News18 Odia Digital
ମୁମ୍ବାଇ: ଭାରତୀୟ ଟେଲିଭିଜନ୍ ଜଗତର ଅନ୍ୟତମ ହଟ ସୁନ୍ଦରୀ ନିଆ ଶର୍ମା (Nia Sharma) ନିକଟରେ ଇନଷ୍ଟାଗ୍ରାମରେ ଏକ ଚମତ୍କାର ରିଲ୍ ଭିଡିଓ ପୋଷ୍ଟ୍ କରିଥିଲେ । ଏହି ଭିଡିଓରେ ନିଆ ନିଜ ଷ୍ଟାଇଲିସ୍ ଅଙ୍ଗଭଙ୍ଗୀ ଦ୍ୱାରା ଇଣ୍ଟରନେଟରେ ନିଆଁ ଲଗେଇଦେଇଥିଲେ । ଭିଡିଓରେ (Nia Sharma video) ଅଭିନେତ୍ରୀ ନିଆଙ୍କୁ ଏକ ଧଳା ବିକିନି ପିନ୍ଧି ଏକ ଦ୍ୱୀପରେ ସମୁଦ୍ର କୂଳରେ ଖେଳୁଥିବା ଦେଖିବାକୁ ମିଳିଥିଲା । ଏହି ମନ୍ଥର ରିଲ୍ ଭିଡିଓର ବ୍ୟାକଗ୍ରାଉଣ୍ଡରେ ଅତିଫ୍ ଅସଲାମଙ୍କ ଲୋକପ୍ରିୟ ଗୀତ “ୱୋ ଲମ୍ହେଁ” ବାଜୁଥିଲା ।
ନିଆ ଶର୍ମା ଏହି ପୋଷ୍ଟରେ ମାଦକ ପୋଷାକରେ ଦେଖାଯାଇଛନ୍ତି । ସେ ସୁନାର ଏକ ଚମତ୍କାର ହାର ପିନ୍ଧିଛନ୍ତି । ନିଜ କାନ ପଛ ପଟେ ଓ ତରଙ୍ଗାୟିତ କେଶରେ ସେ ଗୋଟେ ଫୁଲ ବି ଲଗେଇଛନ୍ତି । ନିଆ କ୍ରମାଗତ ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ବେଶ୍ ଜଣାଶୁଣା । ସେ ସର୍ବଦା ପିନ୍ଧୁଥିବା କୌଣସି ପୋଷାକକୁ ନିଜ ଚମତ୍କାର ଶୈଳୀ ଦ୍ୱାରା ଖୁବ୍ ଚମତ୍କାର କରିଦି୍ନ୍ତି – ତାହା କୌଣସି କ୍ଲାସିକ୍ ଅବତାର ହେଉ କିମ୍ବା ସାହସିକ ବିକିନି ଡ୍ରେସ୍ ହେଉ । ନିଆଙ୍କ ପ୍ରଶଂସକମାନେ ଓ ଇଣ୍ଡଷ୍ଟ୍ରିରେ ତାଙ୍କ ବନ୍ଧୁମାନେ ବାରମ୍ବାର ତାଙ୍କର ଏମିତି ପୋଷ୍ଟଗୁଡିକ ଉପରେ ସୁନ୍ଦର ମନ୍ତବ୍ୟ ଦିଅନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମା’ ସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅନିଆ ନିକଟରେ ଅର୍ଜୁନ ବିଜଲାନି ଓ ସୌମ୍ୟା ଯୋଶୀଙ୍କ ସହ ‘ତୁମ୍ ବେୱଫା ହୋ’ (Tum Bewafa Ho) ଗୀତରେ ଦେଖାଦେଇଥିଲେ । ପାୟଲ୍ ଦେବ ଓ ଷ୍ଟେବିନ୍ ବେନ୍ ଗାଇଥିବା ସେହି ଗୀତଟିରେ ପ୍ରେମ ଓ ହୃଦୟର କଷ୍ଟ ଭରା ହୋଇ ରହିଛି । ଫେବୃଆରୀ ମାସର ମଧ୍ୟ ଭାଗରେ ଅର୍ଜୁନ ଓ ନିଆ ହିମାଚଳ ପ୍ରଦେଶରେ ‘ତୁମ୍ ବେୱାଫା ହୋ’ ପାଇଁ ସୁଟିଂ କରିଥିଲେ । ଉଭୟ ନିଜ ସୋସିଆଲ ମିଡି଼ଆ ଆକାଉଣ୍ଟରେ ସେହି ଗୀତର ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ଗୀତଟି ୟୁଟ୍ୟୁବରେ ୫୦ ମିଲିୟନ୍ ଭ୍ୟୁରେ ପହଞ୍ଚିସାରିଛି । ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ତାଙ୍କୁ ଅଭିନନ୍ଦନ ଜଣାଇଥିବା ସବୁ ଲୋକଙ୍କୁ ନିଆ କୃତଜ୍ଞତା ଜଣାଇଛନ୍ତି ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଏହା ବି ପଢ଼ନ୍ତୁ | ୨୦୨୧ର ଦୀପାବଳୀରୁ ଏହି ୫ଟି ରାଶି ପାଇଁ ଅତି ଶୁଭ ଫଳ ଆରମ୍ଭ ହୋଇଯାଇଛି; ଜାଣନ୍ତୁ କେଉଁ କେଉଁ ରାଶି ଓ କ’ଣ ଫଳରବି ଦୁବେ ଓ ଅଚିନ୍ତ କୌରଙ୍କ ସହ ଅନଲାଇନ୍ ସିରିଜ୍ “ଜମାଇ 2.0”ର ଦୁଇଟି ସିଜନରେ ନିଆ ନିକଟରେ ଅଭିନୟ କରିଥିଲେ । ‘କାଳି: ଏକ ଅଗ୍ନିପରୀକ୍ଷା,’ ‘ଏକ୍ ହଜାରୋଁ ମେଁ ମେରୀ ବେହନା ହେ’ ଓ ‘ଜମାଇ ରାଜା’ ପରି ସିରିଜ୍ ପାଇଁ ନିଆ ଅଭିନୟ ଜଗତରେ ଲୋକପ୍ରିୟ ହୋଇଛନ୍ତି । ୨୦୧୬ ଓ ୨୦୧୭ରେ ବ୍ରିଟିଶ ଖବରକାଗଜର ଟପ୍ ୫୦ ସେକ୍ସିଏଷ୍ଟ ଏସୀଆନ୍ ମହିଳା ତାଲିକାରେ ନିଆ ଯଥା କ୍ରମେ ତୃତୀୟ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟିନିଆ ସୋସିଆଲ୍ ମିଡିଆରେ ସବୁଠାରୁ ଲୋକପ୍ରିୟ ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ । ସେ ବାରମ୍ବାର ନିଜର ଚମତ୍କାର ଫଟୋ ସବୁ ପୋଷ୍ଟ କରନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।