ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ; ଫାର୍ମ ହାଉସରୁ ମିଳିଳା ଆପତ୍ତିଜନକ ମେଡିସିନ୍

New twist in Satish Kaushik Death: ସାମ୍ନାକୁ ଆସିଲା ବଡ଼ ଖବର। ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ।

ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ

ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡର (Bollywood) ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ମୃତ୍ୟୁ ମାମଲାରେ (Satish Kaushik Death Case) ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। କୁହାଯାଉଥିଲା ଯେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। କିନ୍ତୁ ଏଥିରେ ଏବେ ହୋଇଛି ନୂଆ ଖୁଲାସା।

ସତୀଶଙ୍କ ମୃତ୍ୟୁକୁ ନେଇ ନୂଆ ଖୁଲାସା

ପୋଲିସର କହିବା କଥା, ଦିଲ୍ଲୀସ୍ଥିତ ବିଜବାସନର ଯେଉଁ ଫାର୍ମ ହାଉସରେ ସତୀଶ ହୋଲି ଖେଳିଥିଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ଏବେ ସେଠାରୁ କିଛି ଆପତ୍ତିଜନକ ଔଷଧ ମିଳିଛି। ଏହି ଫାର୍ମ ହାଉସଟି ସତୀଶଙ୍କ ସାଙ୍ଗ ବିକାଶ ମାଲୁଙ୍କର ବୋଲି ଜଣାପଡ଼ିଛି।

ଏହି ଫାର୍ମ ହାଉସରେ ହିଁ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏବେ ତଦନ୍ତ ବେଳେ ଏଠାରୁ ପୋଲିସକୁ କିଛି ଆପତ୍ତିଜନକ ଔଷଧ ପ୍ୟାକେଟ୍ ମିଳିଥିବା ସୂଚନା ମିଳିଛି।

ଏବେ ପୋଲିସ ସତୀଶଙ୍କ ବ୍ୟବଚ୍ଛେଦ ଓ ଭିସାରା ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ପୂରା ପ୍ରକୃତ ମାମଲା ପଦାକୁ ଆସିବ ବୋଲି କୁହାଯାଉଛି। ଫାର୍ମ ହାଉସରୁ ମିଳିଥିବା ଆପତ୍ତିଜନକ ଔଷଧ ପ୍ୟାକେଟ୍ କାହା ପାଇଁ ଓ କାହିଁକି ଆସିଥିଲା, ଏହାର ବ୍ୟବହାର କ’ଣ? ସତୀଶ କୌସିକଙ୍କ ସହ ଏହି ଔଷଧର କ’ଣ ସମ୍ପର୍କ ଥିବା ନା ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି।

ଏଥିସହ ହୋଲି ପାର୍ଟିକୁ ଆସିଥିବା ସମସ୍ତ ଅତିଥିଙ୍କ ତାଲିକା ମଧ୍ୟ ପୋଲିସ ପ୍ରସ୍ତୁତ କରିଛି। ମାର୍ଚ୍ଚ ୭ ତାରିଖରେ ସତୀଶ କୌସିକ ଦିଲ୍ଲୀରେ ତାଙ୍କ ବନ୍ଧୁ ବିକାଶ ମାଲୁଙ୍କ ଫାର୍ମ ହାଉସକୁ ହୋଲି ପାର୍ଟି ପାଇଁ ଆସିଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ତାଙ୍କର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି।

ପ୍ରକାଶ ଥାଉକି ସତୀଶଙ୍କ ମୃତ୍ୟୁ ଖବର ସୋସିଆଲ ମିଡ଼ିଆରେ ପ୍ରଥମେ ସେୟାର କରିଥିଲେ ସହ ଅଭିନେତା ଅନୁପମ ଖେର। ସେ ସତୀଶଙ୍କ ସହ ନିଜର ଏକ ପୁରୁଣା ଫଟୋ ପୋଷ୍ଟ କରି ଲେଖିଥିଲେ, ‘‘ମୁଁ ଜାଣେ ମୃତ୍ୟୁ ହେଉଛି ଏହି ଜଗତର ଶେଷ ସତ୍ୟ। କିନ୍ତୁ ମୁଁ ମୋର ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି ଯେ ମୁଁ ଜୀବିତ ଥିବା ସମୟରେ ମୋର ସର୍ବୋତ୍ତମ ବନ୍ଧୁ ସତୀଶ କୌଶିକଙ୍କ ବିଷୟରେ ଏହା ଲେଖିବି। ୪୫ ବର୍ଷର ବନ୍ଧୁତା ଉପରେ ଏପରି ହଠାତ୍ ପୂର୍ଣ୍ଣଛେଦ ପଡ଼ିଗଲା। Life will NEVER be the same without you SATISH! ଓମ୍ ଶାନ୍ତି।’’

ପଢ଼ନ୍ତୁ ପୂରା ଖବର:  H3N2 ଭାଇରସକୁ ନେଇ ଆଲର୍ଟ ମୋଡ୍‌ରେ କେନ୍ଦ୍ର ସରକାର; ଆସିବ ଗାଇଡଲାଇନ୍

ସେହିପରି କଙ୍ଗନା ରଣାୱତ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଥିଲେ, ‘‘ଏକ ଖରାପ ଖବର ସହିତ ଆଜି ନିଦ ଭାଙ୍ଗିଲା, ସେ ଜଣେ ସଫଳ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ। ଏମର୍ଜେନ୍ସି ଫିଲ୍ମରେ ମୁଁ ତାଙ୍କ ନିର୍ଦ୍ଦେଶନାକୁ ବହୁତ ପସନ୍ଦ କରିଥିଲି। ସେ ସବୁବେଳେ ମୋ ହୃଦୟରେ ଜୀବିତ ରହିବେ, ଓମ୍ ଶାନ୍ତି।’’
Published by:Lipina Das
First published: