ଓଡ଼ିଆ ସିନେମା ପାଇଁ ନୂଆ ସମ୍ଭାବନା; କ୍ଷୁଦ୍ର ଚଳଚ୍ଚିତ୍ର 'ଶେଫାଳି'କୁ ମାସେ ଭିତରେ ୧୧ଟି ଆନ୍ତର୍ଜାତିକ ପୁରସ୍କାର

କେବଳ ଥିଏଟର ସିନେମା ନୁହେଁ କ୍ଷୁଦ୍ର ସିନେମାକୁ ମଧ୍ୟ ଦର୍ଶକେ ଖୁବ ପସନ୍ଦ କରନ୍ତି । କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିବାରେ ବେସ ସଫଳ ହୋଇଥାଏ । ସେମିତି ଏକ କ୍ଷୁଦ୍ର ଚଳଚ୍ଚିତ୍ର ହେଉଛି 'ଶେଫାଳି' ।

ଓଡ଼ିଆ ସିନେମା ପାଇଁ ନୂଆ ସମ୍ଭାବନା; କ୍ଷୁଦ୍ର ଚଳଚ୍ଚିତ୍ର 'ଶେଫାଳି'କୁ ମାସେ ଭିତରେ ୧୧ଟି ଆନ୍ତର୍ଜାତିକ ପୁରସ୍କାର

ଓଡ଼ିଆ ସିନେମା ପାଇଁ ନୂଆ ସମ୍ଭାବନା; କ୍ଷୁଦ୍ର ଚଳଚ୍ଚିତ୍ର 'ଶେଫାଳି'କୁ ମାସେ ଭିତରେ ୧୧ଟି ଆନ୍ତର୍ଜାତିକ ପୁରସ୍କାର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କେବଳ ଥିଏଟର ସିନେମା ନୁହେଁ କ୍ଷୁଦ୍ର ସିନେମାକୁ ମଧ୍ୟ ଦର୍ଶକେ ଖୁବ ପସନ୍ଦ କରନ୍ତି । କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିବାରେ ବେସ ସଫଳ ହୋଇଥାଏ । ସେମିତି ଏକ କ୍ଷୁଦ୍ର ଚଳଚ୍ଚିତ୍ର ହେଉଛି 'ଶେଫାଳି' । କିଛି ଯୁବକଙ୍କ ଦ୍ୱାରା ନିର୍ମିତ ଏହି ସିନେମାଟିକୁ ଦର୍ଶକେ ଖୁବ ପସନ୍ଦ କରିବା ସହ ଗୋଟିଏ ମାସ ମଧ୍ୟରେ ସିନେମାକୁ ମିଳିଛି ୧୧ରୁ ଉର୍ଦ୍ଧ ଅନ୍ତର୍ଜାତୀୟ ପୁରସ୍କାର ।



ଗୋଟିଏ ଗାଉଁଲି ଝିଅର ଜୀବନ ତଥା ସଂଘର୍ଷର କାହାଣୀ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର 'ଶେଫାଳି' । ଝିଅଟିଏ ଗାଁରୁ ସହର ଆସିବା ଏବଂ ତା ଭିତରେ ବିଭିନ୍ନ ସମସ୍ୟାର ସାମ୍ନା କରିବା ନେଇ ପ୍ରାୟ ୩୦ ମିନିଟ ଭିତରେ ନିର୍ମିତ ହୋଇଛି ଏହି ଫିଲ୍ମ । ତେବେ ବଡ଼ କଥା ହେଉଛି ଏଥିରେ ନା ଅଭିଜ୍ଞ କଳାକାର ଅଭିନୟ କରିଛନ୍ତି ନା ଅଭିଜ୍ଞ ନିର୍ଦ୍ଦେଶକ । ସିନେମାରେ ଅତ୍ୟାଧୁନିକ ଜ୍ଞାନ କୌଶଳ, କ୍ୟାମେରା ସେଟ୍ ମଧ୍ୟ ବ୍ୟବହାର କରାଯାଇନାହିଁ । ସିନେମାରେ ସମସ୍ତେ ନୂଆ । ବିଶେଷ କରି ଛାତ୍ର ଓ ଯୁବକ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ସିନେମା । ନିଜସ୍ୱ ଉଦ୍ୟମରେ ତିଆରି କରିଥିବା ଚଳଚ୍ଚିତ୍ର ଏବେ ଗୋଟିଏ ପରେ ଗୋଟିଏ ଜାତୀୟ ସ୍ତରର ସଂସ୍ଥାରୁ ପୁରସ୍କାର ହତେଇବାରେ ଲାଗିଛି ।

ଚଳଚ୍ଚିତ୍ରଟି ମାସେ ଭିତରେ ୧୧ଟି ଆନ୍ତର୍ଜାତିକ ପୁରସ୍କାର ପାଇ ସଫଳତାର ଶୀର୍ଷରେ ପହଞ୍ଚି ପାରିଛି । ଟାର୍ଗେଟ ସ୍କାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟମ୍ୟୁଜିକ, ବେଷ୍ଟ ସିଙ୍ଗର, ବେଷ୍ଟ ପ୍ରଡ୍ୟୁସର ଓ ବେଷ୍ଟ ଆକ୍ଟର ପୁରସ୍କାର ପାଇସାରିଛି । ଷଷ୍ଠ ୱାଲେଟଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ସିନେମାଟୋଗ୍ରାଫର ଓ ବେଷ୍ଟ ସ୍କ୍ରିନ ପ୍ଲେ ପୁରସ୍କାର ପ୍ରାପ୍ତ କରିଛି ।ଶଙ୍ଖନାଦ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଆର୍ଟ ଫିଲ୍ମ ଓ ବେଷ୍ଟ ଡ୍ରାମା ଫିଲ୍ମ ଭାବେ ପୁରସ୍କୃତ ହୋଇଥିବା ବେଳେ ରୁଟସ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅବସରରେ ଶ୍ରେଷ୍ଠ ନିର୍ଦ୍ଦେଶନା ଓ ଶ୍ରେଷ୍ଠ ନାରୀ ଅଭିନେତ୍ରୀର ପୁରସ୍କାର ଲାଭ କରି ପାରିଛି । ସେହିପରି ବଡ଼ କଥା ହେଲା ଚଳିତ ମାସ କୋଲକାତାରେ ଅନୁଷ୍ଠିତ ସତ୍ୟଜିତ ରିତ୍ତିକ ପ୍ରିଣାଲ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୨ ଅବସରରେ ଶ୍ରେଷ୍ଠ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ଏହା ପୁରସ୍କୃତ ହେବାର ସୁଯୋଗ ପ୍ରାପ୍ତ ହୋଇ ଆୱାର୍ଡ ସଂଖ୍ୟା ୧୧ରେ ପହଞ୍ଚିଛି । ଏହି ଫେଷ୍ଟିଭାଲରେ ୧୧୦୦ରୁ ଊର୍ଦ୍ଧ୍ୱ ଫିଲ୍ମ ଭାଗ ନେଇଥିବା ବେଳେ କେବଳ ଏହି ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ଏହି ସଫଳତା ମିଳିପାରିଛି ।

ଛାତ୍ର ତଥା ନିର୍ଦ୍ଦେଶକ ଶୁଭେନ୍ଦୁ ସାହୁ ଓ କ୍ୟାମେରାମ୍ୟାନ ଶୁଭମ ସାହୁ କୋଲକାତାରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଯୁବ ଇଞ୍ଜିନିୟର ପତିତପାବନ ପାଣିଙ୍କ ଲିଖିତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟିରେ ଆୟେଶା ଓ ରଣଜିତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ, ବାରିପଦା ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଫିଲ୍ମଟି ସୁଟିଂ ହୋଇଛି । ଓଡ଼ିଶା ଡ୍ରାମାକମ୍ପାନି ୟୁ ଟ୍ୟୁବ ଚ୍ୟାନେଲରେ ସମ୍ପୁର୍ଣ୍ଣ ସିନେମା ଉପଲବ୍ଧ ଅଛି । ସାରସକଣା ବ୍ଳକର ଯୁବ ପ୍ରତିଭାଙ୍କ ଟିମର ପ୍ରୟାସରେ ଏହି ଫିଲ୍ମ ନିର୍ମିତ ହୋଇ ଅହେତୁକ ସଫଳତା ପାଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ତେବେ ଏହି ଫିଲ୍ମ ନିର୍ମାଣ ପାଇଁ ଯୁବକମାନେ ଦିନ ରାତି ଉଦ୍ୟମ କରି ସଫଳ ହୋଇଛନ୍ତି । ଏବେ ଗୋଟିଏ ପରେ ଗୋଟିଏ ଆୱାର୍ଡ ସେମାନଙ୍କ ପରିଶ୍ରମର ଫଳ ଆଣି ଦେଇଛି ବୋଲି କହିଛନ୍ତି । ଓଡ଼ିଆ ଚଳଚ୍ଚିତ୍ରରେ କାହାଣୀ ଅଭାବ ରହିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ଏହି ନୂଆ ପିଢ଼ୀର ଯୁବକଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଆଗାମୀ ଦିନରେ ଓଡ଼ିଆ ମନରଞ୍ଜନ କ୍ଷେତ୍ରରେ ନୂଆ ଆଶା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
Published by:Soubhagya Mishra
First published: