ଗଣେଷ ପୂଜାରେ କିସ୍ ମିସ୍; ପରଦାରେ ଦେଖିବେ ସ୍ୱରାଜ ଓ ଶିବାନୀଙ୍କ ଲଭ୍ ରୋମାନ୍ସ

ଚଳିତ ମାସ ୩୧ ତାରିଖ ଗଣେଷ ପୂଜାରେ ପରଦାକୁ ଆସିବ ‘କିସ୍ ମିସ୍’ । ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ବଡ ପରଦାରେ ଦେଖି ସାରିଛନ୍ତି ଦର୍ଶକ । ତେବେ ଏଥିରେ ଉଭୟଙ୍କ ଲଭ, ରୋମାନ୍ସ ସହ ଆକ୍ସନ ଦେଖିବାକୁ ମିଳିବ ।

ଗଣେଷ ପୂଜାରେ କିସମିସ୍; ପରଦାରେ ଦେଖିବେ ସ୍ୱରାଜ ଓ ଶିବାନୀଙ୍କ ଲଭ୍ ରୋମାନ୍ସ

ଗଣେଷ ପୂଜାରେ କିସମିସ୍; ପରଦାରେ ଦେଖିବେ ସ୍ୱରାଜ ଓ ଶିବାନୀଙ୍କ ଲଭ୍ ରୋମାନ୍ସ

  • Share this:
News 18 Odia Digital

ଭୁବନେଶ୍ୱର; ଖୁବଶୀଘ୍ର ପରଦାକୁ ଆସୁଛି ନୂଆ ଓଡ଼ିଆ ସିନେମା "କିସ୍ ମିସ୍' । ' ଝିଲିକ୍ ମୋସନ ପିକ୍‌ଚର୍ସ'  ବ୍ୟାନରରେ ନିର୍ମିତ ଏହି ସିନେମାରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ବେଳେ ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଳାଇଛନ୍ତି । ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହି ଫିଲ୍ମର ଅଡିଓ ରିଲିଜ ଅନୁଷ୍ଠିତ ହୋଇ ଯାଇଛି ।



ଚଳିତ ମାସ ୩୧ ତାରିଖ ଗଣେଷ ପୂଜାରେ ପରଦାକୁ ଆସିବ ‘କିସ୍ ମିସ୍’ । ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ବଡ ପରଦାରେ ଦେଖି ସାରିଛନ୍ତି ଦର୍ଶକ । ତେବେ ଏଥିରେ ଉଭୟଙ୍କ ଲଭ, ରୋମାନ୍ସ ସହ ଆକ୍ସନ ଦେଖିବାକୁ ମିଳିବ । ପ୍ରେମକୁ ନେଇ କାହାଣୀ ଆଗକୁ ବଢ଼ିଥିବା ବେଳେ ସ୍ୱରାଜ ଓ ଶିବାନୀଙ୍କ ଅଭିନୟ ମନ କିଣିନେବ ବୋଲି ଟିମର ଆଶା । ପ୍ରିତିରାଜ, ନୀତୁ ସିଂ, ମାନିନୀ, ଲିଙ୍କନ ପଟ୍ଟନାୟକ, ସୋମେନ୍ ପୂଜାରୀ, ଧରିତ୍ରୀ ପ୍ରମୁଖ ସିନେମାରେ ସାଥୀ କଳାକାର ଭାବେ ନଜର ଆସିଛନ୍ତି । ସ୍ୱରାଜ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦୃଷ୍ଟିହୀନ ଭୂମିକାରେ ଅଭିନୟ କରିଛନ୍ତି ।

ଓଡ଼ିଶା ଭିତରେ ସିନେମାର ସୁଟିଂ ହୋଇଥିବା ବେଳେ କେବଳ ଗୀତ ଗୁଡିକ ରାଜ୍ୟ ବାହାରେ ସୁଟିଂ ହୋଇଛି । ଅନେକ ଦିନ ପରେ ଗଣେଷ ପୂଜାରେ ସିନେମା ରିଲିଜ ହେଉଥିବାରୁ ଦର୍ଶକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖାଯାଇଛି । ସାରା ଓଡ଼ିଶାର ବିଭିନ୍ନ ସିନେମା ହଲରେ ‘କିସ୍ ମିସ୍’ ମୁକ୍ତିଲାଭ କରିବ । ପୂର୍ବରୁ ଝିଲିକ ମୋସନ ପିକଚର୍ସ ବ୍ୟାନରରେ ରୁଦ୍ରାଣୀ, ତୋର ମୋର କଟି, ତୁ ମୋର ସିଏ ମଧ୍ୟ ପ୍ରସ୍ତୁତ ହୋଇ ମୁକ୍ତିଲାଭ ଅପେକ୍ଷାରେ ରହିଛି ।



କିସ୍‌ ମିସ୍ ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଛି । ଗୀତ ଗୁଡ଼ିକୁ ଲେଖିଛନ୍ତି ଡ. ନିର୍ମଳ ନାୟକ । “ସବୁ ଲଭ ଷ୍ଟେରୀ” ଗୀତଟିକୁ ଗାଇଛନ୍ତି ସ୍ୱୟମ୍ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତି । ସେହିପରି “ତୋ ପ୍ରେମ ଜାଲରେ” ଗୀତରେ ଶଶାଙ୍କ ଶେଖର ଓ ଅମ୍ରିତା ନାୟକ କଣ୍ଠଦାନ କରିଥିବା ବେଳେ “ନ ଶୁଣିଲେ ନାହିଁ ଯା” ଗୀତଟିରେ ସତ୍ୟଜିତ ପ୍ରଧାନ  ଓ ଜାଗୃତି ମିଶ୍ର କଣ୍ଠଦାନ କରିଛନ୍ତି । ଅନ୍ୟପଟେ “ବୋଲ ବୋଲ ବୋଲ”  ଗୀତଟିରେ ତାରିକ୍ ଅଜିଜ୍ ଓ ଦିପ୍ତୀରେଖା ପାଢୀ କଣ୍ଠ ଦାନ କରିଛନ୍ତି ।
ଅଡିଓ ରିଲିଜ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତିମା ଘଡାଇ , ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ବସନ୍ତ ନାୟକ ପ୍ରଡକ୍ସନର ପ୍ରଯୋଜକ ଟୁଟୁ ନାୟକ ଓ ସିନେମାର ନାୟକ- ନାୟିକା ସ୍ୱରାଜ ବାରିକ - ଶିବାନୀ ସଙ୍ଗୀତାଙ୍କ ସହ କ୍ରିଏଟିଭ  ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Published by:Soubhagya Mishra
First published: