ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ନୁସରତଙ୍କ ଘରକୁ ଆସିବ ନୂଆ ଅତିଥି; ମା’ ହେବାକୁ ଯାଉଛନ୍ତି ଟିଏମସି ସାଂସଦ ନୁସରତ ଜହାନ

ନୁସରତଙ୍କ ଘରକୁ ଆସିବ ନୂଆ ଅତିଥି; ମା’ ହେବାକୁ ଯାଉଛନ୍ତି ଟିଏମସି ସାଂସଦ ନୁସରତ ଜହାନ

ଖୁବ ଶୀଘ୍ର ନୁସରତ ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡ଼ିତ ବଡ଼ ଖବର ବାହାରକୁ ଆସୁଛି। ପ୍ରସବ ପାଇଁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନୁସରତଙ୍କ ଘରକୁ ଆସିବ ନୂଆ ଅତିଥି; ମା’ ହେବାକୁ ଯାଉଛନ୍ତି ଟିଏମସି ସାଂସଦ ନୁସରତ ଜହାନ
ଖୁବ ଶୀଘ୍ର ନୁସରତ ମା’ ହେବାକୁ ଯାଉଛନ୍ତି। (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 25, 2021, 5:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ନିକଟରେ ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜହାନ ତାଙ୍କ ଗର୍ଭଧାରଣ ଘଟଣା ଓ ସ୍ୱାମୀ ନିଖିଲ ଜୈନଙ୍କ ସହ ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ତେବେ ଖୁବ ଶୀଘ୍ର ନୁସରତ ମା ହେବାକୁ ଯାଉଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡ଼ିତ ବଡ଼ ଖବର ବାହାରକୁ ଆସୁଛି। ପ୍ରସବ ପାଇଁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ନୁସରତ ଜହାନଙ୍କୁ ବୁଧବାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ତାଙ୍କ ଡେଲିଭରୀ ଅଗଷ୍ଟ ୨୬ରେ ହେବ। ଶୁଣାଯାଉଛି ଯେ ଆଜିକାଲି ନୁସରତ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ସଂପର୍କରେ ଅଛନ୍ତି। ଏନେଇ ପ୍ରସବ ସମୟରେ ୟଶ ତାଙ୍କ ସହ ରହିବାକୁ ଅନୁମତି ଦେବା ପାଇଁ ନୁସରତ ଡାକ୍ତରମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ପୂର୍ବରୁ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବରରେ ନୁସରତଙ୍କ ପ୍ରସବ ହେବ ବୋଲି କୁହାଯାଉଥିଲା।

ନୁସରତ ଜହାନ ୨୦୧୯ରେ ବିବାହ କରିଥିଲେ।

ନୁସରତ ଜହାନ ୨୦୧୯ରେ ତୁର୍କୀରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କିଛି ମନୋନୀତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ପରେ ଟିଏମସି ଟିକେଟରେ ୨୦୧୯ ଲୋକସଭା ନିର୍ବାଚନରେ ​​ଜିତିଥିବା ନୁସରତ କୋଲକାତାର ଏକ ପଞ୍ଚତାରକା ହୋଟେଲରେ ଏକ ବିରାଟ ବିବାହ ଉତ୍ସବର ଆୟୋଜନ କରିଥିଲେ ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବର୍ତ୍ତମାନ ବିବାହରେ ବିବାଦ ଦେଖାଦେଇଥିବା ବେଳେ ନୁସରତ ଏହି ବିବୃତ୍ତି ଜାରି କରିଛନ୍ତି ଓ ସେ ପୃଥକ ଭାବରେ ରହୁଛନ୍ତି ଓ ଗର୍ଭବତୀ ଥିବା ଖବର କହିଛନ୍ତି।

ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଥାଆନ୍ତି ନୁରସତ

ସୋସିଆଲ ମିଡିଆରେ ନୁସରତ ଜହାନ ସବୁବେଳେ ଚଳଚଞ୍ଚଳ ଥାଆନ୍ତି। ସୋସିଆଲ ମିଡ଼ିଆରେ ନୁସରତ ଅନେକ ଥର ଟ୍ରୋଲର ସମ୍ମୁଖୀନ ମଧ୍ୟ ହୋଇଛନ୍ତି। କିନ୍ତୁ ସେ ପ୍ରାୟତଃ ଟ୍ରୋଲଗୁଡ଼ିକୁ ଅଣଦେଖା କରନ୍ତି। ନିଖିଲ ଜୈନଙ୍କୁ ବିବାହ, ମଥାରେ ସିନ୍ଦୁର, ହିନ୍ଦୁ ପୂଜାପାଠ, ତା’ପରେ ଦୁହିଁଙ୍କ ମଧ୍ୟରେ ତିକ୍ତତାକୁ ନେଇ ସେ ଅନେକ ସମୟରେ ଟ୍ରୋଲର ଶିକାର ହୋଇଛନ୍ତି।
Published by: Soumya Das
First published: August 25, 2021, 5:18 PM IST