଂସକମାନେ ନିଜ ସନ୍ତାନର ପିତାଙ୍କ ନାମ ଜାଣିବା ପାଇଁ ଇଛୁକ ଅଟନ୍ତି। ନିକଟରେ ନୁସରତ ଏକ ସାର୍ବଜନୀନ କାର୍ଯ୍ୟରେ ଦେଖାଦେଇଥିଲେ, ଲୋକମାନେ ତାଙ୍କୁ ପଚାରିଥିଲେ, 'ତୁମେ ତୁମର ପୁଅର ପ୍ରଥମ ଫଟୋ କେବେ ଛାଡ଼ିବ?'

କେବଳ ସେତିକି ନୁହେଁ ନୁସରତଙ୍କୁ ଆହୁରି ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା। ଲୋକମାନେ ତାଙ୍କ ପିଲାର ବାପା ବାବଦରେ ପ୍ରଶ୍ନ କରିଥିଲେ। ନୁରସତ ଉତ୍ତର ଦେଇଥିଲେ ଯେ ' ପିଲାର ବାପା ଜାଣନ୍ତି ଯେ ସେ ହେଉଛନ୍ତି ପିଲାର ପିତା, ଆମେ ଆମ ପୁଅର ଲାଳନ ପାଳନ କରିବାକୁ ଭଲ ପାଉ। ମୁଁ ଓ ୟଶ ବହୁତ ଭଲ ସମୟ କଟାଉଛୁ। '

୨୬ ଅଗଷ୍ଟରେ ନୁସରତ ଜାହାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ୨ ଦିନ ପରେ ୨୮ ଅଗଷ୍ଟରେ ସେ ତାଙ୍କ ପୁଅକୁ ଜନ୍ମ ଦେଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ଅଭିନେତ୍ରୀ ଡାକ୍ତରଖାନାରେ ରହିଥିଲେ, ସେତେବେଳେ ତାଙ୍କ ପ୍ରେମିକ ୟସ ଦାସ ଗୁପ୍ତା ଉପସ୍ଥିତ ଥିଲେ। କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତ୍ରୀଙ୍କୁ ୟସଙ୍କୁ ତାଙ୍କ ସହିତ ଅପରେସନ ଥିଏଟରରେ ରହିବାକୁ ଅନୁମତି ଦେବାକୁ ଡାକ୍ତରଖାନା ଅନୁରୋଧ ହୋଇଥିଲା। ଏହି ଅଭିନେତ୍ରୀଙ୍କୁ ଅଗଷ୍ଟ ୩୦ରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ନୁସରତ ଜାହାନଙ୍କଠାରୁ ଅଲଗା ହୋଇଥିବା ନିଖିଲ ଜୈନ ମଧ୍ୟ ଅଭିନେତ୍ରୀ ଓ ନବଜାତ ଶିଶୁର କାମନା କରିଥିଲେ।  ନିଖିଲ କହିଥିଲେ, 'ଆମ ମଧ୍ୟରେ ପାର୍ଥକ୍ୟ ଥାଇପାରେ, ତଥାପି ମୁଁ ନବଜାତ ଶିଶୁ ଓ ମାଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରେ।
Published by: Soumya Das
First published: September 9, 2021, 1:36 PM IST