ରିଲିଜ ଅପେକ୍ଷାରେ ନୂଆ ଚଳଚ୍ଚିତ୍ର ମହର୍ଷୀ; ଟ୍ରେଲର ରିଲିଜରେ ଯୋଗଦେଲେ ଷ୍ଟାରକାଷ୍ଟ

ସ୍ୱାଧୀନତା ଦିବସ ଅବସରରେ ସ୍ୱାଧିନତା ସଂଗ୍ରାମୀଙ୍କ କଥା ଉପରେ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ମହର୍ଷୀ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିଲିଜ ଅପେକ୍ଷାରେ ନୂଆ ଚଳଚ୍ଚିତ୍ର ମହର୍ଷୀ; ଟ୍ରେଲର ରିଲିଜରେ ଯୋଗଦେଲେ ଷ୍ଟାରକାଷ୍ଟ

ରିଲିଜ ଅପେକ୍ଷାରେ ନୂଆ ଚଳଚ୍ଚିତ୍ର ମହର୍ଷୀ; ଟ୍ରେଲର ରିଲିଜରେ ଯୋଗଦେଲେ ଷ୍ଟାରକାଷ୍ଟ

  • Share this:
News 18 Odia Digital

ଭୁବନେଶ୍ୱର; ସ୍ୱାଧୀନତା ଦିବସ ଅବସରରେ ସ୍ୱାଧିନତା ସଂଗ୍ରାମୀଙ୍କ କଥା ଉପରେ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ମହର୍ଷୀ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ସିନେମାଟି ନିର୍ମାଣ ହୋଇଛି ବୋଲି ସିନେମାଟି ଅତ୍ୟନ୍ତ ଉଚ୍ଚକୋଟିର ଓ ଦର୍ଶକ ଏକ ଭଲ କାହାଣୀ ଦେଖିବାକୁ ପାଇବେ ବୋଲି ସିନେମାର ଷ୍ଟାରକାଷ୍ଟ ମତବ୍ୟକ୍ତ କରିଛନ୍ତି ।



ବ୍ରିଟିଶ ବିରୁଦ୍ଧରେ ସ୍ୱର ଉଠାଇବା ସହ ଲଢେଇ କରି ଶହୀଦ ହୋଇଥିଲେ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ । ସିନେମା 'ମହର୍ଷୀ'ରେ ସମ୍ପୁର୍ଣ୍ଣ ରୂପେ ସେହି କାହାଣୀକୁ ଉପସ୍ଥାପନା କରାଯାଇଛି । ଦର୍ଶକ ଏହାକୁ ଦେଖି ଇତିହାସ ସମ୍ପର୍କରେ ଜାଣିବା ସହ ମାଟି ପାଇଁ ପ୍ରାଣବଳୀ ଦେଇଥିବା ସ୍ୱାଧିନତା ସଂଗ୍ରାମୀଙ୍କୁ ମନେ ପକାଇବେ । ଏହି ସିନେମାଟି ଯୁବକଙ୍କ ମନରେ ନୂଆ ଉତ୍ସାହ ଭରିଦେବା ସହ ଦେଶପ୍ରେମକୁ ଜାଗ୍ରତ କରିବ । ଏଥିସହ ଓଲିଉଡରେ ନିଚ୍ଛକ ଓ ସତ୍ୟ କାହାଣୀର ଆବଶ୍ୟକତା ରହିଛି ଯାହାକୁ ଦର୍ଶକେ ଖୁବ ପସନ୍ଦ କରିବେ ବୋଲି ସିନେମାର ନାୟକ ଚନ୍ଦନ କର କହିଛନ୍ତି ।

ରିଲିଜ ଅପେକ୍ଷାରେ ନୂଆ ଚଳଚ୍ଚିତ୍ର ମହର୍ଷୀ; ଟ୍ରେଲର ରିଲିଜରେ ଯୋଗଦେଲେ ଷ୍ଟାରକାଷ୍ଟ


ଅନ୍ୟ କଳାକାରଙ୍କ ମଧ୍ୟରେ ଶ୍ରୀତମ ଦାସ, ଜୀବନ ପଣ୍ଡା, ଦେବୀ ବାରିକ, ମହିମା ଦାସ, ଅଜୟ ପଟେଲ, ପ୍ରଶାନ୍ତ ନାୟକ, କୁସୁମ ତ୍ରିପାଠୀ ଓ ସରୋଜ ଦାସ ରହିଛନ୍ତି । ଏସଡିଡି ଫିଲ୍ମସ ବ୍ୟାନରେ ପ୍ରସ୍ଥୁତ ହୋଇଛି ସିନେମା 'ମହର୍ଷୀ' । ପ୍ରଯୋଜନା ଦାୟିତ୍ୱରେ ପ୍ରଦୀପ ସାହୁ ରହିଥିବାବେଳେ ନିର୍ଦ୍ଦେଶନାର ଭାର ସମ୍ବାଳିଛନ୍ତି ସତ୍ୟବ୍ରତ ନାୟକ । ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । ଆସନ୍ତା ସେପ୍ଟେମ୍ୱରରେ ସିନେମାଟି ପ୍ରେକ୍ଷାଳୟକୁ ଆସିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ,୧୭୩୯ ଅକ୍ଟୋବର ୨୯ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ ପୁରୀର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଖୋର୍ଦ୍ଧା ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ମୁଖ୍ୟ ସେନାପତି ଥିଲେ । ୧୮୦୪ ମସିହାରେ ମହାନଦୀ କୂଳରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣର ପ୍ରତିରୋଧ କରିବା ପାଇଁ ସେମାନେ କେତେକ ଖଳ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ଜୟୀ ରାଜଗୁରୁଙ୍କୁ ବନ୍ଦୀ କରିଥିଲେ । ୧୮୦୬ ଡିସେମ୍ବର ୬ରେ ଜୟୀ ରାଜଗୁରୁଙ୍କୁ ମେଦିନୀପୁରରେ ହତ୍ୟା କରାଯାଇଥିଲା । ଶହୀଦ ହୋଇଗଲେ ସତ କିନ୍ତୁ ଜୟୀ ରାଜଗୁରୁ ଅତ୍ୟାଚାରୀ ଇଂରେଜମାନଙ୍କ ସାମ୍ନାରେ ତିଳେ ହେଲେ ନଇଁ ନଥିଲେ । ସେଥିପାଇଁ ଲୋକକଥା ପ୍ରଚଳିତ ରହିଛି ଯେ, ‘ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ।
Published by:Soubhagya Mishra
First published: