ଏଠି ବି ତ୍ରିକୋଣୀୟ ପ୍ରେମ : ଜାଣନ୍ତୁ ଅଭିନେତ୍ରୀ ପୁନମ ମିଶ୍ରଙ୍କ 'ଅଧୁରା ପ୍ରେମ କାହାଣୀ'  ବିଷୟରେ !

ପ୍ରେମକୁ ନେଇ ଏବେ ସୋସିଆଲ୍ ମିଡିଆରେ ପଡ଼ିଛି ଚହଳ । ଏଠି ବି ତ୍ରିକୋଣୀୟ ପ୍ରେମ । ଜାଣନ୍ତୁ ଅଭିନେତ୍ରୀ ପୁନମ ମିଶ୍ରଙ୍କ ନୂଆ ଚଳଚ୍ଚିତ୍ର 'ଅଧୁରା ପ୍ରେମ କାହାଣୀ'  ବିଷୟରେ 

ଅଭିନେତ୍ରୀ ପୁନମଙ୍କ 'ଅଧୁରା ପ୍ରେମ କାହାଣୀ'

ଅଭିନେତ୍ରୀ ପୁନମଙ୍କ 'ଅଧୁରା ପ୍ରେମ କାହାଣୀ'

  • Share this:
News 18 Odia Digital


ଭୁବନେଶ୍ୱର : ପ୍ରେମକୁ ନେଇ ଏବେ ସୋସିଆଲ୍ ମିଡିଆରେ ପଡ଼ିଛି ଚହଳ । କାରଣ ପ୍ରତିଦିନ ନୂଆ ନୂଆ ପ୍ରେମ ଜନିତ ସମସ୍ୟାର ଖବର ଲୋକଙ୍କ ନଜରକୁ ଆସୁଛି । ତାହାକୁ ଦର୍ଶକେ ପସନ୍ଦ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଲକ୍ଷାଧିକ କମେଣ୍ଟ୍, ସେୟାର ସହ ଭିୟୁଜ୍ ମିଲିୟନ୍ ଛୁଇଁଯାଉଛି ପ୍ରେମ ସମ୍ପର୍କିତ ଖବରରେ । ତେବେ ଏପରି ଷ୍ଟୋରୀକୁ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ଆପଣ ଖୁବ ଶୀଘ୍ର ପରଦାରେ ଦେଖିବାକୁ ପାଇବେ ଅଭିନେତ୍ରୀ ପୁନମଙ୍କ 'ଅଧୁରା ପ୍ରେମ କାହାଣୀ' ।

ନିକଟରେ ଏକ ପ୍ରେମ କାହାଣୀ ଭିତ୍ତିକ ନୂଆ ସିନେମା 'ଅଧୁରା ପ୍ରେମ କାହାଣୀ'ର ଶୁଭ ମୁହୁରତ ଭୁବନେଶ୍ୱର ଲୁମ୍ୱିନୀ ବିହାର ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ସିନେମାରେ ଅଭିନେତ୍ରୀ ପୁନମଙ୍କୁ ଆପଣ ଏକ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ । ପୁନମ ମିଶ୍ରଙ୍କ ସହ ନାୟିକା ସୂର୍ଯ୍ୟମୟୀ ମହାପାତ୍ର ମଧ୍ୟ ନାୟକ ଶୁଭାଶିଷଙ୍କ ଦୁଇ ହିରୋଇନ ଭାବେ ନଜର ଆସିବେ ।




ସିନେମା 'ଅଧୁରା ପ୍ରେମ କାହାଣୀ'ର ଶୁଭ ମହୁରତ




ଏକ ତ୍ରିକୋଣୀୟ ପ୍ରେମ କାହାଣୀରେ ନୂଆ ଟୁଇଷ୍ଟ ଭରିଛନ୍ତି ନିର୍ଦ୍ଦେଶକ ନିରଞ୍ଜନ ବାରିକ । ଏହି ସିନେମାରେ ଅଭିନେତା ଅଶ୍ରୁମୋଚନ, ଶ୍ରୀତମ ଦାସ, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆଙ୍କ ସମେତ ଆହୁରୀ ଅନେକ ଲୋକପ୍ରିୟ କଳାକାରଙ୍କୁ ଦେଖିବାକୁ ପାଇବେ । ସିନେମାରେ ସମୁଦାୟ ୫ଟି ସଗୀତ ଥିବାବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଗୀତ ଗୁଡ଼ିକୁ ଗାଇଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅର୍ପିତା, କୁଳଦୀପ, ଶିଶିର କୁମାର, ଅଙ୍କିତା ଏବଂ ଅରବିନ୍ଦ । ଗୀତିକାର ଅରୁଣ ମନ୍ତ୍ରୀ ସିନେମାରେ ଥିବା ମନଛୁଆଁ ଗୀତ ଗୁଡିକୁ ଲେଖିଛନ୍ତି । ତେବେ ଦେଢ ମାସ ଭିତରେ ସିନେମା ସୁଟିଂ ସହ ସମସ୍ତ କାର୍ଯ୍ୟ ସରିବ ବୋଲି ଜଣାପଡ଼ିଛି । ପ୍ରଯୋଜକ ରଜତ ଜ୍ୟୋତି ସିନେମାର ସଫଳତା ପାଇଁ ଖୁବ ଆଶା ରଖିବା ସହ ଏ କାହାଣୀଟିକୁ ଦର୍ଶକେ ନିଶ୍ଚେ ପସନ୍ଦ କରିବେ ବୋଲି ପୁରା ଟିମ୍ ଆଶା ରଖିଛି ।
Published by:Soubhagya Mishra
First published: