ଓଡ଼ିଆ ଚଳଚ୍ଚିତ୍ର "ଶମ୍ଭୁ"ର ଶୁଭ ମହୁରତ; ଶୁଭମ ତମନ୍ନାଙ୍କ ଯୋଡିକୁ ନେଇ ଚର୍ଚ୍ଚା
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶମ୍ଭୁ" ର ଶୁଭ ମହୁରତ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା ନିବେଦିତ, ମୋହନ କୁମାରଙ୍କ ଦ୍ୱାରା ପ୍ରଯୋଜିତ ଚଳଚ୍ଚିତ୍ର "ଶମ୍ଭୁ" ର କାହାଣୀ ଶ୍ରୀମତୀ ଅନୁପମା ଜେନା ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର । ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଏସ. ଦିଲ୍ଲୀପ ପଣ୍ଡା ।
ନବାଗତ ନାୟକ ଶୁଭମ ମୁଖ୍ୟ ନାୟକ ଚରିତ୍ରରେ ଅଭିନୟ କରିଥିବା ବେଳେ ଚୁଲବୁଲି ନାୟିକା ତମନ୍ନା ମୁଖ୍ୟ ନାୟିକା ଭାବେ ନଜର ଆସିବେ । ତାଙ୍କ ସହିତ ସହଯୋଗୀ କଳାକାର ଭାବେ ବହୁ ପରିଚିତ କଳାକାର ଯଥା : ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକରବିଙ୍କ ସହିତ ଶିଶୁ କଳାକାର ଭାବେ ବିନପ୍ସା ଜେନା ପ୍ରମୁଖ ଅଭିନୟ କରିଛନ୍ତି ।
ଫାଇଟ୍ ମାଷ୍ଟର ଶୈଳେନ୍ଦ୍ର ମଧ୍ୟ ଏହି ଚଳଚ୍ଚିତ୍ର ସହିତ ଜଡିତ ଅଛନ୍ତି । ଏହି ଶୁଭ ମହୁରତ ଅବସରରେ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଯୋଗଦେଇ କରତାଳି ଦେଇଥିଲେ । ପରିଚାଳନା ଦାୟିତ୍ୱରେ ବିଜୁ ଏବଂ ଭରତ ଥିବାବେଳେ କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ସଂଯୋଜନା ସହିତ ଉପସ୍ଥାପନା କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।