News18 Odia Digital
ମୁମ୍ବାଇ: ବଲିଉଡର (Bollywood) ମିଷ୍ଟର ପରଫେକ୍ଟନିଷ୍ଟ ଆକ୍ଟର ଆମୀର ଖାନଙ୍କ (Aamir Khan) ଅଭିନୟଙ୍କ ଯାଦୁ ଆଜି ଦର୍ଶକଙ୍କୁ ଦିୱାନା କରୁଛି। ବଲିଉଡରେ ବିତିଗଲାଣି ତାଙ୍କର ୩୫ ବର୍ଷ। ତଥାପି କମିନି ତାଙ୍କର କ୍ରେଜ। ଏବେବି ତାଙ୍କ ଅଭିନୟର ଯାଦୁରେ ଲୋକଙ୍କୁ ଆକର୍ଷିତ କରିବା ସହ ସାଉଣ୍ଟୁଛନ୍ତି ଖୁବ ସାରା ପ୍ରଶଂସା।
ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରାଇବାକୁ ସେ ଖୁବ ପସନ୍ଦ କରନ୍ତି। ଏଥିପାଇଁ ପ୍ରତିବର୍ଷ ଗୋଟେ ନା ଗୋଟେ ଫିଲ୍ମ ନିଜ ଜବରଦସ୍ତ ଅଭିନୟ ଦ୍ବାରା ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ଏଣ୍ଟରଟେନମେଣ୍ଟ କରାନ୍ତି। ତେବେ ଆପଣଙ୍କୁ ଜଣାନଥିବ କି ଆମୀରଙ୍କ (Aamir Khan) ନାଁରେ ଏପରି ଏକ ରେକର୍ଡ ରହିଛି ଯାହାକୁ ଏପର୍ଯ୍ୟନ୍ତ କେହି ବି ଭାଙ୍ଗିପାରି ନାହାନ୍ତି। ନା କିଙ୍ଗ ଖାନ ଶାହରୁଖ (Shahruk Khan) ନା ବଲିଉଡର ଭାଇଜାନ ସଲମାନ ଖାନ (Salman Khan)। ସାଉଥ ଷ୍ଟାର୍ସ ମଧ୍ୟ ଚେଷ୍ଟ କରି ଫେଲ୍ ମାରିଛନ୍ତି। ଚାଲନ୍ତୁ ଜାଣିବା ସେ ରେକର୍ଡ ସମ୍ପର୍କରେ...
ବଲିଉଡର ଦିଗଜ ଅଭିନେତା ଆମୀର ଖାନ (Aamir Khan) ୧୯୮୮ରେ ‘କୟାମତ ସେ କୟାମତ ତକ’ ଫିଲ୍ମରେ ଲିଡ ରୋଲରେ ଅଭନିୟ କରି ବଲିଉଡରେ ପାଦ ଥାପିଥିଲେ। ଆମୀର ତାଙ୍କର ପ୍ରଥମ ଫିଲ୍ମର ଅଭିନୟରେ ଦର୍ଶକଙ୍କ ମନ ଜିଣିପାରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି।
ତେବେ ୩୫ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଭିତରେ ତାଙ୍କୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲେ। ଏବେ କିଛି ବର୍ଷ ହେବ ଆମୀରଙ୍କ ଫିଲ୍ମ ବକ୍ସ ଅଫିସରେ ସେତେ ଚାଲି ପାରୁନି। ଏହାପରେ ବି ଆମୀର ଏକ ମାମଲାରେ ଏତେ ଆଗରେ ଅଛନ୍ତି ଯେ ଯାହାକୁ କି କୌଣସି ବଲିଉଡ କିମ୍ବା ଟଲିଉଡର ଦିଗଜ ଅଭିନେତାମାନେ ତାଙ୍କୁ ପଛରେ ପକାଇବାରେ ଫେଲ୍ ମାରିଛନ୍ତି। ବଲିଉଡ ବାଦଶାହା ଶାହରୁଖ ଖାନ ହୁଅନ୍ତୁ କି, ସବ କି ଭାଇଜାନ ସଲମାନ ଖାନ, କିମ୍ବା ସାଉଥ ସୁପରଷ୍ଟାର ପ୍ରଭାସ ହୁଅନ୍ତୁ।
ୱାର୍ଲ୍ଡୱାଇଡ ସବୁଠୁ ଅଧିକ ରୋଜଗାର କରିଥିବା ଭାରତୀୟ ଫିଲ୍ମ, ଯେଉଁଥିରେ ଆମୀର ୨୦୧୬ରୁ ଆଜି ପର୍ଯ୍ୟନ୍ତ ନମ୍ବର ୱାନରେ ରହିଛନ୍ତି। ୨୦୧୬ରେ ଆସିଥିବା ଆମୀରଙ୍କ ଫିଲ୍ମ ‘ଦଙ୍ଗଲ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ରୋଜଗାର କରିଥିଲା। ଆଜି ବି ‘ଦଙ୍ଗଲ’ ଭାରତୀୟ ସିନେମା ଜଗତରେ ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ରହିଛି। IMBD ଅନୁସାରେ ଏହି ଫିଲ୍ମ ସମୁଦାୟ ୧୯୨୪.୭ କୋଟି ରୋଜଗାର କରିଛି।
କେବେଳ ଏହି ଫିଲ୍ମ ନୁହେଁ, ଏହି ଲିଷ୍ଟରେ ଅମୀରଙ୍କ ଆଉ ଦୁଇ ଫିଲ୍ମ ମଧ୍ୟ ସାମିଲ ରହିଛି। ୨୦୧୭ରେ ଆସିଥିବା ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ ଏହି ଲିଷ୍ଟର ୭ ନମ୍ବରରେ ରହିଛି। ଏହା ୱାର୍ଲ୍ଡୱାଇଡ୍ ୮୩୦.୮ କୋଟି କଲେକ୍ସନ କରିଛି। ଆମୀରଙ୍କ ଅନ୍ୟ ଫିଲ୍ମ ‘PK’ ୨୦୧୪ରେ ରିଲଜ ହୋଇଥିଲା। ଯାହା ଏହି ଲିଷ୍ଟର ଅଷ୍ଟମ ସ୍ଥାନରେ ରହିଛି। ଏହି ଫିଲ୍ମଟି ୱାର୍ଲ୍ଡୱାଇଡ୍ ୭୪୨.୩ କୋଟି ଇନକମ କରିଥିଲା।
ସେପଟେ ପ୍ରଭାସଙ୍କ ଫିଲ୍ମ ‘ବାହୁବଳୀ-୨’ ୧୭୪୯ କୋଟି ୱାର୍ଲଡ୍ୱାଇଡ କଲେକ୍ସନ କରି ଏହି ଲିଷ୍ଟର ଦ୍ବିତୀୟ ସ୍ଥାନରେ ରହିଛି। ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଏହି ଲିଷ୍ଟର ୫ମ ସ୍ଥାନରେ ରହିଛି, ଏହି ଫିଲ୍ମ ୱାର୍ଲ୍ଡୱାଇଡ ୧୦୪୬.୫ କୋଟି ଇନକମ୍ କରିଥିଲା।
ଅନ୍ୟପଟେ ସଲମାନ ଖାନଙ୍କ ଦୁଇଟି ଫିଲ୍ମ ଏହି ଲିଷ୍ଟରେ ସାମିଲ ରହିଛି। ସଲମାନଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ୱାର୍ଲଡୱାଇଜ ୫୮୫.୮ କୋଟି ଇନକମ କରି ଷଷ୍ଠ ସ୍ଥାନରେ ରହିଥିବା ବେଳେ ଫିଲ୍ମ ‘ସୁଲତାନ’ ୱାର୍ଲ୍ଡୱାଇଡ ୬୧୪.୯ କୋଟି ଇନକମ କରି ୧୦ମ ସ୍ଥାନରେ ରହିଛି।
ରଜନୀଗନ୍ଧା ରାଉତଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।