Miss Universe ମଞ୍ଚରେ ମା କାଳୀଙ୍କ ଅବତାର; ଦେବୀ ବେଶରେ ରାମ୍ପ ଚାଲିଲେ ପ୍ରତିଯୋଗୀ

ମିସ ୟୁନିଭର୍ସରେ ମା କାଳୀଙ୍କ ଅବତାର । ହିନ୍ଦୁ ଦେବୀଙ୍କ ବେଶରେ ରାମ୍ପରେ ଚାଲିଲେ ପ୍ରତିଯୋଗୀ।

Miss Universe ମଞ୍ଚରେ ମା କାଳୀଙ୍କ ଅବତାର

Miss Universe ମଞ୍ଚରେ ମା କାଳୀଙ୍କ ଅବତାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Miss Universe: ଆମେରିକାର ଆର’ବୋନି ଗାବ୍ରିଏଲ୍ (Bonny Gabriel) ଚଳିତ ବର୍ଷ ୭୧ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ମିସ୍ ୟୁନିଭର୍ସ ଟାଇଟଲ୍ (Miss Universe Crown) ଜିତିଛନ୍ତି। କିନ୍ତୁ ଚଳିତ ବର୍ଷ କସ୍ତୁମ ରାଉଣ୍ଡରେ ନେପାଳର ପ୍ରତିଯୋଗୀଙ୍କ କଷ୍ଟୁମକୁ ନେଇ ସାରା ବିଶ୍ୱରେ ଆଲୋଚନା କରାଯାଉଛି।

ବାସ୍ତବରେ, ନେପାଳ(Nepal)ର ପ୍ରତିନିଧିତ୍ୱ କରୁଥିବା ମଡେଲ୍ ସୋଫିଆ ଭୁଜେଲ୍ (Sofia Vujel)କଷ୍ଟୁମ ରାଉଣ୍ଡ (Costume Round) ସମୟରେ ମା କାଳୀଙ୍କ ଅବତାରରେ ମଞ୍ଚରେ ଆସିଥିଲେ। ସେଠାରେ ଉପସ୍ଥିତ ସମସ୍ତେ ତାଙ୍କ ଅବତାର ଦ୍ୱାରା ବିସ୍ମିତ ହୋଇଯାଇଥିଲେ।

ଏହି ପ୍ରଶ୍ନର ଉତ୍ତର ଦେଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇଲେ ଆମେରିକାର ଗେବ୍ରିଏଲ


ନେପାଳ ପରମ୍ପରା (Tradition Of Nepal) ଓ ଦେବୀ ପୂଜା ଦେଶ ଭାବରେ ଜଣାଶୁଣା। ଏଭଳି ପରିସ୍ଥିତିରେ ସୋଫିଆ କେବଳ ମିସ୍ ୟୁନିଭର୍ସ ମଞ୍ଚରେ ନିଜ ଦେଶର ପ୍ରତିନିଧିତ୍ୱ କରିନଥିଲେ, ବରଂ ତାଙ୍କ ଦେଶର ସଂସ୍କୃତି ବିଷୟରେ ବିଶ୍ୱକୁ ଅବଗତ କରାଇଥିଲେ। ଦେବୀ ଭାବରେ ମଞ୍ଚ ଉପରେ ଚାଲିବା ପରେ ଇଣ୍ଟରନେଟରେ ତାଙ୍କ ଲୁକ ଭୟଙ୍କର ଭାଇରାଲ ହେବାରେ ଲାଗିଛି ଓ ବିଭିନ୍ନ ଦେଶର ଲୋକମାନେ ମଧ୍ୟ ତାଙ୍କ ଲୁକକୁ ପ୍ରଶଂସା କରୁଛନ୍ତି।


ସୋଫିଆ ଭୁଜେଲ ମଧ୍ୟ ତାଙ୍କ ଅବତାରର ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି। କ୍ୟାପସନ ଲେଖିଛନ୍ତି ଶକ୍ତି: ଦ ଡିଭାଇନ ଫେମିନିନ। ଏହି ଫଟୋରେ ଦେଖା ଯାଉଛି ଯେ ସୋଫିଆ ସୁନାର ଗହଣା ସହ ଲାଲି ରଙ୍ଗର ଶାଢୀ ପିନ୍ଧିଛନ୍ତି। ତାଙ୍କ ହାତରେ ଏକ ତ୍ରିଶୁଳ ଓ ମୁଣ୍ଡରେ ତ୍ରୀ ନୟନ ଦେଖା ଯାଇଛି।

ଅଗଷ୍ଟ ୨୫, ୨୦୨୨ ରେ ସୋଫିଆ ଭୁଜେଲଙ୍କୁ ମିସ୍ ୟୁନିଭର୍ସ ନେପାଳ ୨୦୨୨ ମୁକୁଟ ପିନ୍ଧାଯାଇଥିଲା। ସେ ନେପାଳର କାଠମାଣ୍ଡୁରେ ଜନ୍ମଗ୍ରହଣ କରିଥିଲେ। ସେ ନିଜେ କାଠମାଣ୍ଡୁରୁ ବ୍ୟବସାୟ ପରିଚାଳନାରେ ସ୍ନାତକ ହାସଲ କରିଛନ୍ତି। ମାର୍ଚ୍ଚ ୧୭, ୨୦୨୨ ରେ, ସେ ମିସ୍ ୟୁନିଭର୍ସରେ ନେପାଳକୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ମିସ୍ ଇକୋ ଇଣ୍ଟରନ୍ୟାସନାଲ୍ ୨୦୨୨ରେ ନେପାଳକୁ ଉପସ୍ଥାପନ କରିଥିଲେ।

ବିଶ୍ୱ ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଆମେରିକାର ଗେବ୍ରିଏଲ; କ୍ରାଉନ ପିନ୍ଧାଇଲେ ହରନାଜ ସାନ୍ଧୁ


ଅନ୍ତିମ ରାଉଣ୍ଡରେ ଭେନେଜୁଏଲା ଓ ଡୋମିନିକାନ୍ ରିପବ୍ଲିକର ପ୍ରତିଯୋଗୀଙ୍କୁ ପରାସ୍ତ କରି ମୁକୁଟ ଜିତିଥିଲେ ଗେବ୍ରିଏଲ। ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶର ପ୍ରତିଯୋଗୀମାନେ ନିଜ ଦେଶର ସଂସ୍କୃତିର ପ୍ରତିନିଧିତ୍ୱ କରନ୍ତି। ଚଳିତ ବର୍ଷ କଷ୍ଟୁମ ରାଉଣ୍ଡରେ ଭାରତ କର୍ଣ୍ଣାଟକ ମଡେଲ ଦିବିତା ରାୟ "ସୁନା ପକ୍ଷୀ" ର ଅବତାରରେ ପ୍ରତିନିଧିତ୍ୱ କରିଥିଲେ।
Published by:Soumya Das
First published: