ରିଲିଜ ହେଲା 'ତୋର ମୋର କଟି'; ଦର୍ଶକଙ୍କ ମନ ଜିଣିଲେ ଶୀତଲ ଓ ଶୈଳେନ୍ଦ୍ର

ଓଲିଉଡର ଏହି ଯୋଡ଼ିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । 'ସିନେମା ତୋର ମୋର କଟି' ମାଧ୍ୟମରେ ବଡ ପରଦାରେ ଏକାଠି ନଜର ଆସିବା ପରେ ଦର୍ଶକେ ଖୁବ ପସନ୍ଦ କରିଛନ୍ତି ଏହି ଯୋଡିଙ୍କୁ ।

ରିଲିଜ ହେଲା 'ତୋର ମୋର କଟି'; ଦର୍ଶକଙ୍କ ମନ ଜିଣିଲେ ଶୀତଲ ଓ ଶୈଳେନ୍ଦ୍ର

ରିଲିଜ ହେଲା 'ତୋର ମୋର କଟି'; ଦର୍ଶକଙ୍କ ମନ ଜିଣିଲେ ଶୀତଲ ଓ ଶୈଳେନ୍ଦ୍ର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି ଝିଲିକ ମୋସନ୍ ପିକ୍ଚର୍ସର ତୃତୀୟ ଅବଦାନ ତଥା ନୂଆ ଓଡ଼ିଆ ସିନେମା 'ତୋର ମୋର କଟି' । ସମଗ୍ର ରାଜ୍ୟରେ ସମୁଦାୟ ୩୦ଟି ହଲରେ ସିନେମା ରିଲିଜ ହୋଇଥିବାବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପ୍ରିମିୟର ଶୋ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରିମିୟର ଶୋରେ ସିନେମାର କଳାକାର ଓ କର୍ମକର୍ତ୍ତାଙ୍କ ସମେତ ଦର୍ଶକ 'ତୋର ମୋର କଟି' ଦେଖିବାର ସୁଯୋଗ ପାଇବେ ।



ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଚଳଚ୍ଚିତ୍ରଟିକୁ ନେଇ ଖୁବ ଆଶାବାଦୀ ଅଛନ୍ତି । ଓଡ଼ିଆ ସିନେମା ଜଗତରେ ଏକ ବିରାଟ ପରିବର୍ତ୍ତନ ପାଇଁ ସେ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ, ଗୀତ ଗୁଡିକ ଗୀତିକାର ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ସବିଶେଷ, ଆଶୁତୋଷ, ଅନନ୍ୟା ଶ୍ରୀତମ ନନ୍ଦ ଏବଂ ଦେବକୃପା । ଚିତ୍ରତ୍ତୋଳନ ଭାର ଈଶ୍ୱର ବାରିକ ନେଇଛନ୍ତି । ଚଳଚ୍ଚିତ୍ରର ସଂଳାପକାର ଦୀପକ ଜେନା ଥିବା ବେଳେ ନିର୍ଦ୍ଦେଶନା ଭାର ନେଇଛନ୍ତି ଯୁବ ନିର୍ଦ୍ଦେଶକ ରମେଶ ରାଉତ । ପ୍ରଚାର ପ୍ରସାର ଦାୟୀତ୍ୱରେ ରହିଛନ୍ତି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ସିଲ । ଫାଇଟ ନିର୍ଦ୍ଦେଶନା ଦେଇଛନ୍ତି ଶୈଳେନ୍ଦ୍ର ପରିଡା ଓ କାର୍ଯ୍ୟକାରୀ‌ ପ୍ରଯୋଜକ ଅଛନ୍ତି ଅରୁଣ ସ୍ବାଇଁ। ପ୍ରଡ଼କସନ୍ ଡିଜାଇନର ଅଛନ୍ତି ପ୍ରଶାନ୍ତ ବେହେରା (କାବୁଲି) ।

"ତୋର ମୋର କଟି" ଚଳଚ୍ଚିତ୍ର ମାଧ୍ୟମରେ ଶୈଳେନ୍ଦ୍ର - ଶୀତଲ ଯୋଡି ପ୍ରଥମ ଥର ପାଇଁ ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇଛନ୍ତି l ଏମାନଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାୟକ (ଟୁଟୁ ), ବବି ମିଶ୍ର, ସୁଦୀପ୍ତ, ଟୁକୁନା ଷ୍ଟାଇଲିଷ୍ଟ, କାଳିଆ ଷଣ୍ଢ, ଐଶ୍ଵରୀୟା, ରୁପସା, କଟପ୍ପା, ଦେବିକା ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ୫ ଟି ଗୀତ ଥିବାବେଳେ "ତୋର ମୋର କଟି" ଶୀର୍ଷ ସଙ୍ଗୀତକୁ ଅରୁଣ ମନ୍ତ୍ରୀ ଲେଖିଛନ୍ତି । କଣ୍ଠଦାନ କରିଛନ୍ତି ଦେବକୃପା ଓ ଅନନ୍ୟା ଶ୍ରୀତମ ନନ୍ଦ । ଝିଲିକ ମୋସନ ପିକ୍ଚର୍ସ ଏହା ପୂର୍ବରୁ କିସମିସ ଓ ରୁଦ୍ରାଣୀ ପରି ସୁନ୍ଦର ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଭେଟି ଦେଇସାରିଛି l "ଚଳଚ୍ଚିତ୍ର ତୋର ମୋର କଟି"ର ସଂଗୀତ ବିତରଣ ଦାୟିତ୍ୱ ନେଇଛନ୍ତି ଆମର ମ୍ୟୁଜିକ୍।
Published by:Soubhagya Mishra
First published: