ପରଦାକୁ ଆସୁଛି ନୂଆ ଓଡ଼ିଆ ସିନେମା ତୃଷ୍ଣା; ଅଡିଓ ରିଲିଜରେ ଏକାଠି ପୂରା ଟିମ୍

ଚଳଚ୍ଚିତ୍ର ତୃଷ୍ଣାରେ ଆପଣ ଦେଖିବାକୁ ପାଇବେ ସଂଘର୍ଷ ଓ ସଫଳତାର କାହାଣୀ । ସିନେମାରେ ରହିଛି ଅନେକ ମିଠା ଗୀତ ଯାହାକୁ ପ୍ରସ୍ତୁତ କରିଛନ୍ତି ଆପଣଙ୍କର ପ୍ରିୟ କଳାକାର ।

ପରଦାକୁ ଆସୁଛି ନୂଆ ଓଡ଼ିଆ ସିନେମା ତୃଷ୍ଣା; ଅଡିଓ ରିଲିଜରେ ଏକାଠି ପୂରା ଟିମ୍

ପରଦାକୁ ଆସୁଛି ନୂଆ ଓଡ଼ିଆ ସିନେମା ତୃଷ୍ଣା; ଅଡିଓ ରିଲିଜରେ ଏକାଠି ପୂରା ଟିମ୍

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର; ଖୁବ ଶୀଘ୍ର ପରଦାକୁ ଆସୁଛି ଭିନ୍ନ ସ୍ଵାଦର ଓଡ଼ିଆ ଚଳଚ୍ଚିତ୍ର 'ତୃଷ୍ଣା'। ଚାରିଜଣ ବ୍ୟକ୍ତିଙ୍କ ଆଶା, ସ୍ୱପ୍ନ ଏବଂ ନିରାଶାର ଏକ ନିଛକ  କାହାଣୀ 'ତୃଷ୍ଣା '।  ଏହି କାହାଣୀର ମୁଖ୍ୟ ଚାରି ଚରିତ୍ରମାନେ  ନିଜ ନିଜର ସୃଜନଶୀଳ ଆକାଂକ୍ଷାର ସନ୍ଧାନରେ ଅଛନ୍ତି । ନିଜ ଆକାଂକ୍ଷିତ ଇଚ୍ଛା ପାଇବାକୁ ସେମାନେ କିଭଳି ସଂଘର୍ଷ କରୁଛନ୍ତି ତାହା ଉପରେ କାହାଣୀ ପର୍ଯ୍ୟବେଶିତ।

' ଆନନ୍ଦ' ଜଣେ ଭେଟେରାନ୍ ଅଭିନେତା, ଯିଏ ଏକଦା ବହୁତ ଲୋକପ୍ରିୟ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସିନେ ଚର୍ଚ୍ଚାରୁ ସେ ହଜିଯାଇଛନ୍ତି । ଏଥିପାଇଁ ଅବସାଦର ଶିକାର ହୋଇ ଏକାକୀ ଏବଂ ଉଦାସୀନ ଜୀବନ ବିତାଉଛନ୍ତି । ସେହିଭଳି ଜୁଲି ଜଣେ ନୃତ୍ୟଶିଳ୍ପୀ, ଯିଏ ଚଳଚ୍ଚିତ୍ର ଦୁନିଆ ‘ଆଇଟମ୍ ଗାର୍ଲ’ ଏବଂ ଜଣେ ପ୍ରସିଦ୍ଧ ମଞ୍ଚ ଅଭିନେତ୍ରୀ ଭାବରେ ପ୍ରସିଦ୍ଧ । ସିନେ ଦୁନିଆ ଭିତରେ ଲାଇମ ଲାଇଟ ଭିତରେ ରହିବା ସତ୍ତ୍ୱେ ମଧ୍ୟ ତାଙ୍କ ଷ୍ଟେରିଓଟାଇପ୍ ବୃତ୍ତି ପାଇଁ ସମାଜ ତାଙ୍କୁ ଅବହେଳା କରେ । ନିଜ ଜୀବନର ଦୋଛକିରେ ଅଛନ୍ତି ସେ,  ଯେଉଁଠାରେ ସାମାଜିକ ଗ୍ରହଣୀୟତା ଏବଂ ସୃଜନଶୀଳ ସ୍ୱୀକୃତି ମଧ୍ୟରେ କାହାକୁ ବାଛିବା ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି ।

ସେହିପରି ଅନ୍ୟତମ ଚରିତ୍ର ଯତୀନ ଜଣେ  ଲେଖକ ଯିଏ ବର୍ତ୍ତମାନ ବେକାର ।  ନିୟମିତ ଭାବରେ ବିଭିନ୍ନ ପ୍ରଡକ୍ସନ୍ ହାଉସ୍ ପରିଦର୍ଶନ କରି ସ୍କ୍ରିପ୍ଟ ଲେଖକର ଚାକିରି ପାଇବାକୁ ଆଶା ରଖନ୍ତି । ସେ ତାଙ୍କ ପରିବାର ଏବଂ ପରିଚିତ ଲୋକଙ୍କ ପାଇଁ ଏକ ବୋଝ ହୋଇସାରିଛନ୍ତି । ତଥାପି ନିଜ ସୃଜନଶୀଳ ପ୍ରୟାସକୁ ସେ ଛାଡିବାକୁ ଚହାନ୍ତିନାହିଁ । ଅନ୍ୟତମ ଚରିତ୍ର ଅଙ୍କିତ ଏକ ଛୋଟ ସହରର ଜଣେ ଆତ୍ମବିଶ୍ୱାସୀ ଯୁବକ । ଅଭିନେତା ହେବାର ସ୍ୱପ୍ନ ସହ ସହରକୁ ଆସନ୍ତି ।  ଜୀବନର କଠିନ ବାସ୍ତବତାକୁ କଠିନ ଉପାୟରେ ଶିଖନ୍ତି,  ଯଦିଓ ସେ ଏପର୍ଯ୍ୟନ୍ତ ଭାଙ୍ଗିପଡି ନାହାଁନ୍ତି । ମୋଟ ଉପରେ ଏହି ଚଳଚ୍ଚିତ୍ରଟି ହେଉଛି ଏହି ଚରିତ୍ରମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଭାବପ୍ରବଣର ପ୍ରତିଫଳନ ।

ନିକଟରେ ' ଆମର ମ୍ୟୁଜିକ' ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର "ତୃଷ୍ଣା" ର ଅଡିଓ ରିଲିଜ୍ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି l  ଅଡିଓ ଲୋକାର୍ପଣ ଉତ୍ସବରେ ଆମର ମ୍ୟୁଜିକର ଡିଜିଟାଲ୍‌ ମୁଖ୍ୟ ସୁରଜ ମହାନ୍ତା, କଣ୍ଟେଟ୍ ଅଧିଗ୍ରହଣ ମୁଖ୍ୟ ଦେବାଶିଷ ପଣ୍ଡା, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଗୀତିକାର ଡକ୍ଟର ନିର୍ମଳ ନାୟକ, କୁମାରଶ୍ରୀ ସାହୁ, ଓଲିଉଡ୍ କ୍ରି୍ଏଟିଭ ହେଡ଼ ତଥା ମିଡ଼ିଆ ପ୍ଳାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ l

ଚଳଚ୍ଚିତ୍ରଟି ଆସନ୍ତା ନଭେମ୍ବର ମାସରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି l ଚଳଚ୍ଚିତ୍ରରେ ସ୍ୱୟଂ ପାଢ଼ୀ, ଗୌରବ ଆନନ୍ଦ, କୁଲଦୀପ, ଈଶ୍ୱରୀ, ରୂପକ ପ୍ରମୁଖ କଣ୍ଠଦାନ କରିଛନ୍ତି  l ଆମର ମ୍ୟୁଜିକର ପୂର୍ଵ ସିନେମା "ମାଲ ମହୁ ଜୀବନ ମାଟି" ସୁପରହିଟ ହୋଇଥିବା ବେଳେ "ତୃଷ୍ଣା" ବି ବେଶ୍ ଲୋକାଦୃତ ହେବ ବୋଲି ଟିମ୍ ପକ୍ଷରୁ‌ ଆଶା ପ୍ରକଟ କରାଯାଇଛି l "ତୃଷ୍ଣା" ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସମରେଶ, ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଜ୍ୟୋତିପ୍ରକାଶ ପଣ୍ଡା, ଅଭିଷେକ ଗିରି, ବିଘ୍ନେଶ ପଣ୍ଡା, ରତନ ମେହେର, ଧୀର ମଲ୍ଲିକ, ରବି ମିଶ୍ର, ଜୀବନ ପଣ୍ଡା, ଋଷି ପଟ୍ଟନାୟକ, କ୍ରିଷ୍ଣାପ୍ରିୟା, ବିଶ୍ୱଜିତ ପଣ୍ଡା ଭଳି ଲୋକପ୍ରିୟ କଳାକାର ମାନେ ଅଭିନୟ କରିଛନ୍ତି  l
Published by:Soubhagya Mishra
First published: