ଡ଼ିସେମ୍ବର ୧୬ରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର "ପ୍ରସ୍ଥାନମ୍"

ପ୍ରଥମ ଥର ପାଇଁ ଅମ୍ଲାନ ଓ ଶ୍ରଦ୍ଧାଙ୍କ ଯୋଡି ଓଡ଼ିଆ ଦର୍ଶକ ଦେଖିବାର ସୁଯୋଗ ପାଇବେ । କଲେଜ ଇଲେକ୍ସନରେ ଘଟୁଥିବା କିଛି ନିଚ୍ଛକ ସତ୍ୟ ଘଟଣାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି ।

ଡ଼ିସେମ୍ବର ୧୬ରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର "ପ୍ରସ୍ଥାନମ୍"

ଡ଼ିସେମ୍ବର ୧୬ରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର "ପ୍ରସ୍ଥାନମ୍"

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବହୁ ପ୍ରତୀକ୍ଷିତ ତଥା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ଥାନମର ପ୍ରେସମିଟରେ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି । ଏଇ ଅବସରରେ ପ୍ରଯୋଜକ ରିଙ୍କୁ ରିନୁ ଜେନା, ଦେବେଶ ଚନ୍ଦ୍ର ଦାସ, ସହ- ପ୍ରଯୋଜକ ସୁଶୀଲ ବାରିକ, ଲାଇନ ପ୍ରଯୋଜକ ଦୀପକ କୁମାର ଜେନା, ଅଭିନେତା ଅମ୍ଲାନ, ପାର୍ଥ, ବାପି, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ନିର୍ଦ୍ଦେଶକ ରାଜା ଡି, ସଂଗୀତ ନିର୍ଦ୍ଦେଶକ ଅସଦ୍ ନିଜାମ, କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକଙ୍କ ସହିତ ଚଳଚ୍ଚିତ୍ରର ମିଡ଼ିଆ ପ୍ଳାନର ଓ କ୍ରି୍ଏଟିଭ ହେଡ଼ ଯୋଗଦେଇଥିଲେ ।

ଚଳଚ୍ଚିତ୍ରର ଗୀତ ଗୁଡିକ ଆମର ମ୍ୟୁଜିକ ୟୁଟୁବ ଚାନେଲରେ ବେଶ ଲୋକାଦୃତ ହୋଇସାରିଛି । ପ୍ରଥମ ଥର ପାଇଁ ଅମ୍ଲାନ ଓ ଶ୍ରଦ୍ଧାଙ୍କ ଯୋଡି ଓଡ଼ିଆ ଦର୍ଶକ ଦେଖିବାର ସୁଯୋଗ ପାଇବେ । କଲେଜ ଇଲେକ୍ସନରେ ଘଟୁଥିବା କିଛି ନିଚ୍ଛକ ସତ୍ୟ ଘଟଣାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ରେନଡ୍ରପ ପିକ୍ଚର ଓ ଏସ ଏସ କ୍ରିଏଟିଭ ଫିଲ୍ମ ମିଳିତ ସହଯୋଗରେ ନିର୍ମିତ ଏଇ ଚଳଚ୍ଚିତ୍ରରେ ସମ୍ପୂର୍ଣ୍ଣ ନିଆରା ଭୂମିକାରେ ନଜର ଆସିବେ ଅଭିନେତା ପାର୍ଥସାରଥୀ । ଚଳଚ୍ଚିତ୍ରରେ ସ୍ବର୍ଗତ ମିହିର ଦାସ, ମନୋଜ ମିଶ୍ର, ବଣ୍ଟି, ଉଷାସୀ ମିଶ୍ର, ଅମୀର ଏବଂ ରାଜସ୍ମିତା କର ପ୍ରମୁଖ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବେ । ଚିତ୍ରତ୍ତୋଳନର ଭାର ଅକ୍ଷୟ କୁମାର ନାୟକ ନେଇଥିବା ବେଳେ ସମ୍ପାଦନା ଦାୟୀତ୍ୱ ରଞ୍ଜନ ଖଟେଇ ନେଇଛନ୍ତି । ଚଳଚ୍ଚିତ୍ରଟି ଏବର୍ଷର ନିଶ୍ଚୟ ଅନେକ ପ୍ରଶଂସା ସାଉଁଟିବା ସହିତ ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଶା ପ୍ରକାଶ କରାଯାଇଛି । ଏଥିରେ ଡି ଫିଲ୍ମ ସହିତ ସୃଜନ ଫିଲ୍ମ ସହଯୋଗୀଭାବେ ରହିଛନ୍ତି ।
Published by:Soubhagya Mishra
First published: