ରାକ୍ଷୀକୁ ନେଇ ଆସୁଛି ନୂଆ ଓଡ଼ିଆ ସିନେମା; ଏଇ ରାକ୍ଷୀ ତୋ ରକ୍ଷା କବଚ

ପୂର୍ବରୁ ରାକ୍ଷୀ ଉପରେ ଅନେକ ସିନେମା ତିଆରି ହୋଇଛି । ଦର୍ଶକ ମଧ୍ୟ ପ୍ରତିଟି ସିନେମାକୁ ପସନ୍ଦ କରିଛନ୍ତି । ଅନେକ ଦିନ ପରେ ପୁଣି ଏକ ନୂଆ ସିନେମା ଆସିବାକୁ ଯାଉଛି ଦର୍ଶକଙ୍କ ପାଇଁ ।

ରାକ୍ଷୀକୁ ନେଇ ଆସୁଛି ନୂଆ ଓଡ଼ିଆ ସିନେମା; ଏଇ ରାକ୍ଷୀ ତୋ ରକ୍ଷା କବଚ

ରାକ୍ଷୀକୁ ନେଇ ଆସୁଛି ନୂଆ ଓଡ଼ିଆ ସିନେମା; ଏଇ ରାକ୍ଷୀ ତୋ ରକ୍ଷା କବଚ

  • Share this:
News 18 Odia Digital

ଭୁବନେଶ୍ୱର; ଭାଈ ଭଉଣୀର ନିଆରା ସମ୍ପର୍କ ରାକ୍ଷୀ । ପୂର୍ବରୁ ରାକ୍ଷୀ ଉପରେ ଅନେକ ସିନେମା ତିଆରି ହୋଇଛି । ଦର୍ଶକ ମଧ୍ୟ ପ୍ରତିଟି ସିନେମାକୁ ପସନ୍ଦ କରିଛନ୍ତି । ଅନେକ ଦିନ ପରେ ପୁଣି ଏକ ନୂଆ ସିନେମା ଆସିବାକୁ ଯାଉଛି ଦର୍ଶକଙ୍କ ପାଇଁ । ଜୀ ସାର୍ଥକ ମୁଭି ବ୍ୟାନରରେ ପ୍ରସ୍ତୁତ ହେଉଛି ନୂଆ ସିନେମା ‘ ଏଇ ରାକ୍ଷୀ ତୋ ରକ୍ଷା କବଚ’ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏକ ଘରୋଇ ହୋଟେଲରେ ଏହି ନୂଆ ସିନେମାର ଅଡିଓ  ରିଲିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଚଳଚ୍ଚିତ୍ରଟିରେ ଭାଇ-ଭଉଣୀ ସମ୍ପର୍କକୁ ଏକ ସୁନ୍ଦର ରୂପରେ ଅବତାରଣା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ସିନେମାଟି ଗତିଶୀଳ ହୋଇଛି । ଭାଇର ଭଉଣୀ ପାଇଁ କଣ ଦାୟିତ୍ୱ ଏଥିରେ ଅବତାରଣା କରାଯାଇଛି । କ୍ଷୀରୋଦ ପଟ୍ଟନାୟକ ସିନେମାର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ସହ ପ୍ରଯୋଜନା କରିଛନ୍ତି ଲିପ୍ସା ମିଶ୍ର । ଗିମିକ ମାଷ୍ଟର ସଂଜୟ ନାୟକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ରାକ୍ଷୀକୁ ନେଇ ସଂଜୟ ନିର୍ମାଣ କରିଛନ୍ତି ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ଯେଉଁଥିରେ ସ୍ୱର୍ଗତ ମିହିର ଦାସଙ୍କ ସହ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଥିଲା । ଏବେ ବି ସିନେମା ଓ ତାର ଗୀତ ଗୁଡ଼ିକ ଲୋକଙ୍କ ହୃଦୟରେ ରହିଛି । ତେଣୁ ଏହି ନୂଆ ଚଳଚ୍ଚିତ୍ରରେ ଗିମିକ ମାଷ୍ଟର ସଂଜୟ କଣ ନୂଆ କରିବାକୁ ଯାଉଛନ୍ତି ତାକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ ।

ଫିଲ୍ମରେ ହ୍ୟୁମାନ ସାଗର, ନେହା, ନିହାରିକା, କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ କବି, ଶୁଭାଶିଷ ସାହୁ ପ୍ରମୁଖ କଣ୍ଠଦାନ କରିଛନ୍ତି । ଗୀତ ଗୁଡିକ ନିହାର ପ୍ରିୟାଶୀଷ ଓ ଡ଼ଃ ଶୁଭ ଦାସ  ଲେଖିଥିବା ବେଳେ ବୈଦ୍ୟନାଥ ଦାସ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରର ଗୀତ ଗୁଡ଼ିକ ସୁମଧୁର ହୋଇଛି ଯାହାକି ସଂଗୀତପ୍ରେମୀଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରିଛନ୍ତି ପୁରା ଟିମ୍ ।

ଅନେକ ଦିନ ପରେ ରାକ୍ଷୀକୁ ନେଇ ଓଡ଼ିଆ ସିନେମା ନିର୍ମାଣ ହୋଇଥିବା ବେଳେ ଏହା  ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଉଛି । ଚଳଚ୍ଚିତ୍ରଟି ଅଗଷ୍ଟ ୨୧ ତାରିଖ ରବିବାର ସନ୍ଧ୍ୟା ୬.୩୦ମିନିଟ୍ ରେ ଜୀ ସାର୍ଥକରେ ପ୍ରସାରିତ ହେବ ବୋଲି ସୂଚନା ମିଳିଛି ।
Published by:Soubhagya Mishra
First published: