ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ନିଜର ଗର୍ଭଧାରଣ ଖବରକୁ ନେଇ ଉଠିଥିବା ଗୁଜବର ଖୁଲାସା କଲେ ନେହା କାକର

ନିଜର ଗର୍ଭଧାରଣ ଖବରକୁ ନେଇ ଉଠିଥିବା ଗୁଜବର ଖୁଲାସା କଲେ ନେହା କାକର

ଡ୍ୟାନ୍ସ ଦିୱାନେ ୩ରେ ଭାଗ ନେଇଥିବା ଜଣେ ଛୋଟ ପିଲାର ଡ୍ୟାନ୍ସ ନେହାଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ନିଜ ସ୍ୱାମୀ ରୋହନପ୍ରୀତଙ୍କ ଠାରୁ ଏହିଭଳି ଏକ ପିଲା ଆଶା କରୁଥିବା ପ୍ରକାଶ କରିଥିଲେ।

ନିଜର ଗର୍ଭଧାରଣ ଖବରକୁ ନେଇ ଉଠିଥିବା ଗୁଜବର ଖୁଲାସା କଲେ ନେହା କାକର
ଗର୍ଭଧାରଣ ଖବରକୁ ନେଇ ଚର୍ଚ୍ଚାରେ ଥିଲେ ନେହା କାକର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 22, 2021, 1:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ବଲିଉଡ ସିଙ୍ଗର ନେହା କାକର ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରରେ। ନେହା ଯେବେଠାରୁ ସିଙ୍ଗିଙ୍ଗ୍ ରିଏଲିଟି ଶୋ ‘ଇଣ୍ଡିଆଲ୍ ଆଇଡଲ’ରୁ ବ୍ରେକ ନେଇଛନ୍ତି ସେବେଠାରୁ ତାଙ୍କ ଗର୍ଭଧାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି। ଏହା ମଧ୍ୟ ଗୁଜବ ଉଠିଥିଲା ଯେ ନେହା ଗର୍ଭବତୀ ହେବା କାରଣରୁ ଶୋ ଛାଡ଼ିଥିଲେ। ବର୍ତ୍ତମାନ ଏ ସବୁ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ନେହା ସମସ୍ତଙ୍କ ସାମ୍ନାରେ ସତର ଖୁଲାସା କରିଛନ୍ତି।

ଗତ ରବିବାର ଡ୍ୟାନ୍ସ ରିଏଲିଟି ଶୋ ‘ଡ୍ୟାନ୍ସ ଦିୱାନେ ୩’ ଓ ‘ଖତରୋ କେ ଖିଲାଡ଼ି’ର ମହାସଂଗମ ସ୍ପେଶାଲ ଏପିଶୋଡ଼ ଥିଲା। ଏହି ଶୋ’ରେ ନେହା କକ୍କଡ ତାଙ୍କ ଭାଇ ଟୋନି କକ୍କଡ ଓ ସିଙ୍ଗର ୟୋ ୟୋ ହନୀ ସିଙ୍ଗରଙ୍କ ସହିତ ନିଜର ନୂଆ ମ୍ୟୁଜିକ୍ ଭିଡିଓ ‘କାଣ୍ଟା ଲଗା’ର ପ୍ରମୋଶନ ନେଇ ଉପସ୍ଥିତ ଥିଲେ। ଶୋ’ର ପ୍ରେତ୍ୟେକ ପ୍ରତିଯୋଗୀ ନିଜ ନିଜ କଳାର ପ୍ରଦର୍ଶନରେ ସବୁ ଜଜ୍‌ମାନଙ୍କୁ ଖୁବ୍ ମନୋରଞ୍ଜନ କରିଥିଲେ। ଏହି ଶୋ’ରେ ଭାଗ ନେଇଥିଲା ଜଣେ ଛୋଟ ପିଲାର ଡ୍ୟାନ୍ସ ନେହାଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ନିଜ ସ୍ୱାମୀ ରୋହନପ୍ରୀତଙ୍କ ଠାରୁ ଏହିଭଳି ଏକ ପିଲା ଆଶା କରୁଥିବା ପ୍ରକାଶ କରିଥିଲେ।

ଶୋ’ରେ ନେହା କାକର ଯେତେବେଳେ କୁନି ପ୍ରତିଯୋଗୀ ଗୁଞ୍ଜନଙ୍କର ଡ୍ୟାନ୍ସ ଦେଖିଥିଲେ ସେ ଖୁବ ଖୁସି ହୋଇ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ “ରହୁ ଓ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ପିଲାକୁ ନେଇ କୌଣସି ଯୋଜନା କରିନୁ। କିନ୍ତୁ ଯେତେବେଳେ ବି ଆମର ପିଲା ହେବ ମୁଁ ଆଶା କରୁଛି ସେ ଗୁଞ୍ଜନ ଭଳି ହେଉ।”

ପ୍ରକାଶଥାଉ ଯେ ’ଡ୍ୟାନ୍ସ ଦିୱାନା ୩’ ରେ ନେହା କାକର ନିଜ ଭାଇ ଟୋନୀ କାକର ଓ ସିଙ୍ଗର ହନୀ ସିଂହଙ୍କ ସହିତ ବହୁତ ମସ୍ତି କରିଥିଲେ। ଏହି ଶୋ’ର ଜଜ ତଥା ବଲିଉଡ ଅଭିନେତା ମାଧୁରୀ ଦୀକ୍ଷିତଙ୍କୁ ନେହା ଭେଟି ବହୁତ ଭାବୁକ ମଧ୍ୟ ହୋଇ ପଡିଥିଲେ। ନେହା, ଟୋନୀ ଓ ହନୀ ସିଂହ ଜବରଦସ୍ତ ଗୀତ ନେଇ ଆସିଛନ୍ତି। ମ୍ୟୁଜିକ ଲେବଲ ଦେଶୀ ମ୍ୟୁଜିକ ଫ୍ୟାକ୍ଟ୍ରିର ଗୀତ ‘କାଣ୍ଟା ଲଗା’ ରିଲିଜ ହେବା ପରେ ୟୁଟ୍ୟୁବରେ ହଇଚଇ ସୃଷ୍ଟି କରିଛି।
Published by: Soumya Das
First published: September 22, 2021, 1:41 PM IST