ଲଣ୍ଡନରେ ସୁଟିଂ ହୋଇଥିବା 'ମନସୁନ'କୁ ନେଇ ଚର୍ଚ୍ଚା; ଗୀତଟିର ଗାୟକ ସୋନୁ ନିଗମ

ଓଡ଼ିଶା ମନୋରଞ୍ଜନ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି 'ଝିଲିକ ମୋସନ ପିକ୍ଚର୍ସ' ମ୍ୟୁଜିକ୍ ଭିଡ଼ିଓ 'ମନସୁନ୍' ପ୍ରସ୍ତୁତ କରିଛି; ଯାହାର ସୁଟିଂ ଲଣ୍ଡନରେ କରାଯାଇଛି।

ଲଣ୍ଡନରେ ସୁଟିଂ ହୋଇଥିବା 'ମନସୁନ'କୁ ନେଇ ଚର୍ଚ୍ଚା; ଗୀତଟିର ଗାୟକ ସୋନୁ ନିଗମ

ଲଣ୍ଡନରେ ସୁଟିଂ ହୋଇଥିବା 'ମନସୁନ'କୁ ନେଇ ଚର୍ଚ୍ଚା; ଗୀତଟିର ଗାୟକ ସୋନୁ ନିଗମ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଗୋଟିଏ ପରେ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇ ଓଡ଼ିଶାର ମନୋରଞ୍ଜନ ଜଗତରେ 'ଝିଲିକ ମୋସନ ପିକ୍ଚର୍ସ' ନିଜ ପାଇଁ ଏଜ ସ୍ଵତନ୍ତ୍ର ସ୍ଥାନ ସଂରକ୍ଷିତ କରି ସାରିଛି । ଏବେ ଓଡ଼ିଶା ମନୋରଞ୍ଜନ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ଏକ ମ୍ୟୁଜିକ୍ ଭିଡ଼ିଓ 'ମନସୁନ୍' ପ୍ରସ୍ତୁତ କରିଛି ; ଯାହାର ସୁଟିଂ ଲଣ୍ଡନରେ କରାଯାଇଛି।



ଆଗାମୀ ଡିସେମ୍ବର ୨୫ ବଡ଼ଦିନ ଅବସରରେ , ଝିଲିକ ମୋସନ ପିକ୍ଚର୍ସର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେବାକୁ ଥିବା ଏହି ମ୍ୟୁଜିକ୍ ଭିଡିଓ ପାଇଁ ବାପୁ ଗୋସ୍ୱାମୀ ଗୀତ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହାକୁ ସଙ୍ଗୀତରେ ସଜେଇଛନ୍ତି ଓ ବଲିଉଡ ଗାୟକ ସୋନୁ ନିଗମ କଣ୍ଠଦାନ କରିଛନ୍ତି ଏବଂ ନିର୍ଦ୍ଦେଶକ ମ୍ୟାକ-ଏସଙ୍କ ନିର୍ଦ୍ଦେଶନାରେ ଏଥିରେ ରିଷଭ ଓ ଆଲେକଜାଣ୍ଡ୍ରା ଟେଲର୍ ଅଭିନୟ କରିଛନ୍ତି। ଏହା ପୂର୍ବରୁ 'ଝିଲିକ ମୋସନ ପିକ୍ଚର୍ସ' ରୁଦ୍ରାଣୀ ଓ କିସମିସ ପରି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ନିର୍ମାଣ କରି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି । ନିକଟରେ ଏହି ବ୍ୟାନରରେ ମୁକ୍ତିଲାଭ କରିବାକୁ ଥିବା 'ତୋର ମୋର କଟି' ଚଳଚ୍ଚିତ୍ରର ମ୍ୟୁଜିକ୍ ରିଲିଜ ହୋଇ ଲୋକପ୍ରିୟ ହୋଇ ସାରିଛି। ଏହି ଭିଡିଓଟି ମଧ୍ୟ ଦର୍ଶନକଙ୍କ ହୃଦୟ ଜିଣିବାରେ ସଫଳ ହେବ ବୋଲି ଟିମ ପକ୍ଷରୁ କୁହାଯାଉଛି ।
Published by:Soubhagya Mishra
First published: