'ଅନର କିଲିଂ'କୁ ନେଇ ଆସୁଛି ନୂଆ ଓଡ଼ିଆ ସିନେମା; ଦର୍ଶକ ଗ୍ରହଣୀୟତକୁ ନେଇ ପୁରା ଟିମ ଆଶାବାଦୀ

ଅନର କିଲିଙ୍ଗ ଉପରେ ଆଧାରିତ ଓଡ଼ିଆ ସିନେମା 'ପ୍ରେମ ଲେଖିଦେଲି ତୋ ନାଁରେ’ ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ମୁନ ଟିଭି ମୁଭିଜ ବ୍ୟାନରରେ ଏହା ହେଉଛି ୧୬ ତମ ଚଳଚ୍ଚିତ୍ର।

'ଅନର କିଲିଂ'କୁ ନେଇ ଆସୁଛି ନୂଆ ଓଡ଼ିଆ ସିନେମା (ପ୍ରତୀକାତ୍ମକ ଛବି)

'ଅନର କିଲିଂ'କୁ ନେଇ ଆସୁଛି ନୂଆ ଓଡ଼ିଆ ସିନେମା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଭିନ୍ନ ସ୍ଵାଦର କାହାଣୀ। କାହାଣୀରେ ଅଛି ରୂଢ଼ିବାଦୀ ମାନସିକତାର ପ୍ରତିଫଳନ। ଅନର କିଲିଙ୍ଗ ବା ଅନ୍ୟ ସମ୍ପ୍ରଦାୟରେ ପ୍ରେମ/ ବିବାହକୁ ବିରୋଧ କରି  ହତ୍ୟା। ଏଭଳି ଘଟଣା କେବଳ ଉତ୍ତର ଭାରତରେ କିଛି ରାଜ୍ୟରେ ନୁହେଁ, ଏବେ ଓଡ଼ିଶାରେ ବି ଘଟୁଛି। ଏଭଳି କିଛି କାହାଣୀ ଉପରେ ପର୍ଯ୍ୟବସିତ ନୂଆ ଓଡ଼ିଆ ସିନେମା,'ପ୍ରେମ ଲେଖିଦେଲି ତୋ ନାଁରେ’। ଶନିବାର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହୋଟେଲରେ ଏହି ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି ।

ଭୁବନେଶ୍ୱରସ୍ଥିତ ଆର୍ଯ୍ୟ ପ୍ୟାଲେସ  ହୋଟେଲରେ ଶନିବାର ଅନୁଷ୍ଠିତ ହୋଇଥିଲା ଶୁଭ ମହୁରତ । ମୁନ ଟିଭି ମୁଭିଜ ବ୍ୟାନରରେ ଏହା ହେଉଛି ୧୬ ତମ ଚଳଚ୍ଚିତ୍ର। ପ୍ରଯୋଜନା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ପ୍ରଥମ ସପ୍ତାହରୁ ସୁଟିଂ ଆରମ୍ଭ ହେବ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ହେବ। ଏଥିରେ ନୂଆ ଯୋଡି ଭାବେ ପ୍ରେମ୍‌, ସୁସ୍ମିତା ନଜରକୁ ଆସିବେ। ଏମାନଙ୍କ ସହ ପୂଜା, ଆଶୁତୋଷ, ରବି ମିଶ୍ର, ଦେବଦତ୍ତ, ତପସ୍ୱିନୀ ପ୍ରମୁଖ ଅଭିନୟ କରିଛନ୍ତି। ସିନେମାରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଥିବା ସସ୍ମିତା ପଣ୍ଡା କୁହନ୍ତି, ଫିଲ୍ମର କାହାଣୀ ହିଁ ସବୁଠାରୁ ଅଲଗା ଓ ଦମଦାର। ଅନର କିଲିଂ ଏବେ କେଵଳ ଉତ୍ତର ଭାରତରେ କିଛି ଅଞ୍ଚଳ ଭିତରେ ସୀମିତ ନାହିଁ , ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ଏମିତି ଘଟଣା ଘଟୁଛି। ତେଣୁ ସେଭଳି କାହାଣୀକୁ ନେଇ ଏହି ସିନେମା ନିର୍ମାଣ ହେଉଥିବା କାରଣାରୁ ଏହାକୁ ଦର୍ଶକ ନିଶ୍ଚୟ ପସନ୍ଦ କରିବେ।

ଅଭିନେତା ପ୍ରେମ କହିଛନ୍ତି,"କୋଭିଡ କଟକଣା ହଟିଲା ପରେ କିଛି ପ୍ରଯୋଜନା ସଂସ୍ଥା ନୂଆ ନୂଆ ସିନେମା ଦର୍ଶକଙ୍କୁ ଭେଟି ଦେବାକୁ ଉଦ୍ୟମ କରିଛନ୍ତି। ତେବେ ' ପ୍ରେମ ଲେଖିଦେଲି ତୋ ନାଁରେ’ ସିନେମାରେ ଉଭୟ ପ୍ରଯୋଜକ ଓ ନିର୍ଦେଶକ ଯେଉଁ ଉଦ୍ୟମ କରୁଛନ୍ତି ତାହା ନିଶ୍ଚିତ ଭାବେ ଦର୍ଶକ ଗ୍ରହଣୀୟତା ବଢ଼ାଇବ। କାରଣ କାହାଣୀରେ ଅଛି ଭିନ୍ନତା"।

ସତ୍ୟ ନାରାୟଣ ସାହୁ ସିନେମାରେ ନୂଆକରି ନିର୍ଦ୍ଦେଶନା ଦେଇଥିବା ବେଳେ ଟୁଟୁ ନାୟକ ନୂଆ କରି ପ୍ରଯୋଜନା ଭାର ତୁଲାଇଛନ୍ତି । ନିର୍ଦ୍ଦେଶକ ସତ୍ୟନାରାୟଣ ସାହୁ କହିଛନ୍ତି,'ମତେ ଯେତେବେଳେ ଏହି ସିନେମାରେ ନିର୍ଦ୍ଦେଶକ ଦାୟିତ୍ୱ ମିଳିଲା ଓ ମୁଁ କାହାଣୀ ଶୁଣିଲି, ମୋର ଆଗ୍ରହ ବହୁଗୁଣିତ ହୋଇଗଲା। କାରଣ ଏହି ସିନେମାର କାହାଣୀ ଦମଦାର। ଆଗରୁ ଏଭଳି କାହାଣୀ ଉପରେ ସିନେମା ନିର୍ମିତ ହୋଇନାହିଁ। ତେଣୁ ମୋର ଆଗ୍ରହ ବଢ଼ିବା ସହିତ ଦାୟିତ୍ୱ ମଧ୍ୟ ବଢ଼ିଛି। ପରଦା ଉପରେ ଏହାକୁ ଚମତ୍କାର ଭାବେ ଉତ୍ତରିବା ନେଇ ମୋର ଦାୟିତ୍ୱ ବଢି ଯାଇଛି'।

ସେହିପରି 'ନନ୍ଦିନୀ ଆଇ ଲଭ ୟୁ', ମିତରେ ମିତ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଶାନ୍ତ ପାଢ଼ୀ ଏହି ସିନେମାରେ ସଂଗୀତ ସଜାଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ କହିଛନ୍ତି,'ମୁନ ଟିଭି ମୁଭିଜ ବ୍ୟାନରରେ ଏହା ୧୬ ତମ ସିନେମା ହୋଇଥିଲା ବେଳେ ମୋର ଦାୟିତ୍ୱକୁ ସଫଳତାର ସହିତ ଜରିବା ପାଇଁ ପ୍ରୟାସ କରିଛି। ଆଶା ଏହାକୁ ଦର୍ଶକ ପସନ୍ଦ କରିବେ।'

ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶଶୀ କୁମାର ସାହୁ ମହୁରତ କ୍ଲାପ୍ ଦେଇଥିଲେ। ତାଙ୍କ ସହ ପ୍ରଯୋଜକ ଟୁଟୁ ନାୟକ,ଅତିସ କୁମାର ରାଉତ,ରମେଶ ବାରିକ, ଶ୍ରୀଧର ମାର୍ଥା ଓ ନିର୍ଦ୍ଦେଶକ ଅବତାର ସିଂ ପ୍ରମୁଖ ଯୋଗ ଦେଇଥିଲେ।
Published by:Soumya Das
First published: