ମରିସସ୍‌ରେ ଏନଜୟ କଲେ ନୋରା ଫତେହି; ଭାଇରାଲ ହେଲା ଫଟୋ

ନିକଟରେ ନୋରା ମରିସସ୍‌ରେ ଛୁଟି କାଟିବାକୁ ଯାଇଥିଲେ। ସେଠାରେ ବିତାଉଥିବା ସୁନ୍ଦର ସମୟରେ ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।

ମୋରିସସ୍‌ରେ ଛୁଟି କାଟିଲେ ନୋରା ଫତେହି

ମୋରିସସ୍‌ରେ ଛୁଟି କାଟିଲେ ନୋରା ଫତେହି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ତାଙ୍କ ଡ୍ୟାନ୍ସ ପାଇଁ ଜଣାଶୁଣା। ସେ ତାଙ୍କ ସୋସିଆଲ ମିଡ଼ିଆରେ ମଧ୍ୟ ସବୁବେଳେ କିଛିନା କିଛି ପୋଷ୍ଟ କରନ୍ତି ଏବଂ ଚର୍ଚ୍ଚାରେ ରୁହନ୍ତି। ନିକଟରେ ନୋରା ମରିସସ୍‌ରେ ଛୁଟି କାଟିବାକୁ ଯାଇଥିଲେ। ସେଠାରେ ବିତାଉଥିବା ସୁନ୍ଦର ସମୟରେ ଫଟୋ ସେୟାର ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ହେଲେ ସେ ଏକା ମରିସସ୍ ଯାଇନଥିଲେ। ତାଙ୍କ ସହ ଜଣେ ମିଷ୍ଟ୍ରିମ୍ୟାନ୍‌ ନଜର ଆସିଛନ୍ତି।

ଅଭିନେତ୍ରୀଙ୍କ ମିଷ୍ଟ୍ରିମ୍ୟାନ୍ ପାଇଁ, ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ କିଛି ସିଜଲିଂ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କର ବୋଲ୍ଡ ଷ୍ଟାଇଲ୍ ଦୃଶ୍ୟମାନ ହେଉଛି । ପୋଷ୍ଟରେ ଅଭିନେତ୍ରୀ ଏକ କଳା ବିକିନି ଟପ୍ ଏବଂ ନୀଳ ଡେନିମ୍ ସର୍ଟସରେ ନଜର ଆସିଛନ୍ତି। ତାଙ୍କ ସହ ଫଟୋ ଉଠାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଫଟୋଗ୍ରାଫର ଅନୁପ ସର୍ଭ। ସେ ମଧ୍ୟ ନୋରାଙ୍କ ସହ ସିଜିଲିଂ ବି ପୋଜ୍‌ ଦେବାରେ ଦେଖିବାକୁ ମିଳିଛି। ଏହି ଫଟୋ ଗୁଡିକ ସେୟାର ହେବାର କିଛି ସମୟରେ ୭.୫ ଲକ୍ଷରୁ ଅଧିକ କମେଣ୍ଟ କରୁଛନ୍ତି । ଏହି ଫଟୋ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।
Published by:Soumyashree Mishra
First published: