୧୬ରେ ବଡ଼ ପରଦାକୁ ହିଟ୍ କରିବ ନୂଆ ଓଡ଼ିଆ ସିନେମା 'ତୁ ମୋର ଓକେ'; ରିଲିଜ ହେଲା ଟ୍ରେଲର

ସିନେମାରେ ଲିଡ଼ ରୋଲରେ ଅଛନ୍ତି ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଶୀତଲ । ଏହି ଯୋଡ଼ି ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନରେ ଏକାଠି ହେଉଛନ୍ତି ଏହି ଫିଲ୍ମ ଜରିଆରେ। ସିନେ ଦର୍ଶକ ଏହି ଯୋଡ଼ିକୁ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

୧୬ରେ ବଡ଼ ପରଦାକୁ ହିଟ୍ କରିବ ନୂଆ ଓଡ଼ିଆ ସିନେମା 'ତୁ ମୋର ଓକେ'; ରିଲିଜ ହେଲା ଟ୍ରେଲର

୧୬ରେ ବଡ଼ ପରଦାକୁ ହିଟ୍ କରିବ ନୂଆ ଓଡ଼ିଆ ସିନେମା 'ତୁ ମୋର ଓକେ'; ରିଲିଜ ହେଲା ଟ୍ରେଲର

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର; ସିଦ୍ଧାର୍ଥ ମ୍ୟୁଜିକ ବ୍ୟାନରରେ ମୁକ୍ତି ଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର "ତୁ ମୋର ଓକେ" । ସିଦ୍ଧାର୍ଥ ମ୍ୟୁଜିକ ବ୍ୟାନରରେ ନିର୍ମିତ ୩୧ ତମ ଚଳଚ୍ଚିତ୍ର ଭାବରେ ରୂପେଲି ପରଦାକୁ ସିନେମାଟି ଆସିବ । ଭରପୁର ରୋମାନ୍ସ ସାଙ୍ଗକୁ ନିଚ୍ଛକ ଓଡ଼ିଆ କାହାଣୀର ବେଶ ମଜା ନେବେ ଦର୍ଶକ । ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସିନେମାର ଟ୍ରେଲର ଉନ୍ମୋଚିତ ହୋଇଯାଇଛି ।

ଟ୍ରେଲର ରିଲିଜ ଅବସରରେ ଅଭିନେତା ଜ୍ୟୋତି, ଅଭିନେତ୍ରୀ ଶୀତଳ ଓ ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସମେତ ଅନ୍ୟ ସହ କଳାକାର ଉପସ୍ଥିତି ଥିଲେ ।  ଚଳିତ ପୂଜା ବଜାରରେ ଫିଲ୍ମଟି ଉଭୟ ବ୍ୟବସାୟିକ ଓ ମନୋରଞ୍ଜନ ଦୃଷ୍ଟିରୁ ଭଲ କରିବା ନେଇ ଆଶା ରଖିଛନ୍ତି ପ୍ରଯୋଜକ ଓ ଟିମ୍ । ସିଦ୍ଧାର୍ଥ ମ୍ୟୁଜିକ ବ୍ୟାନରରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ଅଛନ୍ତି ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ନିର୍ଦ୍ଦେଶନା ଦାୟିତ୍ଵରେ ଅଛନ୍ତି ମୃତ୍ୟୁଞ୍ଜୟ ନାୟକ । ଡାଏଲଗ ଲେଖିଛନ୍ତି ଡ଼ଃ ନିର୍ମଳ ନାୟକ ଓ ସମ୍ପାଦନା ଦାୟିତ୍ୱରେ ରାଜେଶ ଦାଶ ଓ  ଡିଓପି ଦାୟିତ୍ୱରେ ଅଛନ୍ତି ଈଶ୍ବର ବାରିକ । କୋରିଓ ଗ୍ରାଫର ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆସାଦ ନିଜାମ । ସିନେମାର ଗୀତ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଶ୍ରୀୟା ମିଶ୍ର ଓ ଅସୀମା ପଣ୍ଡା । ସିନେମାଟି ଆସନ୍ତା ୧୬ ତାରିଖରେ ମୁକ୍ତିଲାଭ କରିବାକୁ ଯୋଜନା ରଖିଛି ପ୍ରଯୋଜନା ସଂସ୍ଥା ।

ସିନେମାରେ ଲିଡ଼ ରୋଲରେ ଅଛନ୍ତି ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଶୀତଲ । ଏହି ଯୋଡି ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନରେ ଏକାଠି ହେଉଛନ୍ତି ଏହି ଫିଲ୍ମ ଜରିଆରେ । ସିନେ ଦର୍ଶକ ଏହି ଯୋଡ଼ିକୁ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ସିନେମାରେ ନିଜ ଅଭିନୟକୁ ନେଇ ଜ୍ୟୋତି କହିଛନ୍ତି କୋଭିଡ କାରଣରୁ ପ୍ରାୟ ଦୁଇ ବର୍ଷ ଧରି ମୁକ୍ତିଲାଭ କରିପାରିନାହିଁ କୌଣସି ସିନେମା । କିନ୍ତୁ ଏହି ସିନେମାଟି କୋଭିଡ ସମୟରେ ହିଁ ନିର୍ମିତ ହୋଇଥିଲା ଯାହା ଏବେ ମୁକ୍ତି ଲାଭ କରିବାକୁ ଯାଉଛି । ସିନେମାର କାହାଣୀ ଅନୁସାରେ ନାୟକ ପାଇଁ ଝିଅ ଖୋଜୁଛନ୍ତି ତାର ପରିବାର ଲୋକେ । କିନ୍ତୁ ବିଭିନ୍ନ ଆଳ ଦେଖାଇ ସବୁ ପ୍ରସ୍ତାବକୁ ଭାଙ୍ଗି ଦେଉଛି ସିନେମାର ନାୟକ । ସେହି କ୍ରମରେ ନାୟିକା ଶୀତଲ ସହ ମଧ୍ୟ ଆସିଛି ବିବାହ ପ୍ରସ୍ତାବ । ଏହା ପରେ ହିଁ ସିନେମାରେ ଆସୁଛି ମୋଡ଼ । ସିନେମାଟି ଦର୍ଶକ ଗ୍ରହଣୀୟତା ପାଇବ ବୋଲି ଆଶା ରଖିଛନ୍ତି ଅଭିନେତା ଜ୍ୟୋତି । ସେହିପରି ଅଭିନେତ୍ରୀ ଶୀତଲ ମଧ୍ୟ ସିନେମାର ଗ୍ରହଣୀୟତାକୁ ନେଇ ଆଶାୟୀ । ସବୁ ଵର୍ଗର ଲୋକଙ୍କୁ ସିନେମାଟି ଭଲ ଲାଗିବ ବୋଲି ସେ ଆଶା କରିଛନ୍ତି । କାରଣ ଏଥିରେ ସବୁ ବର୍ଗଙ୍କ ମନୋରଞ୍ଜନ ପାଇଁ ପ୍ରୟାସ କରାଯାଇଛି । ପ୍ରଯୋଜନା ସଂସ୍ଥା ପକ୍ଷରୁ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସୂଚନା ଅନୁସାରେ ଏହା ସମ୍ପୂର୍ଣ୍ଣ ମୌଳିକ ଧର୍ମୀ ଫିଲ୍ମ । ଲୋକେ ଏହାକୁ ନିଶ୍ଚୟ ପସନ୍ଦ କରିବେ ।
Published by:Soubhagya Mishra
First published: