Nirmala Mishra Passes Away: ବଙ୍ଗାଳୀ ଓ ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କର ଦେହାନ୍ତ

୮୧ ବର୍ଷ ବୟସରେ ଆଖି ବୁଜିଲେ ଲୋକପ୍ରିୟ ବଙ୍ଗାଳୀ ଓ ଓଡ଼ିଆ ଗାୟିକା ନିର୍ମଳା ମିଶ୍ର। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଶ୍ରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। 

 ନିର୍ମଳା ମିଶ୍ର

ନିର୍ମଳା ମିଶ୍ର

  • Share this:
News 18 Odia Digital

ବହୁ ପ୍ରସିଦ୍ଧ ବଙ୍ଗାଳୀ ଓ ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କର କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମିଶ୍ର କିଛି ସମୟ ଧରି ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ଅସୁସ୍ଥତା ସହ ସଙ୍ଘର୍ଷ କରୁଥିଲି। ଶନିବାର ରାତି ୧୨.୦୫ରେ ସେ ହୃଦଘାତରେ ପୀଡିତ ହୋଇଥିଲେ। ଏହା ପରେ ତାଙ୍କୁ ନିକଟ ନର୍ସିଂହୋମକୁ ନିଆଯାଇଥିଲା, ଯେଉଁଠାରେ ଗାୟୀକାଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଡାକ୍ତର ପିଟିଆଇକୁ ସୂଚନା ଦେଇଥିଲେ।

ଏହି ଘଟଣାରେ ଇନ୍ଦ୍ରାଣୀ ସେନ୍ ତାଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ସେ କହିଛନ୍ତି, “ମୁଁ ତାଙ୍କ ଗୀତ ଶୁଣି ବଡ଼ ହୋଇଥିଲି ଓ ରେଡିଓ କାର୍ଯ୍ୟକ୍ରମରେ ତାଙ୍କ ଗୀତ ପରିବେଷଣ କରିଥିଲି,।’’ ତାଙ୍କର ଲୋକପ୍ରିୟ ବଙ୍ଗଳା ଗୀତରେ ‘ଇମାନ ଏକତା ଝୁନୁକ୍’ , ବୋଲୋ ତୋ ଅର୍ଶୀ’ ଏବଂ ‘ଇଏ ବଙ୍ଗଲାର ମାଟି ଟି’ ଥିବାବେଳେ ତାଙ୍କର କିଛି ହିଟ୍ ଓଡ଼ିଆ ଗୀତ ହେଉଛି 'ନିଦ ଭରା ରାତି ଓ 'ମୋ ମନା ବିନା’। ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଶ୍ରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିବା ମିଶ୍ର ସଙ୍ଗୀ ତ ସୁଧାକର ବାଲକୃଷ୍ଣ ଦାସ ପୁରସ୍କାର ପାଇଛନ୍ତି। ବଙ୍ଗଳା ସଙ୍ଗୀତରେ ଅବଦାନ ପାଇଁ ତାଙ୍କୁ ବଙ୍ଗ ବିଭୂଷଣ, ସଂଗୀତ ସମ୍ମାନ ଓ ଅନ୍ୟାନ୍ୟ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
Published by:Soumyashree Mishra
First published: