ବଲିଉଡରେ ଶାହରୁଖଙ୍କ ୩୦ ବର୍ଷ; ଆସିଲା ‘ପଠାନ’ର ଫାଷ୍ଟ ଲୁକ୍

ଅଭିନେତା ଶାହରୁଖ୍ ସୋସିଆଲ ମିଡ଼ିଆରେ ନିଜର ପ୍ରଶଂସକଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ସହ ତାଙ୍କର ଫାଷ୍ଟ ଲୁକ୍ ସେୟାର କରିଛନ୍ତି।

ଶାହାରୁଖ୍ ଖାନ୍ ଦେଲେ ଖୁସି ଖବର

ଶାହାରୁଖ୍ ଖାନ୍ ଦେଲେ ଖୁସି ଖବର

  • Share this:
News18 Odia Digital

ମୁମ୍ୱାଇ: ଅଭିନେତା ଶାହରୁଖ୍ ସୋସିଆଲ ମିଡ଼ିଆରେ ନିଜର ପ୍ରଶଂସକଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ସହ ତାଙ୍କର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ୨୦୧୮ ମୁଭି ଜିରୋରେ ବଡ଼ ପରଦାରେ ଶେଷଥର ପାଇଁ ନଜର ଆସିଥିଲେ ଶାହରୁଖ୍ । ୪ ବର୍ଷର ଅପେକ୍ଷା ପରେ ସେ 'ପଠାନ୍' ରେ ପୁଣିଥରେ ବଡ଼ ପରଦାକୁ ଫେରିଛନ୍ତି । 'ପଠାନ'ରେ ଶାହାରୁଖ ଜଣେ ଭାରତୀୟ ଏଜେଣ୍ଟର ଅଭିନୟ କରୁଛନ୍ତି ।

ଏହି ଚଳଚ୍ଚିତ୍ରରୁ ଆସିଥିବା ତାଙ୍କର ପ୍ରଥମ ଲୁକ୍ ବହୁତ ଜବରଦସ୍ତ ହୋଇଛି । ପୂର୍ବରୁ ଶାହାରୁଖଙ୍କୁ ଏପରି ରୂପରେ ଦେଖିବାକୁ ମିଳିନଥିଲା । କିଙ୍ଗ୍ ଖାନ ସୋସିଆଲ ମିଡିଆରେ ନିଜର ମୋସନ ପୋଷ୍ଟର ସେୟାର କରିଛନ୍ତି। ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଦୀର୍ଘ ସମୟ ଧରି 'ପଠାନ'ର ଚର୍ଚ୍ଚା ଚାରିଆଡେ ଚାଲିଛି। ତେବେ ଅଦ୍ୟାବଧି ଶାହାରୁଖ କିମ୍ବା ତାଙ୍କ ସହ ଥିବା କୌଣସି ଅଭିନେତାଙ୍କ ଲୁକ୍ ଦେଖିବାକୁ ମିଳିନଥିଲା । ଆଜି, ଜୁନ୍ ୨୫ରେ, ଶାହରୁଖ ଖାନ ବଲିଉଡରେ ୩୦ ବର୍ଷ ପୂରଣ କରିଛନ୍ତି ।

ଶାହାରୁଖ ଖାନଙ୍କ ଲୁକ ଆସିବା ପରେ ଟ୍ୱିଟରରେ ଏହା ଜବରଦସ୍ତ ଟ୍ରେଣ୍ଡ୍ ହେବା ଆରମ୍ଭ କରିଛି । ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବି ଢେର ଉତ୍ସାହ ରହିଛି । ଜଣେ ୟୁଜର୍ସ ଲେଖିଛନ୍ତି, 'ଶାହାରୁଖ ଖାନଙ୍କ 'ପଠାନ' ଲୁକ୍ କ୍ଲାସି ଅଛି । ଏହି 'ପଠାନ' କେବଳ ହାଡ ଭାଙ୍ଗିବ ନାହିଁ ବରଂ ରେକର୍ଡଗୁଡ଼ିକୁ ମଧ୍ୟ ଭାଙ୍ଗିବ, ବ୍ଲକବଷ୍ଟର ଲୁକ୍ । ଅନ୍ୟ ଜଣେ ଲେଖିଛନ୍ତି, 'ବୋବାଲ ହୋଇଛି।' ଶାହାରୁଖଙ୍କ ଫ୍ୟାନ୍ କ୍ଲବ୍ ପୃଷ୍ଠାର ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏହି ପୋଷ୍ଟରରେ ବ୍ଲକବଷ୍ଟର ଲେଖାଯାଇଛି। ଶୀଘ୍ର ଦେଖାହେବ ପଠାନ ସହ ।

ଆଜିକୁ ବଲିଉଡରେ ତାଙ୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଶଂସକଙ୍କ ପାଇଁ ସେ ଏହି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ବଲିଉଡ ଅଭିନେତା ଶାହରୁଖ ଖାନ ତାଙ୍କର ଆଗାମୀ ଆକ୍ସନ୍ ଫିଲ୍ମ ପଠାନର ରିଲିଜ୍ ଡେଟ୍ ଘୋଷଣା କରିଥିଲେ । ତାଙ୍କର ପ୍ରଶଂସକଙ୍କ ପାଇଁ ସେ ଏହି ଫିଲ୍ମ ଭେଟି ଦେଇଛନ୍ତି।

ସେ ସୋସିଆଲ ମିଡିଆ ଦ୍ଵାରା ଏକ ମୋସନ ପୋଷ୍ଟର ରିଲିଜ୍ କରିଛନ୍ତି । ତାଙ୍କ ଚଳଚ୍ଚିତ୍ର ୨୫ ଜାନୁୟାରୀ ୨୦୨୩ ରେ ପ୍ରେକ୍ଷାଳୟକୁ ଆସିବ ବୋଲି ପୋଷ୍ଟରେ କହିଛନ୍ତି । ୨୦୧୮ ଫିଲ୍ମ ଜିରୋ ପରେ ପଠାନରେ ବଡ଼ ପରଦାରେ ନଜର ଆସିବେ ଶାହରୁଖ୍।

ଇନଷ୍ଟାଗ୍ରାମରେ ଶାହରୁଖ୍ ଚଳଚ୍ଚିତ୍ର ପୋଷ୍ଟର ସେୟାର କରିବା ସହ ସୁନ୍ଦର କ୍ୟପସନ୍ ବି ଲେଖିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି, ୩୦ ବର୍ଷ ମଧ୍ୟରେ ଆପଣଙ୍କ ଠାରୁ ମିଳିଥିବା ଢେରସାରା ଭଲପାଇବା ଏବଂ ଖୁସିର ଗଣନା କରିହେବନି । ୨୦୨୩ ଜାନୁଆରୀ ୨୫ରେ 'ପଠାନ' ହିନ୍ଦି ତାମିଲ ଏବଂ ତେଲଗୁରେ ରିଲିଜ୍ ହେବ ।

ଚଳଚ୍ଚିତ୍ର 'ପଠାନ' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାପୂର୍ବରୁ ସେ ହ୍ରିତିକ୍ ରୋଶନ ଏବଂ ଟାଇଗରଙ୍କ ଅଭିନୀତ ଚଳଚ୍ଚିତ୍ର ଷ୍ଟାର ର ନିର୍ଦେଶନା ଦୋଇଥିଲେ । ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରାହମ ଶାହରୁଖ ଖାନଙ୍କ ସହ ପଠାନରେ ନଜର ଆସିବେ । ୟଶ ରାଜ ଫିଲ୍ମସ୍ ବ୍ୟାନରରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ।
Published by:Soubhagya Mishra
First published: