News 18 Odia Digital
ଭୁବନେଶ୍ୱର; ଆସୁଛି ନୂଆ ଓଡ଼ିଆ ସିନେମା "ଅଳ୍ପ ଦିନର ଗଳ୍ପ । ଚଳଚ୍ଚିତ୍ରଟିରେ ନବାଗତ ଜ୍ୟୋତି ଓ ସାୟଲ୍ ନଜର ଆସିଛନ୍ତି । ଟିନ ଏଜ୍ ପ୍ରେମ କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି । ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ସିନେମାର ଅଡିଓ ରିଲିଜ୍ ହୋଇଛି । ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬.୩୦ମିନିଟ୍ ରେ ସିନେମାଟି ଜୀ ସାର୍ଥକରେ ମୁକ୍ତିଲାଭ କରିବ ବୋଲି ଚ୍ୟାନେଲ ତରଫରୁ ସୂଚନା ଦିଆଯାଇଛି ।
ଅଜୟ ରାଉତ ପ୍ରଯୋଜିତ ଓ ଅଶୋକ ପତି ନିର୍ଦ୍ଦେଶିତ "ଅଳ୍ପ ଦିନର ଗଳ୍ପ" ସିନେମାର ଗୀତ ଗୁଡ଼ିକ ବେଶ ମନ ଛୁଆଁ ହୋଇଛି । ପୁଷ୍ପକ ପରିଡା ଗୀତ ଗୁଡ଼ିକ ରଚନା କରିଛନ୍ତି । ଆସାଦ ନିଜାମ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସତ୍ୟଜିତ, ଅସୀମା, କୁଲଦୀପ, ଆଶୁତୋଷ ପ୍ରମୁଖ କଣ୍ଠଦାନ କରିଛନ୍ତି । ସାୟାଲ ଓ ଜ୍ୟୋତି ପ୍ରଥମ ଥର ପାଇଁ ଜୀ ସାର୍ଥକ ବ୍ୟାନରରେ ଏକାଠି ନଜର ଆସିବେ । ମ୍ୟୁଜିକ ଭିଡିଓର ଲୋକପ୍ରିୟତା ପରେ ଜ୍ୟୋତିଙ୍କ ପାଇଁ ଏହା ପ୍ରଥମ ସିନେମା । ସାୟାଲ୍ ପାଇଁ ମଧ୍ୟ ଏହା ଜୀ ସାର୍ଥକରେ ସହ ପ୍ରଥମ ସିନେମା ।
ଟିନ୍ ଏଜ ବୟସରେ ସମସ୍ତେ ପ୍ରେମରେ ପଡ଼ନ୍ତି । ଜଣେ ଆଉ ଜଣକୁ ଭଲ ଲାଗନ୍ତି । ଠିକ୍ ସେମିତି ଏମାନେ ବି ଜଣେ ଆଉ ଜଣଙ୍କ ସଂସ୍ପର୍ଶରେ ଆସନ୍ତି ଆଉ ଏହି ଭିତରେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲେ । ଦୁଇ ପ୍ରେମ ପକ୍ଷୀ ପ୍ରେମ ଆକାଶରେ ଉଡ଼ି ବୁଲୁଥିବା ବେଳେ ପ୍ରେମ ରାସ୍ତାରେ ଆଗକୁ ବଢିବା ପାଇଁ କଣ ସବୁ କରିବାକୁ ପଡେ ତାହା ସିନେମାରେ ଦେଖିବାକୁ ମିଳିଛି । ଭରଦ୍ୱାଜ ପଣ୍ଡା ଏମିତି ଏକ ଲଭ୍ ଷ୍ଟୋରୀକୁ ରଚନା କରିବା ସହ ବେଶ ଚମତ୍କାର ଭାବେ ଶବ୍ଦରେ ମଧ୍ୟ ସଜାଇଛନ୍ତି ।
ପୂର୍ବରୁ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଓଲିଉଡକୁ ଭେଟି ଦେଇଛି ଜୀ ସାର୍ଥକ । ବିଗତ କିଛି ବର୍ଷ ଧରି ଅନେକ ସିନେମା ନିର୍ମାଣ ହୋଇଛି ଜୀ ସାର୍ଥକ ବ୍ୟାନରରେ । ଏବେ ନବାଗତ ଜ୍ୟୋତି ଓ ସାୟଲଙ୍କୁ ନେଇ ଆସୁଥିବା ଏହି ସିନେମା ମଧ୍ୟ ସୁପରହିଟ ହେବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି । ପୂର୍ବରୁ ଅର୍ଚ୍ଚିତା, ଶୀତଲ୍, ପୁନମ୍, ଲିପ୍ସା ମଧ୍ୟ ଜୀ ସାର୍ଥକ ବ୍ୟାନରରେ ଚଳଚ୍ଚିତ୍ର କରିସାରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।