'ବିଦ୍ୟାରାଣ' ପକାଇବା ପରେ ଚର୍ଚ୍ଚାରେ ବାବୁସାନ୍ ଓ ଶିବାନୀଙ୍କ ଯୋଡ଼ି

ଦମଦାର ଆକ୍ସନ୍ ସହ ଲଭ୍ ରୋମାନ୍ସର ଭରପୁର ମନୋରଞ୍ଜନ ନେଇ ରଥଯାତ୍ରାରେ ବଡ଼ ପରଦାକୁ ଆସିବ ନୂଆ ଓଡ଼ିଆ ସିନେମା "ବିଦ୍ୟାରାଣ" । ସିନେମାରେ ଓଲିଉଡର ଚକଲେଟ୍ ହିରୋ ବାବୁସାନ ଓ ଶିବାନୀ ସଙ୍ଗୀତାଙ୍କୁ ଆପଣ ଭିନ୍ନ ଏକ ଭୂମିକାରେ ଦେଖିବାକୁ ପାଇବେ ।

ପ୍ରେମରେ ବିଦ୍ୟାରାଣ ପକାଇଲେ ବାବୁସାନ ଓ ଶିବାନୀ

ପ୍ରେମରେ ବିଦ୍ୟାରାଣ ପକାଇଲେ ବାବୁସାନ ଓ ଶିବାନୀ

  • Share this:
News18 Odia Digital

ଭୁବନେଶ୍ୱର: ଦମଦାର ଆକ୍ସନ୍ ସହ ଲଭ୍ ରୋମାନ୍ସର ଭରପୁର ମନୋରଞ୍ଜନ ନେଇ ରଥଯାତ୍ରାରେ ବଡ଼ ପରଦାକୁ ଆସିବ ନୂଆ ଓଡ଼ିଆ ସିନେମା "ବିଦ୍ୟାରାଣ" । ସିନେମାରେ ଓଲିଉଡର ଚକଲେଟ୍ ହିରୋ ବାବୁସାନ ଓ ଶିବାନୀ ସଙ୍ଗୀତାଙ୍କୁ ଆପଣ ଭିନ୍ନ ଏକ ଭୂମିକାରେ ଦେଖିବାକୁ ପାଇବେ ।

ଓଲିଉଡର କ୍ୟୁଟି ଗାର୍ଲ ଶିବାନୀ ସଙ୍ଗୀତା ନିଜ ଅପକମିଂ ଫିଲ୍ମ 'ବିଦ୍ୟାରାଣ'କୁ ନେଇ ବେସ୍ ଆଶା ରଖିଛନ୍ତି । ସେ କହିଛନ୍ତି ଏଥର ଦର୍ଶକ କିଛି ଓଲଟା ଦେଖିବାକୁ ପାଇବେ, କାରଣ ଡାହା ବାଳୁଙ୍ଗା ବାବୁସାନ ଏଥର ଧିର,ସ୍ଥିର ତଥା ସୁନାପିଲାଙ୍କ ପରି ବେଶି କିଛି ନକହି ଚୁପଚାପ୍ ହୋଇଯାଇଛନ୍ତି । ଏହି ଚୁପଚାପ୍ ଭିତରେ ପ୍ରେମ କାହାଣୀଟି ନୂଆ ଟୁଇଷ୍ଟ୍ ଆଣିବା ସହ ରାଣ ମଧ୍ୟ ପଡ଼ିଛି । ନିଜ କ୍ୟାରେକ୍ଟରକୁ ନେଇ ଶିବାନୀ ମଧ୍ୟ ବେସ୍ ଖୁସିଥିବା ନ୍ୟୁଜ ୧୮ ଓଡ଼ିଆକୁ ସୂଚନା ଦେଇଛନ୍ତି । କାହାଣୀ ଓ ନିର୍ଦ୍ଦେଶନାର ଭାର ସମ୍ଭାଳିଥିବା ଜ୍ୟୋତି ଦାସଙ୍କୁ ଶ୍ରେୟ ଦେଇଛନ୍ତି ଶିବାନୀ । ଏହାସହ ବାବୁସାନଙ୍କ ସହ ଦ୍ୱିତୀୟଥର ଏକାଠି ଅଭିନୟ କରୁଥିବାରୁ ତାଙ୍କଠାରୁ ଅନେକ କିଛି ଶିଖିବାକୁ ମିଳିଛି ବୋଲି ସେ କହିଛନ୍ତି ।

ସିନେମାର ଗୀତ ଗୁଡିକ ବେସ୍ ମନଛୁଆଁ ହୋଇଛି । ଗୀତ ରିଲିଜ୍ ପରେ ଦର୍ଶକେ ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳିଥିବାବେଳେ ଗୀତ ଗୁଡ଼ିକୁ ଗାଇଛନ୍ତି ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅସୀମା ପଣ୍ଡା, ସ୍ୱୟଂମ ପାଢୀ ଏବଂ ଅନନ୍ୟା । କେବଳ ସେତିକି ନୂହେଁ ନାୟକ ବାବୁସାନ ମଧ୍ୟ ଗୀତରେ କଣ୍ଠଦାନ କରିଛନ୍ତି । ସିନେମାରେ ସଂଳାପ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ ଏବଂ ବାପୁ ଗୋସ୍ୱାମୀ । ପ୍ରମୁଖ ଭୂମିକାରେ ନଜର ଆସିବେ ଉତ୍ତମ ମହାନ୍ତି, ପୁପୁଲ ଭୁୟାଁ, ସାହେବ ସିଂହ, ରାଜା, ସୁଜିତ୍, ପ୍ରିୟଙ୍କା, ପୀୟୂଷ, ବିଭୁ ।

ଜୁଲାଇ ୧ ତାରିଖରେ ରିଲିଜ୍ ହେବ ସିନେମା 'ବିଦ୍ୟାରାଣ' ଦର୍ଶକେ ଏକ ଭିନ୍ନ ଧରଣର ସିନେମା ଦେଖିବାକୁ ପାଇବା ସହ ମନୋରଞ୍ଜନର ଭରପୁର ଖୋରାକ ପାଇବେ ବୋଲି କହିଛନ୍ତି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ । ପ୍ରଯୋଜକ ନିରଞ୍ଜନ ନାୟକ ସିନେମାଟିର ସଫଳତା ନେଇ ବେସ୍ ଆଶା ରଖିଛନ୍ତି ।
Published by:Soubhagya Mishra
First published: